ସୁକିନ୍ଦା ବିଧାୟକ ଙ୍କ କର୍ମୀ ସମ୍ମିଳନୀ ଓ ଉନ୍ନତି ମୂଳକ କାର୍ଯ୍ୟ ର ଭିତ୍ତିପ୍ରସ୍ତର ସ୍ଥାପନ l

ଯାଜପୁର - ଯାଜପୁର ଜିଲ୍ଲାର ଦାନଗଦି ବ୍ଲକ ର ଧୂଳି ଗଡ଼ ଗ୍ରାମପଞ୍ଚାୟତ ବିଜୁଜନତା ଦଳ ପକ୍ଷରୁ ଏକ କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି l ଧୂଳିଗଡ଼ ଗ୍ରାମପଞ୍ଚାୟତ ବିଜୁ ଜନତା ଦଳ ର ସଭାପତି ଶ୍ରୀଯୁକ୍ତ ଦିନବନ୍ଧୁ ଜେନା ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି 
ସଭାରେ ମୁଖ୍ଯ ଅତିଥି ଭାବେ ଯୋଗ ଦେଇ ଥିଲେ ସୁକିନ୍ଦା ବିଧାୟକ ତଥା ବିଜେଡି ସାଧାରଣ ସମ୍ପାଦକ ଇଂ. ପ୍ରୀତିରଞ୍ଜନ ଘଡାଇ l ସମ୍ମାନୀୟ ଅତିଥି ଭାବେ ଯୋଗଦେଇଥିଲେ ୯/୧୦ ଜୋନ୍ ର ଜିଲ୍ଲାପରିଷଦ ସଦସ୍ୟା ଓ ଦାନଗଦି ବ୍ଲକ ବିଜେଡି ସଭାପତି, ପୂର୍ବତନ ଜିଲ୍ଲାପରିଷଦ ସଭ୍ୟ ମଦନମୋହନ ସାହୁ, ଧୂଳିଗଡ଼ ଗ୍ରାମପଞ୍ଚାୟତର ବିଜେଡି ଯୁବ ସଭାପତି ରାଉତ ମୁଣ୍ଡା, ବହୁ ସଂଖ୍ୟାରେ ମହିଳା ଓ କାର୍ଯ୍ୟକର୍ତ୍ତା ମାନେ l 
ସ୍ଥାନୀୟ ଅଞ୍ଚଳର ବିକାଶ ପାଇଁ ଅତିଥି ମାନେ ତାଙ୍କର ଅଭିଭାଷଣ ପ୍ରଦାନ କରିଥିଲେ l ଶେଷରେ ମୁଖ୍ୟଅତିଥି ବିଧାୟକ ଶ୍ରୀ ଘଡାଇ ନିଜର ଅଭିଭାଷଣ ପ୍ରଦାନ କରିଥିଲେ l ଆଗାମୀ ପଞ୍ଚାୟତ ସମିତି ନିର୍ବାଚନ ପାଇଁ ସମସ୍ତ କର୍ମକର୍ତ୍ତା ମାନେ କିପରି ଭାବରେ କର୍ଯ୍ୟ କରିବେ ସେ ବିଷୟରେ ସୂଚନା ଦେଇଥିଲେ l 
ଏହି ଅବସରରେ ଧୂଳିଗଡ଼ ଗ୍ରାମପଞ୍ଚାୟତର ମାନଗୋବିନ୍ଦ ପୁର ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ନୂତନ ଗୃହ ଓ ଉନ୍ନୟନ କର୍ଯ୍ୟ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ ବିଧାୟକ ପ୍ରୀତିରଞ୍ଜନ ଘଡାଇ l ରାଜ୍ଯ ଖଣିଜ ପାଣ୍ଠି ରୁ ୩୩ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇ ବିଦ୍ୟାଳୟ ର ଗୃହ ଓ ଉନ୍ନୟନ କାମ ହେବ l 
ଆଗାମୀ ଦିନରେ ଦାନଗଦି ବ୍ଲକ ର ପ୍ରତି ଘରକୁ ପାଇପ୍ ଲାଇନ ବ୍ୟବସ୍ଥା ରେ ପାନୀୟଜଳ ଯୋଗାଣ ପ୍ରକଳ୍ପ ପାଇଁ ଜୋକଦିଆ ଠାରେ ପମ୍ପହାଉସ ର କାମ ହେବାକୁ ଯାଉଥିବା ବେଳେ ଜନସାଧାରଣ ଙ୍କ ସହଯୋଗ ମିଳିଲେ ବହୁତ୍ ଉନ୍ନତି ଆଣିବା ପାଇଁ ଚେଷ୍ଟା ଜାରିରହିବ ବୋଲି ବିଧାୟକ ଶ୍ରୀ ଘଡାଇ ବକ୍ତବ୍ୟ ରଖିଥିଲେ l 
The foundation stone of the Sukinda MLA's staff conference and improvement work. 
Jajpur - A working conference was held on behalf of Bijuli Janata Dal of Dhuli Gad Gram Panchayat in Danagadi block of Jajpur district. Preeti Ranjan Ghadai was the guest of honor at the 9/10 Zone Zilla Parishad Member and Danagadi Block BJD President, Former Zilla Parishad Member Madan Mohan Sahu, BJD Youth President of Dhuligarh Gram Panchayat Raut Munda, a large number of women and activists. Finally, the Chief Guest, MLA Mr. Ghadai, gave his address. He briefed on how all the staff will work for the forthcoming Panchayat Samiti elections. Preeti Ranjan Ghadai Rs 33 lakh will be spent from the state mineral fund for the school's housing and development work. "The rescue squad wasn't called for him," she told the Associated Press. 

Comments

Popular posts from this blog

ଯାଜପୁର ଜିଲ୍ଲାରେ ବିଜେପି ର ନୂଆ ମୋଡ଼ l ନୂଆ ମୁହଁ କୁ ଜନସାଧାରଣଙ୍କ ପସନ୍ଦ !

ରାଜଧାନୀରେ ମହିଳାଙ୍କୁ ବିଭତ୍ସ ହତ୍ୟା l

ବିଗତ ବର୍ଷ ପରେ ଖୋଲିଲା ରତ୍ନ ଭଣ୍ଡାର, ଭିତରେ ଅଦ୍ଭୁତ ଓ ଅଲୌକିକ ଦୃଶ୍ୟ !