ଯାଜପୁର, ଟାଟା ଷ୍ଟିଲ କାରଖାନାରେ ଦୁର୍ଘଟଣା, ଯୁବକଙ୍କ ହାତ କଟାଗଲା....

ଯାଜପୁର /କଳିଙ୍ଗନଗର - ଯାଜପୁର ଜିଲ୍ଲାର କଳିଙ୍ଗନଗର ଶିଳ୍ପାଞ୍ଚଳ ର ଟାଟା ଷ୍ଟିଲ କାରଖାନାରେ ଦୁର୍ଘଟଣା ଘଟି ଜଣେ ଶ୍ରମିକ ଗୁରୁତର ଭାବେ ଆହତ ହୋଇଛନ୍ତି ଏବଂ ସେ ବର୍ତ୍ତମାନ ଟାଟା ମେଡିକା ରେ ଆଇ ସି ୟୁ ରେ ଚିକିତ୍ସା ହେଉଛନ୍ତି l ଖବର ରୁ ପ୍ରତିଶତ ଟାଟା ଷ୍ଟିଲ କାରଖାନାରେ କାର୍ଯ୍ୟରତ ଉଦୟନାଥ ମଲ୍ଲିକ ନାମକ ଯୁବକ କାରଖାନା ର ୱାଗନର ଟ୍ରିପଲର କମ୍ପ୍ଲେକ୍ସ ଠାରେ କାର୍ଯ୍ୟରତ ଥିବା ବେଳେ, ଅସାବଧାନତା ଓ କର୍ମଚାରୀଙ୍କ ଭୁଲ ବଶତଃ ଟ୍ରେନ୍ ଟି ପଛକୁ ଆସିଯାଇଥିଲା ଫଳରେ ଉଦୟନାଥ ଙ୍କ ହାତ ଉପରେ ଚଢି ଯାଇଥିଲା l ତାଙ୍କୁ ସଙ୍ଗେ ସଙ୍ଗେ ଟାଟା ମେଡିକାଲ କୁ ନିଆଯାଇଥିଲା କିନ୍ତୁ ସେଠାରେ ତାଙ୍କର ଗୋଟିଏ ହାତ ସଂପୂର୍ଣ୍ଣ ଭାବେ କଟା ଯାଇଛି l ଏହି ପରିସ୍ଥିତିରେ ଟାଟା ଷ୍ଟିଲ କାରଖାନା ପକ୍ଷରୁ ତାଙ୍କୁ ଅଣଦେଖା କରାଯାଇ ଥିବା ଉଦୟନାଥ ଙ୍କ ପରିବାର ପକ୍ଷରୁ ଅଭିଯୋଗ ହୋଇଛି l ଉଦୟନାଥ ମଲ୍ଲିକ ଙ୍କ ଘର ଦାନଗଦି ବ୍ଲକ ନଡିଆଭଙ୍ଗା ଗ୍ରାମରେ ବୋଲି ଜଣାଯାଇଛି l ଟାଟା କମ୍ପାନୀ ସେମାନଙ୍କ ପରିବାରକୁ ଉଚିତ କ୍ଷତିପୂରଣ ଓ ସଂପୂର୍ଣ୍ଣ ମାଗଣାରେ ଚିକିତ୍ସା ସୁବିଧା ଦେବାକୁ ଦାବି ହେଉଛି l Rita vision 

C

Comments

Popular posts from this blog

ଯାଜପୁର ଜିଲ୍ଲାରେ ବିଜେପି ର ନୂଆ ମୋଡ଼ l ନୂଆ ମୁହଁ କୁ ଜନସାଧାରଣଙ୍କ ପସନ୍ଦ !

ରାଜଧାନୀରେ ମହିଳାଙ୍କୁ ବିଭତ୍ସ ହତ୍ୟା l

ବିଗତ ବର୍ଷ ପରେ ଖୋଲିଲା ରତ୍ନ ଭଣ୍ଡାର, ଭିତରେ ଅଦ୍ଭୁତ ଓ ଅଲୌକିକ ଦୃଶ୍ୟ !