ଟ୍ରକ ଧକ୍କାରେ ବାଇକ ଆରୋହୀଙ୍କ ଘଟଣା ସ୍ଥଳରେ ମୃତ୍ଯୁ l

ଯାଜପୁର (କୋରାଇ) : - ଜିଲ୍ଲାର କୋରାଇ ବ୍ଲକ ଅନ୍ତର୍ଗତ ଆଲିଆ ଛକରେ ଘଟିଛି ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା l ଅଜଣା ଟ୍ରକ ଧକ୍କାରେ ଜଣେ ବାଇକ ଆରୋହୀଙ୍କ ଘଟଣା ସ୍ଥଳରେ ମେତ୍ୟୁ ଘଟିଛି l ସୂଚନା ମୁତାବକ ଆଜି ସକାଳ ୧୦ ଟା ବେଳେ ଜଣେ ବାଇକ ଆରୋହୀ ଯାଜପୁର ରୋଡ଼ରୁ ପାଣିକୋଇଲି ଅଭିମୁଖେ ଯାଉଥିବାବେଳେ ହଠାତ ଏକ ଟ୍ରକ ତାଙ୍କ ପଛପଟୁ ଶକ୍ତ ଧକ୍କା ଦେଇଥିଲା l ଫଳରେ ଘଟଣାସ୍ଥଳରରେ ଯୁବକ ଜଣକ ଗୁରୁତ୍ତର ଅବସ୍ଥାରେ ପଡ଼ିଥିବା ବେଳେ ସ୍ଥାନୀୟ ଲୋକେ ଯୁବକକୁ ଶହେ ଆଠ ଆମ୍ବୁଲାନ୍ସ ଯୋଗେ ଯାଜପୁର ରୋଡ଼ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି କରିଥିଲେ l ମାତ୍ର ଡାକ୍ତର ତାଙ୍କୁ ମୃତ୍ଯୁ ଘୋଷଣା କରିଥିଲେ l ଅନ୍ୟପଟେ ଦୁର୍ଘଟଣା ଘଟଇଥିବା ଟ୍ରକଟି ଫେରାର ହୋଇ ଯାଇଥିବା ଜଣାପଡିଛି l ସୂଚନା ପାଇ କୋରାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ପଲସର ବାଇକକୁ ଜବତ କରିବାସହ ମେଡ଼ିକାଲରେ ପହଞ୍ଚି ଶବକୁ ଜବତ କରିଛି ଏବଂ ଶବ ବ୍ୟବଛେଦ ନିମନ୍ତେ ସ୍ଥାନୀୟ ଦାନଗଦୀ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ପଠାଇଛି l ମୃତ ଯୁବକକ ଜଣକଙ୍କ ନାମ ସଞ୍ଜୟ କୁମାର ଶିଅଳ ହୋଇଥିବା ବେଳେ ତାଙ୍କ ଘର କାଚରାସାହି ପଞ୍ଚାୟତ ଅନ୍ତର୍ଗତ ରଗଡି ସ୍ଥିତ ରାଉତରାୟ ପୁର ବୋଲି ଜଣାପଡିଛି l ଯୁବକ ଜଣଙ୍କର କିଛି ଦିନତଳେ ନିର୍ବନ୍ଧ ହୋଇଥିଲା ଓ ତାଙ୍କର ୨ ମାସ ଭିତରେ ବିବାହ ହୋଇଥାନ୍ତା କିନ୍ତୁ ବିବାହ ପୂର୍ବରୁ ଉଜୁଡିଗଲା ଦାମ୍ପତ୍ୟ ଜୀବନର ଅଭୁଲା ସ୍ବପ୍ନ l ସଞ୍ଜୟଙ୍କ ମୃତ୍ଯୁ ଖବର ଶୁଣି ନିର୍ବନ୍ଧ ହୋଇଥିବା ଝିଅର ଘଟଣାସ୍ଥଳରେ କୋହଭରା ଛାତି ଫଟା କାନ୍ଦର ଦୃଶ୍ୟ ଅଞ୍ଚଳକୁ ଦୋହଲାଇ ଦେଇଛି l ମୃତ ସଞ୍ଜୟ ପରିବାରର ଏକମାତ୍ର ପୁଅ ଥିଲେ l ସଞ୍ଜୟ ପାଣିକୋଇଲି ସ୍ଥିତ ଏକ ଏୟାରଟେଲ କମ୍ପାନୀରେ କାର୍ଯ୍ୟରତ ଥିଲେ l ତେବେ ଆଜି ସେ ସକାଳୁ ତାଙ୍କ ଅଫିସକୁ ଯାଉଥିବା ବେଳେ ଏଭଳି ଅଘଟଣ ଘଟିଥିଲା l ଘଟଣାର ତଦନ୍ତ ଚଳାଇଛି କୋରାଇ ପୋଲିସ l

Comments

Popular posts from this blog

ଯାଜପୁର ଜିଲ୍ଲାରେ ବିଜେପି ର ନୂଆ ମୋଡ଼ l ନୂଆ ମୁହଁ କୁ ଜନସାଧାରଣଙ୍କ ପସନ୍ଦ !

ରାଜଧାନୀରେ ମହିଳାଙ୍କୁ ବିଭତ୍ସ ହତ୍ୟା l

ବିଗତ ବର୍ଷ ପରେ ଖୋଲିଲା ରତ୍ନ ଭଣ୍ଡାର, ଭିତରେ ଅଦ୍ଭୁତ ଓ ଅଲୌକିକ ଦୃଶ୍ୟ !