ଯାଜପୁର, ସୁକିନ୍ଦା ବ୍ଲକ ନଗଡା ରେ ୨୩ କୋଟି ଟଙ୍କାର ଦୁର୍ନୀତି, ଛାଟ ପରେ ତତ୍ପର ଜିଲ୍ଲାପ୍ରଶାସନ...

ଯାଜପୁର (ବ୍ୟୁରୋ) -  ବହୁଚର୍ଚ୍ଚିତ ଯାଜପୁର ଜିଲ୍ଲା ସୁକିନ୍ଦା ବ୍ଲକ ର ଅବସ୍ଥିତ ଏକ ଉପାନ୍ତ ଅଞ୍ଚଳ ନଗଡା, ଯାହାକୁ ନେଇ ସାରା ଦେଶରେ ଚହଳ ପକାଇଥିଲା ଅପପୁଷ୍ଟି ଓ ଅସ୍ୱାସ୍ଥ୍ୟକର ପରିବେଶ ରେ ଥିବା ଏହି ଇଲାକା l ଗୋଟିଏ ରାଜନୈତିକ ଦଳ ଦୀର୍ଘ ବର୍ଷ ଧରି ଶାସନ କରୁଥିଲେ ମଧ୍ୟ, ଜନସାଧାରଣ ସେବାପାଇଁ ଶପଥ ନେଇ ଶାସନ କରୁଥିବା ରାଜନେତା କିପରି ଜାଣି ପାରି ନ ଥିଲେ ଏହି ଅପନ୍ତରା କ୍ଷେତ୍ରଟି ର ଭୋଟର ଙ୍କ ପରିସ୍ଥିତି? ଗଣମାଧ୍ୟମରେ ପ୍ରକାଶ ପରେ ସରକାର ଏହାକୁ ଗୁରୁତ୍ୱ ଦେଇ ନଗଡା ର ଉନ୍ନତି କରଣ ଯୋଜନା ଆରମ୍ଭ ପାଇଁ  ୨୩ କୋଟି ଟଙ୍କା ମଞ୍ଜୁର କଲେ l କିନ୍ତୁ କିଛି ବି ଫଳପ୍ରଦ ହେଲାନାହିଁ, ନାମକୁ ମାତ୍ର ଉନ୍ନତି ପରିଲକ୍ଷିତ ହୋଇଥିଲା l ଏହି ୨୩ କୋଟି ଟଙ୍କା ର ହିସାବ ରେ ତାଳ ମେଳ ରହିଲା ନାହିଁ କି ସ୍ଥାନୀୟ ବାସିନ୍ଦାଙ୍କ କୌଣସି ଉପକାରରେ ଲାଗିଲା ନାହିଁ l ଫାଇଦା ହାସଲ କଲେ ଠିକାଦାର ଓ ସରକାରୀ କର୍ମଚାରୀ, ଏହାକୁ ନେଇ ମାନବାଧିକାର କମିଶନଙ୍କ ରିପୋର୍ଟ ତଲବ କରିଥିଲେ କି ନଗଡା ରେ ଦୁର୍ନୀତି ହୋଇଛି l ଏହାକୁ ଲୋକାଯୁକ୍ତ ଆୟୋଗ ବିଚାରକୁ ନେଇ ଯାଜପୁର ଜିଲ୍ଲା ପ୍ରଶାସନକୁ ନୋଟିସ୍ ଜାରି କଲେ, ଏହି ନୋଟିସ୍ ଜାରି ପରେ ଜିଲ୍ଲା ପ୍ରଶାସନ ର ତତ୍ପରତା ଦେଖିବାକୁ ମିଳିଛି l ଗତ ନଭେମ୍ବର ୬ ତାରିଖ ରେ ଜିଲ୍ଲାପାଳ ଙ୍କ ଅନୁପସ୍ଥିତ ରେ ଉପଜିଲ୍ଲାପାଳ ଶ୍ରୀଯୁକ୍ତ ମିହିର ପ୍ରସାଦ ମହାନ୍ତି, ଜିଲ୍ଲା ଗ୍ରାମ୍ଯ ଉନ୍ନୟନ ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀଯୁକ୍ତ ଇନ୍ଦ୍ରମଣି ନାୟକ ଓ ସୁକିନ୍ଦା ବ୍ଳକ ଉନ୍ନୟନ ଅଧିକାରୀ ଶ୍ରୀଯୁକ୍ତ ବିଶ୍ଵଜିତ ଦାସ ସହିତ, ନଗଡା ର ଘରେ ଘରେ ବୁଲି ପରିସ୍ଥିତି ଉପରେ ସମୀକ୍ଷା କରିଥିଲେ l ତୁରନ୍ତ ପଦକ୍ଷେପ ଗ୍ରହଣ କରିବାକୁ ପରାମର୍ଶ ଦେଇଥିଲେ l ସେହି ଦିନ ହିଁ ନଗଡା ରେ ଜଳିଲା ବିଜୁଳି ବାକି ରହିଲା ଗମନାଗମନ ପାଇଁ ରାସ୍ତା l ଆଗକୁ ନଗଡା ର ଉନ୍ନତି କୁ ନେଇ ପୁଣିଥରେ ଆରମ୍ଭ ହେବ ଆମର ଅଭିଯାନ l RITA vision News 

Comments

Popular posts from this blog

ଯାଜପୁର ଜିଲ୍ଲାରେ ବିଜେପି ର ନୂଆ ମୋଡ଼ l ନୂଆ ମୁହଁ କୁ ଜନସାଧାରଣଙ୍କ ପସନ୍ଦ !

ରାଜଧାନୀରେ ମହିଳାଙ୍କୁ ବିଭତ୍ସ ହତ୍ୟା l

ବିଗତ ବର୍ଷ ପରେ ଖୋଲିଲା ରତ୍ନ ଭଣ୍ଡାର, ଭିତରେ ଅଦ୍ଭୁତ ଓ ଅଲୌକିକ ଦୃଶ୍ୟ !