ପଦ୍ମଶ୍ରୀ ଉପାଧି ପ୍ରାପ୍ତ ଚାଟଶାଳୀ ଶିକ୍ଷକ ନନ୍ଦ କିଶୋର ସୁକିନ୍ଦାର ଗର୍ବ ଗୌରବ l

 ଯାଜପୁର(ସୁକିନ୍ଦା): - କେନ୍ଦ୍ର ସରକାରଙ୍କ ପକ୍ଷରୁ ସୁକିନ୍ଦା ବ୍ଲକ ବର୍ତ୍ତଣ୍ଡା ପଞ୍ଚାୟତର କନ୍ତିରା ଗ୍ରାମ ନିବାସୀ ୧୦୨ବର୍ଷ ବୟସ୍କ ଶିକ୍ଷକ ନନ୍ଦ କିଶୋର ପୃଷ୍ଟି(ନନ୍ଦ ସାର୍) ୧୯୪୮ମସିହାଠାରୁ ଗ୍ରାମରେ ଚାଟଶାଳୀ ସ୍ଥାପନକରି ପିଲାମାନଙ୍କୁ ବିନା ଅର୍ଥରେ ଶିକ୍ଷାଦାନ କରି ଆସୁଛନ୍ତି l ଏହି ମହାନ ବ୍ୟକ୍ତିଙ୍କ ସାଧନlକୁ ସ୍ୱୀକୃତି ପ୍ରଦାନକରି କେନ୍ଦ୍ର ସରକାର ତାଙ୍କୁ ପଦ୍ମଶ୍ରୀ ଉପାଧି ପ୍ରଦାନକରି ସମ୍ମାନିତ କରିବାକୁ ଗତ ସାଧାରଣତନ୍ତ୍ର ଦିବସ ପାଳନର ଅବ୍ୟବହିତ ପୂର୍ବରୁ ଘୋଷଣା କରିବାପରେ ସମଗ୍ର ସୁକିନ୍ଦା ଅଞ୍ଚଳରେ ଆନନ୍ଦର ଲହରୀ ଖେଳିଯାଇଛି l ତାଙ୍କ କର୍ମକ୍ଷେତ୍ର କନ୍ତିରା ଗ୍ରାମ ଉତ୍ସବ ମୁଖର ହୋଇଉଠିଛି l ନନ୍ଦ ମାଷ୍ଟ୍ରେ ଭାବେ ପରିଚିତ ଏହି ମହାନ ବ୍ୟକ୍ତି ଦୀର୍ଘ ତିନି ପିଢ଼ିଧରି ନିରବଛିନ ଭାବରେ ଶିକ୍ଷାଦାନ ଭଳି ଏକ ମହତକାର୍ଯ୍ୟକରି ଶିକ୍ଷକ ସମାଜ ପାଇଁ ପ୍ରେରଣାର ଉତ୍ସ ପାଲଟି ଯାଇଛନ୍ତି l କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ଏ ସମ୍ପର୍କୀତ ବିଜ୍ଞପ୍ତି ପ୍ରକାଶ ପାଇବାପରେ କନ୍ତିରା ଗ୍ରାମରେ ଭିଡ଼ ଜମୁଥିବା ଦେଖିବାକୁ ମିଳିଛି l ବହୁ ବିଶିଷ୍ଟ ବ୍ୟକ୍ତି, ପ୍ରଶାସନିକ ଅଧିକାରୀ ଓ ବିଭିନ୍ନ ଅନୁଷ୍ଠାନର କର୍ମକର୍ତ୍ତା ତାଙ୍କୁ ସାକ୍ଷାତକରି ଅଭିନନ୍ଦନ ଜ୍ଞାପନ କରୁଛନ୍ତି l ସୁକିନ୍ଦା ଭାଜପା ନେତା ପ୍ରଦୀପ କୁମାର ବଳସାମନ୍ତ, ସୁକିନ୍ଦା ବିଧାୟକ ପ୍ରିତୀରଞ୍ଜନ ଘଡ଼ାଇ, ସୁକିନ୍ଦା ବିଡ଼ିଓ ବିଶ୍ୱଜିତ ଦାସଙ୍କ ସମେତ ବହୁ ପ୍ରଶାସନିକ ଅଧିକାରୀ,ବିଶିଷ୍ଟ ବ୍ୟକ୍ତି ତାଙ୍କ ବାସଭବନରେ ପହଞ୍ଚି ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି l କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଯାଜପୁର ଜିଲାପାଳ ଚକ୍ରବର୍ତ୍ତୀ ସିଂ ରାଠୋର ପ୍ରମୁଖ ବାର୍ତ୍ତା ଜରିଆରେ ତାଙ୍କୁ ଅଭିନନ୍ଦନ ଜଣାଇବାସହ ଦୀର୍ଘ ନିରାମୟ ଜୀବନ କାମନା କରିଛନ୍ତି l (ସୁକିନ୍ଦାରୁ ଜୟ ନାରାୟଣ ମହାପାତ୍ର)l
 Nand Kishore, a Chatshali teacher named Padma Shri, is proud of Sukinda. 
Jajpur (Sukinda) There has been a wave of excitement across the Sukinda area after the central government announced the end of last Commonwealth Day celebrations to honor him with the title of Padma Shri by recognizing the tools of the person . Crowds have been seen gathering in Kantira village following the announcement by the Union Home Ministry, with many dignitaries, administrative officials and officials from various institutions congratulating him on the occasion. Many BJP officials, including BJP leader Pradeep Kumar Balsamanta, Sukinda MLA Pritiranjan Ghadai, Sukinda Video Biswajit Das, and dignitaries arrived at his residence to greet and congratulate the Union Minister Dharmendra Pradhan. Wishing (Report from Jay Narayan Mohapatra from Sukinda). 

Comments

Popular posts from this blog

ଯାଜପୁର ଜିଲ୍ଲାରେ ବିଜେପି ର ନୂଆ ମୋଡ଼ l ନୂଆ ମୁହଁ କୁ ଜନସାଧାରଣଙ୍କ ପସନ୍ଦ !

ରାଜଧାନୀରେ ମହିଳାଙ୍କୁ ବିଭତ୍ସ ହତ୍ୟା l

ବିଗତ ବର୍ଷ ପରେ ଖୋଲିଲା ରତ୍ନ ଭଣ୍ଡାର, ଭିତରେ ଅଦ୍ଭୁତ ଓ ଅଲୌକିକ ଦୃଶ୍ୟ !