ଢେଙ୍କାନାଳ, ବେକରେ ରଶି ଲଗାଇ ମହିଳାଙ୍କ ଆତ୍ମହତ୍ଯା....

ଢେଙ୍କାନାଳ (ବ୍ୟୁରୋ) - ଢେଙ୍କାନାଳ ଜିଲ୍ଲା ରେ ଘଟିଯାଇଛି ଏକ ଏକ ଦୁଃଖର ଘଟଣା l ମଣିଷ ସବୁ ଭୁଲି ଯାଇ ଶେଷରେ ନିଷ୍ପତ୍ତି ନିଏ ଜୀବନ ହରିବାକୁ କାରଣ ମଣିଷର କ୍ରୋଧ ଏତେ ମାତ୍ରାରେ ବଢିଯାଏ ସେ ନିଜକୁ ନିୟନ୍ତ୍ରିତ କରି ପାରେନା ଶେଷରେ ନିମିଷକ ମଧ୍ୟରେ କିଛି ବି କରିପାରେ l ଏହି ଭଳି ଏକ ଘଟଣା ଘଟିଯାଇଛି ଢେଙ୍କାନାଳ ଜିଲ୍ଲା ସଦର ବ୍ଲକ ଭାପୁର ଫାଣ୍ଡି ଅନ୍ତର୍ଗତ ସରକପାଟଣା ଛକ ନିକଟରେ l କଟକ ଜିଲ୍ଲା ତିଗିରିଆ ଥାନା ଅନ୍ତର୍ଗତ ମାନପୁର ଗ୍ରାମର ମାୟାଧର ନାୟକ ଓ ତାଙ୍କର ସ୍ତ୍ରୀ ସୁକାନ୍ତି ନାୟକ(୨୭) ଦୁଇ ପିଲା ଙ୍କ ସହ ସରକପାଟଣା ଠାରେ ଭଡ଼ା ଘରେ ରହୁଥିଲେ l ସ୍ଵାମୀ ମାୟାଧର କଟକରେ କାମ କରୁଥିବା ବେଳେ ସୁକାନ୍ତି ଦୁଇ ପିଲାଙ୍କ ସାଥିରେ ଭଡ଼ା ଘରେ ରହୁଥିଲେ l କୌଣସି କାରଣରୁ କାଲି ପିଲାମାନେ ସ୍କୁଲ ଯିବାପରେ ଦିନ ଦିପହର ରେ ସ୍ଵାମୀ ଙ୍କ ଅନୁପସ୍ଥିତ ରେ ଘର ଭିତରୁ କବାଟ ବନ୍ଦ କରି ରଶି ଲଗାଇ ଦେଇଥିଲେ ସୁକାନ୍ତି l ପିଲାମାନେ ସ୍କୁଲ ରୁ ଫେରି ଏହିପରି ଘଟଣା ଦେଖି ସ୍ଥାନୀୟ ଲୋକଙ୍କୁ କହିଥିଲେ l ସ୍ଥାନୀୟ ଲୋକେ ପୋଲିସ କୁ ଖବର ଦେଇଥିଲେ ପୋଲିସ୍ ଓ ମାଜିଷ୍ଟ୍ରେଟ ଙ୍କ ଉପସ୍ଥିତିରେ କବାଟ ଖୋଲି ମୃତ ଶରୀର ଉଦ୍ଧାର କରି, ଭାପୁର ଫାଣ୍ଡି ପୋଲିସ୍ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିବା ସହିତ, ଶବ ବ୍ୟବଚ୍ଛେଦ ନିମନ୍ତେ ଢେଙ୍କାନାଳ ମୁଖ୍ୟ ଚିକିତ୍ସାଳୟ କୁ ପଠାଇଛି I Rita vision 

Comments

Popular posts from this blog

ଯାଜପୁର ଜିଲ୍ଲାରେ ବିଜେପି ର ନୂଆ ମୋଡ଼ l ନୂଆ ମୁହଁ କୁ ଜନସାଧାରଣଙ୍କ ପସନ୍ଦ !

ରାଜଧାନୀରେ ମହିଳାଙ୍କୁ ବିଭତ୍ସ ହତ୍ୟା l

ବିଗତ ବର୍ଷ ପରେ ଖୋଲିଲା ରତ୍ନ ଭଣ୍ଡାର, ଭିତରେ ଅଦ୍ଭୁତ ଓ ଅଲୌକିକ ଦୃଶ୍ୟ !