ଯୁବକ ଙ୍କ ଜୀବନ ନେଲା ହାତୀ, ଦେଖନ୍ତୁ ସମ୍ପୂର୍ଣ୍ଣ ରିପୋର୍ଟ ରେ.. l



  ଅନୁଗୁଳ( ବ୍ୟୁରୋ ରିପୋର୍ଟ) - ଜିଲ୍ଲାର ବନ୍ତଳା ଥାନା ଅନ୍ତର୍ଗତ ତଳଗଡ଼ ନୂଆଭୂଇଁ ଗାଁର ଦୁଷ୍ମନ୍ତ ବେହେରା(୩୦) ପ୍ରତିଦିନ ଭଳି ଆଜି ମଧ୍ୟ ସକାଳେ ଜଙ୍ଗଲ କୁ ଛେଳି ଚରାଇବାକୁ ଯାଇଥିଲେ କିନ୍ତୁ ଦୁର୍ଭାଗ୍ୟ ବଶତଃ ସେ ଆଜି ଏକ ଦନ୍ତା ହାତୀ ହାବୁଡାରେ ପଡ଼ିଯାଇ ଥିଲେ ଓ ହାତୀଟି ତାଙ୍କୁ କଚାଡି ମରିଦେଇ ଥିଲା | ପ୍ରାପ୍ତ ସୂଚନା ମୁତାବକ ଘଟଣା ସ୍ଥଳରେ ଦୁଷ୍ମନ୍ତଙ୍କର ମୃତ୍ୟୁ ହୋଇଥିଲା ଓ ଗ୍ରାମବାସୀ ଙ୍କ ଦ୍ଵାରା ମୃତଦେହ ଉଦ୍ଧାର କରାଯାଇଥିଲା | ଏହି ଘଟଣା କୁ କେନ୍ଦ୍ରକରି ଗ୍ରାମବାସୀ ଏବଂ ବନ ବିଭାଗ ଅଧିକାରୀ ଙ୍କ ମଧ୍ୟରେ କିଛି ସମୟ ପାଇଁ ଉତ୍ତେଜନା ଦେଖାଦେଇଥିଲା | ବନବିଭାଗର କର୍ମଚାରୀ ଲୋକମାନଙ୍କୁ ବୁଝାସୁଝା କରିବା ପରେ, ଶବ ବ୍ୟବଚ୍ଛେଦ କରାଯିବାର ବ୍ୟବସ୍ଥା କରାଯାଇଛି ବୋଲି ବିଶେଷ ସୂତ୍ରରୁ ଜଣାପଡିଛି l

Comments

Popular posts from this blog

ଯାଜପୁର ଜିଲ୍ଲାରେ ବିଜେପି ର ନୂଆ ମୋଡ଼ l ନୂଆ ମୁହଁ କୁ ଜନସାଧାରଣଙ୍କ ପସନ୍ଦ !

ରାଜଧାନୀରେ ମହିଳାଙ୍କୁ ବିଭତ୍ସ ହତ୍ୟା l

ବିଗତ ବର୍ଷ ପରେ ଖୋଲିଲା ରତ୍ନ ଭଣ୍ଡାର, ଭିତରେ ଅଦ୍ଭୁତ ଓ ଅଲୌକିକ ଦୃଶ୍ୟ !