କୋଣାର୍କ ରେ ତିଆରି ହେଉଛି ମାଇକ୍ରୋ କମ୍ପୋ ସିଟିଂଗ ସେଣ୍ଟର l

ବ୍ୟୁରୋ ରିପୋର୍ଟ - ପୁରୀ ଜିଲ୍ଲା କୋଣାର୍କ (NAC) ବିଜ୍ଞାପିତ ଅଞ୍ଚଳ ପରିଷଦ ରେ କାର୍ଯ୍ୟକାରୀ ହେବା କୁ ଯାଉଛି ଏକ ସ୍ଵତନ୍ତ୍ର ପ୍ରୋଜେକ୍ଟ, ଯାହା ଦ୍ବାରା କୋଣାର୍କର ସମଗ୍ର ଅଞ୍ଚଳରେ ଆଉ ରହିବ ନାହିଁ ଅନିବାର୍ଯ୍ୟ, ଅସନା l ଏଣେତେଣେ କୁଢ କୁଢ ଅଳିଆ ଅନାବନା ଅଦରକାରୀ ସମାଗ୍ରୀ କୁ ଆୟତ୍ତ କରିବା ପାଇଁ ପ୍ରୟାସ ଜାରି ରଖିଛି କୋଣାର୍କ NAC, ପୁରୀ ଜିଲ୍ଲା ପ୍ରଶାସନ l ଏଥିଲାଗି ତିଆରି କରାଯାଉଛି ଏକ ସ୍ଵତନ୍ତ୍ର ପ୍ରୋଜେକ୍ଟ, ଯାହାର ନାମ ମାଇକ୍ରୋକମ୍ପୋସିଟିଂଗ ସେଣ୍ଟର ( MCC) l ଏହା ଦ୍ବାରା କୋଣାର୍କ ବିଜ୍ଞାପିତ ଅଞ୍ଚଳ ପରିଷଦ ର ସମସ୍ତ ଅଳିଆ ଆବର୍ଜନା ଗୁଡ଼ିକୁ ସଂଗ୍ରହ କରି ଏହିଠାରେ ମେସିନ୍ ଦ୍ବାରା ପରିଚାଳିତ କରାଯିବ l ଏହି ପ୍ରକ୍ରିୟା ଦ୍ଵାରା ଗୋଟେ ସ୍ଵଚ୍ଛ, ସ୍ଵାସ୍ଥ୍ୟକର ପରିବେଶ ସୃଷ୍ଟି କରାଯାଇପାରିବ ଏବଂ କୋଣାର୍କ ବିଜ୍ଞାପିତ ଅଞ୍ଚଳ ପରିଷଦ ଏକ ସ୍ଵଚ୍ଛ NAC ଭାବେ ପରିଗଣିତ ହେବା ସହ ଅନ୍ୟ ସହର ମାନଙ୍କୁ ଏ ନେଇ ବାର୍ତ୍ତା ପହଞ୍ଚି ପାରିବ l Rita vision News 

Comments

Popular posts from this blog

ଯାଜପୁର ଜିଲ୍ଲାରେ ବିଜେପି ର ନୂଆ ମୋଡ଼ l ନୂଆ ମୁହଁ କୁ ଜନସାଧାରଣଙ୍କ ପସନ୍ଦ !

ରାଜଧାନୀରେ ମହିଳାଙ୍କୁ ବିଭତ୍ସ ହତ୍ୟା l

ବିଗତ ବର୍ଷ ପରେ ଖୋଲିଲା ରତ୍ନ ଭଣ୍ଡାର, ଭିତରେ ଅଦ୍ଭୁତ ଓ ଅଲୌକିକ ଦୃଶ୍ୟ !