ଅବସର ନେଲେ ଯାଜପୁର ରୋଡ ବନାଞ୍ଚଳ ଅଧିକାରୀ ଜ୍ୟୋତିରଂଜନ ମହାପାତ୍ର l
ଯାଜପୁର ୦୪ା୧୨(ବ୍ୟୁରୋ ରିପୋର୍ଟ ) :- କଟକ ବନଖଣ୍ଡ ଅଧିନ ଯାଜପୁର ଜିଲ୍ଲାର ପ୍ରମୁଖ ରେଞ୍ଜ ଯାଜପୁରରୋଡର ବନାଂଚଳ ଅଧିକାରୀ ଜ୍ୟୋତିରଂଜନ ମହାପାତ୍ର ତାଙ୍କର ଦୀର୍ଘ ୩୯ ବର୍ଷର କାର୍ଯ୍ୟକାଳ ଅତ୍ୟନ୍ତ ସଫଳତା ଓ ଦକ୍ଷତାର ସହ ସମାପ୍ତ କରି ଗତ ତା.୩୦.୧୧.୨୦୨୪ରେ ସରକାରୀ ଚାକିରୀରୁ ଅବସର ଗ୍ରହଣ କରିଥିଲେ । ତାଙ୍କ ପାଇଁ କଟକ ବନଖଣ୍ଡ କାର୍ଯ୍ୟାଳୟରେ ସେହିଦିନ ଏକ ବିଦାୟ କାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଥିବା ବେଳେ ଆଜି ବୁଧବାର ମଧ୍ୟାହ୍ନରେ ପୁଣି ତାଙ୍କର କାର୍ଯ୍ୟକ୍ଷେତ୍ର ଯାଜପୁରରୋଡ ଠାରେ ଏକ ଅବସରକାଳୀନ ସମ୍ବର୍ଦ୍ଧନା ସଭା କଟକ ଏସିଏଫ୍ ସନ୍ତୋଷ କୁମାର ପତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଓଡ଼ିଶା ଭୂଲେଖ ଓ ବନ୍ଦୋବସ୍ତର ଅତିରିକ୍ତ ଆୟୁକ୍ତ ଅକ୍ଷୟ କୁମାର ମଲ୍ଲିକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଶ୍ରୀ ମହାପାତ୍ରଙ୍କ ଦୀର୍ଘ ୩୯ ବର୍ଷର କର୍ମମୟ ଜୀବନ ବନ ବିଭାଗ ପାଇଁ ଏକ ଉଦାହରଣ ବୋଲି ଅଭିହିତ କରିଥିଲେ । ରାଜସ୍ୱ ଓ ବନ ବିଭାଗର ଦାୟିତ୍ୱ ଆଜିକାଲି ଯଥେଷ୍ଟ ବଢ଼ିଯାଇଥିବା ବେଳେ ଶ୍ରୀ ମହାପାତ୍ର ସଦାସର୍ବଦା କର୍ମ ଚଂଚଳ ରହି ଆସୁଥିବା ବିଭିନ୍ନ ଚ୍ୟାଲେଞ୍ଜର ସଫଳ ମୁକାବିଲା କରି ବେଶ୍ ପ୍ରଂଶସିତ ହୋଇଛନ୍ତି ବୋଲି ସେ କହିଥିଲେ । ଏଥିରେ ଯାଜପୁରର ଅତିରିକ୍ତ ଜିଲ୍ଲାପାଳ(ରାଜସ୍ୱ) ଶୁଭେନ୍ଦୁ କୁମାର ସାମଲ, ଅତିରିକ୍ତ ଜିଲ୍ଲାପାଳ(ସାଧାରଣ) ନବକ୍ରିଷ୍ଣ ଜେନା ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଶ୍ରୀ ମହାପାତ୍ରଙ୍କ ବିଭାଗରେ ରହିଥିବା ଲମ୍ବା ଅନୁଭୂତିର ଭୂୟସୀ ପ୍ରଂଶସା କରିଥିଲେ । ସ୍ଥାନୀୟ ଓଡ଼ିଶା ବନ ଉନ୍ନୟନ ନିଗମ, ଯାଜପୁରରୋଡ ଡିଭିଜନର ସହକାରୀ ଡି.ଏମ ଘନଶ୍ୟାମ ମୁଦୁଲି, ଭଦ୍ରଖ ଚାନ୍ଦବାଲିର ଅବସରପ୍ରାପ୍ତ ରେଞ୍ଜ ଅଧିକାରୀ ତ୍ରିଲୋଚନ ବେହେରା, ‘ଉଦୟବଟ’ର ସଂପାଦକ ତଥା ପରିବେଶବିତ୍ ଦୁଷ୍ମନ୍ତ କୁମାର ରାଉତ, ଯାଜପୁରରୋଡ ବନପାଳ ନିଲୀମା ପ୍ରିୟଦର୍ଶୀନି ପ୍ରମୁଖ ଶ୍ରୀ ମହାପାତ୍ରଙ୍କ କର୍ମମୟ ଜୀବନୀ ଉପରେ ଆଲୋକପାତ କରିବା ସହ ତାଙ୍କର ଅବସର ପରବର୍ତୀ ଜୀବନର ମଂଗଳ କାମନା କରିଥିଲେ । କାର୍ଯ୍ୟକ୍ରମର ସୁପରିଚାଳନା ପାଇଁ ବନପାଳ ଆନନ୍ଦ ଚନ୍ଦ୍ର ପାତ୍ର, ବନ କର୍ମଚାରୀ ତ୍ରିଲୋଚନ ଦାଶ, ନିର୍ମଳ ମଲ୍ଲିକ, ସ୍ୱରୂପ ନାୟକ ପ୍ରମୁଖ ସହଯୋଗ କରିଥିଲେ । ବିଦାୟୀ ରେଂଜ ଅଧିକାରୀ ଶ୍ରୀ ମହାପାତ୍ର ବିଭାଗ କାମ ଛଡ଼ା ବହୁ ସାମାଜିକ କାର୍ଯ୍ୟକ୍ରମରେ ସାମିଲ ହୋଇ ତାଙ୍କ ବହୁମୁଖି ପ୍ରତିଭା ଓ ସେବା ମନୋବୃତି ବଳରେ ସମସ୍ତଙ୍କୁ ଆପଣାର କରିପାରିଥିଲେ, ତେଣୁ ତାଙ୍କର ଅବସର ସମସ୍ତଙ୍କ ମନରେ ବିଶାଦ ଆଣି ଦେଇଛି ବୋଲି ରାଜ୍ୟସ୍ତରୀୟ ସାମାଜିକ କର୍ମୀ ତଥା ‘ଉଦୟବଟ’ର ସଂପାଦକ ଶ୍ରୀ ରାଉତ କହିଥିଲେ । ବହୁ ବୃକ୍ଷରୋପଣ କାର୍ଯ୍ୟକ୍ରମରେ ସାମିଲ ହୋଇ ସେ ଦୀର୍ଘ ୩୯ ବର୍ଷ କାଳ ସମୟକୁ ଏକାକାର କରି ନିଜ କର୍ତବ୍ୟନିଷ୍ଠାର ଅନନ୍ୟ ଉଦାହରଣ ସୃଷ୍ଟି କରିଛନ୍ତି ବୋଲି ସେ କହିଥିଲେ ।ଚାକିରୀରେ ଯୋଗ ଦେବା ଓ ଅବସର ନେବା ଏକ ଚିରାଚରିତ ପ୍ରକିୟା; ହେଲେ ଶ୍ରୀ ମହାପାତ୍ରଙ୍କ କାର୍ଯ୍ୟ ଆଜି ସମସ୍ତଙ୍କ ହୃଦୟରେ ରହିଯାଇଥିବାରୁ ସେ ଧନ୍ୟ ହୋଇଛନ୍ତି ବୋଲି ଅନ୍ୟ ବକ୍ତାମାନେ କହିଥିଲେ । ସଭାର ସଭାପତି ଶ୍ରୀ ପତି ତାଙ୍କ ଅଭିଭାଷଣରେ ଶ୍ରୀ ମହାପାତ୍ରଙ୍କ ସମାୟାନୁବର୍ତିତା ଓ କର୍ତବ୍ୟପରାୟଣତାର ପ୍ରଶଂସା କରି ଏହା ବିଭାଗର ଅନ୍ୟମାନଙ୍କ ପାଇଁ ଅନୁକରଣୀୟ ହେବା ଉଚିତ ବୋଲି କହିଥିଲେ । ଏହି ଅବସରରେ ବିଭାଗ ତରଫରୁ, ବହୁ କର୍ମଚାରୀ ଓ କେତେକ ବ୍ୟକ୍ତିବିଶେଷ ଶ୍ରୀ ମହାପାତ୍ରଙ୍କୁ ଉତ୍ସସ୍ୱିତ ସମ୍ବର୍ଦ୍ଧିତ କରିଥିଲେ । ଶେଷରେ ନୂତନ ଭାବେ ଯାଜପୁରରୋଡ ବନାଚଂଳ ଅଧିକାରୀ ଭାବେ ଦାୟିତ୍ୱ ଗ୍ରହଣ କରିଥିବା ଧର୍ମେନ୍ଦ୍ର ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ । ବନପାଳ ଆନନ୍ଦ ଚନ୍ଦ୍ର ପାତ୍ର, ବନ କର୍ମଚାରୀ ତ୍ରିଲୋଚନ ଦାଶ, ନିର୍ମଳ ମଲ୍ଲିକ, ସ୍ୱରୂପ ନାୟକ ପ୍ରମୁଖ ସହଯୋଗ କରିଥିଲେ । ବିଦାୟୀ ରେଂଜ ଅଧିକାରୀ ଶ୍ରୀ ମହାପାତ୍ର ବିଭାଗ କାମ ଛଡ଼ା ବହୁ ସାମାଜିକ କାର୍ଯ୍ୟକ୍ରମରେ ସାମିଲ ହୋଇ ତାଙ୍କ ବହୁମୁଖି ପ୍ରତିଭା ଓ ସେବା ମନୋବୃତି ବଳରେ ସମସ୍ତଙ୍କୁ ଆପଣାର କରିପାରିଥିଲେ, ତେଣୁ ତାଙ୍କର ଅବସର ସମସ୍ତଙ୍କ ମନରେ ବିଶାଦ ଆଣି ଦେଇଛି ବୋଲି ରାଜ୍ୟସ୍ତରୀୟ ସାମାଜିକ କର୍ମୀ ତଥା ‘ଉଦୟବଟ’ର ସଂପାଦକ ଶ୍ରୀ ରାଉତ କହିଥିଲେ । ବହୁ ବୃକ୍ଷରୋପଣ କାର୍ଯ୍ୟକ୍ରମରେ ସାମିଲ ହୋଇ ସେ ଦୀର୍ଘ ୩୯ ବର୍ଷ କାଳ ସମୟକୁ ଏକାକାର କରି ନିଜ କର୍ତବ୍ୟନିଷ୍ଠାର ଅନନ୍ୟ ଉଦାହରଣ ସୃଷ୍ଟି କରିଛନ୍ତି ବୋଲି ସେ କହିଥିଲେ । ଚାକିରୀରେ ଯୋଗ ଦେବା ଓ ଅବସର ନେବା ଏକ ଚିରାଚରିତ ପ୍ରକିୟା; ହେଲେ ଶ୍ରୀ ମହାପାତ୍ରଙ୍କ କାର୍ଯ୍ୟ ଆଜି ସମସ୍ତଙ୍କ ହୃଦୟରେ ରହିଯାଇଥିବାରୁ ସେ ଧନ୍ୟ ହୋଇଛନ୍ତି ବୋଲି ଅନ୍ୟ ବକ୍ତାମାନେ କହିଥିଲେ । ସଭାର ସଭାପତି ଶ୍ରୀ ପତି ତାଙ୍କ ଅଭିଭାଷଣରେ ଶ୍ରୀ ମହାପାତ୍ରଙ୍କ ସମାୟାନୁବର୍ତିତା ଓ କର୍ତବ୍ୟପରାୟଣତାର ପ୍ରଶଂସା କରି ଏହା ବିଭାଗର ଅନ୍ୟମାନଙ୍କ ପାଇଁ ଅନୁକରଣୀୟ ହେବା ଉଚିତ ବୋଲି କହିଥିଲେ । ଏହି ଅବସରରେ ବିଭାଗ ତରଫରୁ, ବହୁ କର୍ମଚାରୀ ଓ କେତେକ ବ୍ୟକ୍ତିବିଶେଷ ଶ୍ରୀ ମହାପାତ୍ରଙ୍କୁ ଉତ୍ସସ୍ୱିତ ସମ୍ବର୍ଦ୍ଧିତ କରିଥିଲେ । ଶେଷରେ ନୂତନ ଭାବେ ଯାଜପୁରରୋଡ ବନାଚଂଳ ଅଧିକାରୀ ଭାବେ ଦାୟିତ୍ୱ ଗ୍ରହଣ କରିଥିବା ଧର୍ମେନ୍ଦ୍ର ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ ।
Comments
Post a Comment
Thank you watching the News, Visit again. Please Share your thoughts with your family and friends. Thank you.