ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ଓ ଉତ୍କଳ ବିପନ୍ନ ସହାୟତା ସମିତି ପକ୍ଷରୁ ପାଠ୍ୟ ଉପକରଣ ବଣ୍ଟନ l

କେନ୍ଦ୍ରାପଡା ( ବ୍ୟୁରୋ ରିପୋର୍ଟ) - ମହାମାରୀ କରୋନା ପାଇଁ ସମଗ୍ରଦେଶ ଲକ୍ ଡାଉନ ହୋଇ ରହିଛି । ଏଭଳି ସ୍ଥିତିରେ ସମସ୍ତ ଶିକ୍ଷାନୁଷ୍ଠାନ ମଧ୍ୟ ବନ୍ଦ ରହିଛି । ଏହି ଲକ୍ ଡାଉନ ସମୟରେ ଘରେ ବସି ଛାତ୍ରଛାତ୍ରୀମାନେ କିପରି ଘରେ ବସି ପାଠ ସୁରୁଖୁରୁରେ ପାଠ ପଢିବେ ସେଥିପାଇଁ ସହାୟତା ଯୋଗାଇଛି ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ଓ ଉତ୍କଳ ବିପନ୍ନ ସହାୟତା ସମିତି । ଏହି ଲକ୍ ଡାଉନ ସମୟରେ ଦୋକାନ ବଜାର ବନ୍ଦ ରହୁଥିବା କାରଣରୁ ଛାତ୍ରଛାତ୍ରୀ ମାନଙ୍କ ପାଖରେ ପାଠ୍ୟ ସାମଗ୍ରୀ ଉପଲବ୍ଧ ନଥିଲା । ଯାହା​‌ ଫଳରେ ଛାତ୍ରଛାତ୍ରୀମାନେ ବହୁ ଅସୁବିଧାରେ ସମ୍ମୁଖୀନ ହେଉଥିଲେ । ରବିବାର ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ଓ ଉତ୍କଳ ବିପନ୍ନ ସହାୟତା ସମିତି ସହଯୋଗରେ ଛାତ୍ରଛାତ୍ରୀମାନଙ୍କୁ ଖାତା,କଲମ, ପେନସିଲ୍,ରବର ଇତ୍ୟାଦି ପାଠ୍ୟ ସାମଗ୍ରୀ ବଣ୍ଟନ କରାଯାଇଛି । ଆଜି ପ୍ରଥମ ଦିନରେ ଏବିଭିପି ଓ ଉତ୍କଳ ବିପନ୍ନ ସହାୟତା ସମିତି ପକ୍ଷରୁ ରାଜକନିକା ବ୍ଲକର ବରାଡିଆ ଓ ତରାସ ଗ୍ରାମ ପଞ୍ଚାୟତର ଛାତ୍ରଛାତ୍ରୀମାନଙ୍କୁ ପାଠ୍ୟ ସାମଗ୍ରୀ ବଣ୍ଟନ କରାଯାଇଥିଲା । ଏହି କାର୍ଯ୍ୟକ୍ରମ ରେ ରାଜକନିକା ବ୍ଲକ ସଂଯୋଜକ ବିକ୍ରମ କେଶରୀ ରାଉତ ଙ୍କ ସମେତ ରଜନୀ ସଂକର ଦାସ, ରାଜ୍ଯ କାର୍ଯ୍ୟକାରିଣୀ ସଦସ୍ୟ ପଙ୍କଜ ବିଶ୍ଵାଳ, କେନ୍ଦ୍ରାପଡ଼ା ବ୍ଲକ ସଂଯୋଜକ, ରାଜକନିକା ର ଯୁବଗୋଷ୍ଠୀ ଦେବଜ୍ୟୋତି ଜେନା, ରାଜେଶ ବିଶ୍ଵାଳ, ଶୋଭାଗ୍ୟ ରଞ୍ଜନ ନାୟକ ପ୍ରମୁଖ ସହଯୋଗ କରିଥିଲେ l ଏହି କାର୍ଯ୍ୟ ପାଇଁ ସମଗ୍ର ଅଞ୍ଚଳର ଅଭିଭାବକ ମାନେ ଧନ୍ୟବାଦ୍ ଦେଇଥିଲେ l

Comments

Popular posts from this blog

ଯାଜପୁର ଜିଲ୍ଲାରେ ବିଜେପି ର ନୂଆ ମୋଡ଼ l ନୂଆ ମୁହଁ କୁ ଜନସାଧାରଣଙ୍କ ପସନ୍ଦ !

ରାଜଧାନୀରେ ମହିଳାଙ୍କୁ ବିଭତ୍ସ ହତ୍ୟା l

ବିଗତ ବର୍ଷ ପରେ ଖୋଲିଲା ରତ୍ନ ଭଣ୍ଡାର, ଭିତରେ ଅଦ୍ଭୁତ ଓ ଅଲୌକିକ ଦୃଶ୍ୟ !