ଟାଟା ପାୱାର ଉପରେ ଅଭିଯୋଗ କରିଛନ୍ତି ବେଙ୍ଗ ପାଟିଆ ଗ୍ରାମବାସୀ ଓ ଚାଷୀ l

RITA VISION NEWS By Umakanta Mohapatra
ଯାଜପୁର :- ଜିଲ୍ଲାର ଦାନଗଦି ବ୍ଲକ ଅନ୍ତର୍ଗତ ଧୂଳିଗଡ଼ ଗ୍ରାମପଞ୍ଚାୟତ ଅନ୍ତର୍ଗତ ବେଙ୍ଗପାଟିଆ ଗ୍ରାମରେ ବିଦ୍ୟୁତ ଯୋଗାଣ ରେ ଅନିୟମିତତା ଯୋଗୁ ଲୋକେ ଓ ଚାଷୀ ହନ୍ତସନ୍ତ l ଏହି ଗ୍ରାମର ପ୍ରାୟ ୩୦୦ ପରିବାର କେବଳ ଚାଷ ଉପରେ ନିର୍ଭର କରି ଚଳନ୍ତି l ବିଗତ ଦିନରେ ହୋଇଯାଇଥିବା କାଳ ବୈଶାଖୀରେ ଦିନଠାରୁ ଆଜି ପର୍ଯ୍ୟନ୍ତ ମାସେ ହୋଇଯିବ ବୋରିଂ ପଏଣ୍ଟ ର ଇଲେଟ୍ରିକ୍ କେବୁଲ୍ ପୋଡି ଯାଇଛି l ବାରମ୍ବାର ସ୍ଥାନୀୟ ବିଦ୍ୟୁତ୍ କାର୍ଯ୍ୟାଳୟ ରେ ଅଭିଯୋଗ କରିଥିଲେ ମଧ୍ଯ କେହି ଟାଟା ପାୱାର ର କର୍ମଚାରୀ ଏହା ପ୍ରତି ଦ୍ରୁଷ୍ଟି ଦେଉ ନ ଥିବା ଅଭିଯୋଗ ହୋଇଛି l ଚାଷୀ କରିଥିବା ବିଭିନ୍ନ ପନିପରିବା ଚାଷ ଭିଷଣ ଖରା ଯୋଗୁଁ ଉଜୁଡ଼ି ଗଲା l ବିଦ୍ୟୁତ୍ ବିଭାଗ ର ମନମୁଖୀ କାର୍ଯ୍ଯ ପାଇଁ ଆଜି ରୁଣ କରି ଚାଷ କରିଥିବା ଚାଷୀ ମୁଣ୍ଡରେ ହାତ ଦେଇ ବସିଛନ୍ତି l ଚାଷୀ ମାନଙ୍କ ପାଇଁ ସରକାର ବିଭିନ୍ନ ସୁବିଧା ଯୋଗାଇ ଦେଉଥିବା ବେଳେ ଏଠି ବିଦ୍ୟୁତ୍ ଯୋଗାଣ କରି ଟାଟା ପାୱାର ପାଇଁ ଚାଷୀ ମାନେ କାନ୍ଦୁଛନ୍ତି I ଟାଟା ପାୱାର ଗ୍ରାହକଙ୍କୁ ଭଲ ସେବା ପ୍ରଦାନ କରୁଥିବା ପ୍ରଚାରପ୍ରସାର କରୁଥିବା ବେଳେ ବାସ୍ତବ ଚିତ୍ର କିନ୍ତୁ ଅଲଗା l ଏହି ବେଙ୍ଗପାଟିଆ ଗ୍ରାମରେ ଏହାର ନଗ୍ନ ଚିତ୍ର ଦେଖିବାକୁ ମିଳିଛି l ଅସୁରକ୍ଷିତ ବିଦ୍ୟୁତ୍ ସେବା କିପରି ଭାବରେ ଚାଲିଛି ଆଖିରେ ନ ଦେଖିଲେ ଜାଣିହେବ ନାହିଁ l ମୁକୁଳା ପଡ଼ିଛି ଏକାଧିକ ଟ୍ରାନ୍ସଫର୍ମର ଏବଂ ୧୧ କେଭି ଲାଇନ୍ ତାରା ଚାଷ ଜମିରେ ଓହଳି ପଡିଛି l ବହୁ ସତର୍କ ସହିତ ଚାଷୀ ମୂଲିଆ ଜମିରେ ବର୍ଷକ ବାରମାସ କାମକରୁଛନ୍ତି l ଯଦି କୌଣସି ଦୁର୍ଘଟଣା ଘଟି ଯାଏ! ଏଥିପାଇଁ ଦାୟୀ କିଏ? ବୋଲି ପ୍ରଶ୍ନ କରିଛନ୍ତି ଚାଷୀମାନେ l ପୁଣି ତା ସାଙ୍ଗକୁ ବାରମ୍ବାର ବିଦ୍ୟୁତ କାଟ ସମସ୍ୟା ଏଥିରେ ଚାଷୀକୂଳ ଚଳିବେ କେମିତି? ଏହା ବିଷୟକୁ ସମ୍ପୃକ୍ତ ବିଦ୍ୟୁତ ଯୋଗାଣ କରି ସଂସ୍ଥା ଓ ବିଦ୍ୟୁତ ବିଭାଗର ସଚିବ, ମନ୍ତ୍ରୀ, ବିଶେଷ କରି 5t ସଚୀବ ଙ୍କ ସହ ସ୍ଥାନୀୟ କୃଷି ବିଭାଗର ଅଧିକାରୀ ଧ୍ୟାନ ଦେବା ସହିତ କୃଷକଙ୍କୁ ଉପଯୁକ୍ତ କ୍ଷତିପୁରଣ ସହ ନିରବିଚ୍ଛିନ୍ନ ବିଦ୍ୟୁତ ସେବା ଯୋଗାଇ ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି l ନଚେତ୍ ଆଗାମୀ ଦିନରେ ରାଜରାସ୍ତା କୁ ଓହ୍ଲାଇବାକୁ କୃଷକମାନେ ନିଷ୍ପତ୍ତି ନେଇଛନ୍ତି l

Comments

Popular posts from this blog

ଯାଜପୁର ଜିଲ୍ଲାରେ ବିଜେପି ର ନୂଆ ମୋଡ଼ l ନୂଆ ମୁହଁ କୁ ଜନସାଧାରଣଙ୍କ ପସନ୍ଦ !

ରାଜଧାନୀରେ ମହିଳାଙ୍କୁ ବିଭତ୍ସ ହତ୍ୟା l

ବିଗତ ବର୍ଷ ପରେ ଖୋଲିଲା ରତ୍ନ ଭଣ୍ଡାର, ଭିତରେ ଅଦ୍ଭୁତ ଓ ଅଲୌକିକ ଦୃଶ୍ୟ !