ଯୁବତୀଙ୍କୁ ଧର୍ଷଣ କରିବା ପରେ କଣ କଲା ପିଶାଚ, ଦେଖନ୍ତୁ ସମ୍ପୂର୍ଣ୍ଣ ରିପୋର୍ଟ... l

ଯାଜପୁର /କଳିଙ୍ଗନଗର - ଯାଜପୁର ଜିଲ୍ଲାର କଳିଙ୍ଗନଗର ଶିଳ୍ପା ଅଞ୍ଚଳରେ ଝୁମ୍ପାଣ ଗ୍ରାମକୁ ମକର ଉତ୍ସବ ନିମନ୍ତେ ବୁଲିବାକୁ ଯାଇଥିଲା l ପରେ ଏହିଭଳି ଏକ ଘଟଣା ଘଟିଯିବ ତାହା ତାକୁ ଜଣା ନ ଥିଲା l ଯାତ୍ରା ରୁ କୋଣସି ଦୁର୍ବୃତ୍ତ ଯୁବତୀ କୁ ଉଠାଇ ନେଇଥିଲା ପାଖ ଜଙ୍ଗଲ କୁ କଳିଙ୍ଗନଗର ଥାନା ଅନ୍ତର୍ଗତ ହାତୀମୁଣ୍ଡା ସାହି ପାଖକୁ l ସେଠାରେ ତାର ଇଜ୍ଜତ୍ ନେବା ସହିତ ଜୀବନରୁ ମାରିଦେବା ପାଇଁ ପଛାଇଲା ନାହିଁ l ଜୀବନ ରୁ ମାରି ଏକ ପଳାଶ ଗଛର ଡାଳ ରେ ଟାଙ୍ଗୀ ଚମ୍ପଟ୍ ମାରିଥିଲା ଯୁବକ l ଘରଲୋକେ ଝିଅକୁ ଆସିବା ଡ଼େରି ହେବାରୁ ବହୁତ୍ ଖୋଜାଖୋଜି କରି ଥିଲେ, ଲୋକେ ସକାଳୁ ଛେଳି ଚରାଇବାକୁ ଜଙ୍ଗଲ କୁ ଯାଇଥିଲା ବେଳେ ଗଛରେ ଯୁବତୀ ର ଝୁଲନ୍ତା ଅବସ୍ଥାରେ ଦେଖି ଗାଁ ଲୋକଙ୍କୁ ଜଣାଇବା ସହିତ ଯୁବତୀ ର ଘରକୁ ଖବର ଦେଇଥିଲେ l ଯୁବତୀ ଜଣକ ହାତୀ ମୁଣ୍ଡା ସାହି ର ପାଲ ଜାରିକା (୨୨) l କଳିଙ୍ଗନଗର ପୋଲିସ୍ ଘଟଣା ସ୍ଥଳରେ ସନ୍ଧାନୀ କୁକୁର ସହିତ ପହଂଚି ଥିବା ବେଳେ ଶବ ଉଦ୍ଧାର କରାଯାଇଛି l ଶବ ବ୍ୟବଚ୍ଛେଦ କରାଯିବା ପାଇଁ ଦାନଗଦି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର କୁ ପଠାଇ ଦିଆଯାଇଛି l ପୋଲିସ୍ ଘଟଣା ର ତୁରନ୍ତ ତଦନ୍ତ କରି ଅପରାଧୀ କୁ ଫାଶି ଦେବାକୁ ବିଭିନ୍ନ ସଙ୍ଗଠନ ଦାବି କରିଛନ୍ତି l

Comments

Popular posts from this blog

ଯାଜପୁର ଜିଲ୍ଲାରେ ବିଜେପି ର ନୂଆ ମୋଡ଼ l ନୂଆ ମୁହଁ କୁ ଜନସାଧାରଣଙ୍କ ପସନ୍ଦ !

ରାଜଧାନୀରେ ମହିଳାଙ୍କୁ ବିଭତ୍ସ ହତ୍ୟା l

ବିଗତ ବର୍ଷ ପରେ ଖୋଲିଲା ରତ୍ନ ଭଣ୍ଡାର, ଭିତରେ ଅଦ୍ଭୁତ ଓ ଅଲୌକିକ ଦୃଶ୍ୟ !