ଟାଟା ଷ୍ଟିଲ ଫାଉଣ୍ଡେସନ୍ ପକ୍ଷରୁ ସ୍ଥାନୀୟ ଜନସାଧାରଣଙ୍କୁ ବିଭିନ୍ନ ପ୍ରକଳ୍ପ ଉତ୍ସର୍ଗ l

କଳିଙ୍ଗନଗର :- ଗୋଷ୍ଠୀ ବିକାଶ ପ୍ରତି ନିଜର ପ୍ରତିବଦ୍ଧତାକୁ ଦୋହରାଇ ଟାଟା ଷ୍ଟିଲ୍ ଫଉଣ୍ଡେସନ୍ ଶୁକ୍ରବାର ଦିନ ଯାଜପୁର ଜିଲ୍ଲାର ଦାନଗଦି ବ୍ଲକ ଅନ୍ତର୍ଗତ ମାନତୀରା ଗ୍ରାମରେ ଏକ ଭ୍ରାମ୍ୟମାଣ ଜନସ୍ୱାସ୍ଥ୍ୟ ୟୁନିଟ୍ (ଏମ୍‌ପିଏଚ୍‌) ଏବଂ ମାନତୀରା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଏକ ନୂତନ ନିର୍ମାଣ ହୋଇଥିବା ବିଭିଂ ତତ୍ସର୍ଗ କରିଛି ।
ଏହି ପ୍ରକଳ୍ପଗୁଡିକୁ ରାଜ୍ୟସରକାରଙ୍କ ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା, ପବ୍ଲିକ୍ ଏଟରପ୍ରାଇଜେସ୍, ସାମାଜିକ ସୁରକ୍ଷା ଏବଂ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ଶ୍ରୀ
ଅଶୋକ ଚନ୍ଦ୍ର ପଣ୍ଡା ଏବଂ ଗ୍ରାମୀଣ ବିକାଶ, ଦକ୍ଷତା ଓ ବୈଷୟିକ ବିକାଶ ମନ୍ତ୍ରୀ ଇଂ ପ୍ରୀତିରଞ୍ଜନ ଘଡାଇ ଉଦ୍‌ଘାଟନ କରିଥିବାବେଳେ ଟାଟା ଷ୍ଟିଲର
ଓଡିଶା ସିଏସ୍‌ର ମୁଖ୍ୟ ଅସିକା ପ୍ରସାଦ ନନ୍ଦ, ମାନତିରା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ପ୍ରଧାନଶିକ୍ଷୟତ୍ରୀ ସୁଜତା ରାଣୀ ଧଳ, ଟାଟା ଷ୍ଟିଲ୍ ଉଣ୍ଡେସନ୍‌ର ବରିଷ୍ଠ ଅଧିକାର'ଙ୍କ ସମେତ ମାନତିରା ଗ୍ରାମ ପଂଚାୟତର ସଦସ୍ୟମାନେ ଉପସ୍ଥିତ ଥିଲେ ।
କଲେଜରେ ୭୦୦୦ ବର୍ଗଫୁଟର ବିଲଡିଂ ରେ ୨ଟି ଶ୍ରେଣୀଗୃହ, ଗୋଟିଏ ଲାଇବ୍ରେରୀ ଏବଂ କମ୍ପ୍ୟୁଟର ତାଲିମ କେନ୍ଦ୍ର ଅଛି । ଟାଟା ଷ୍ଟିଲ୍ ଫାଉଣ୍ଡେସନ୍ ଦ୍ଵାରା କମ୍ପ୍ୟୁଟର ସେଂଟର ସ୍ଥାପିତ ହୋଇଥିବାବେଳେ ଏହା ନିଟ ଫାଉଣ୍ଡେସନ୍ ଦ୍ବାରା ପରିଚାଳିତ ହେବ ଏବଂ ନିକଟରୁ ୬ଟି ଗ୍ରାମ ପଂଚାୟତରେ ରହୁଥିବ ଛାତ୍ରମାନଙ୍କୁ କଥିତ ଇଂରାଜୀ କ୍ଲାସ୍ ସହିତ ବେସିକ ତଥା ଆଡଭାନ୍ସ କମ୍ପ୍ୟୁଟର ପଠ୍ୟକ୍ରମ ପ୍ରଦାନ କରାଯିବ
ଏହି ଅବସରରେ ଅତିଥିଙ୍କ ଦ୍ଵାରା ଏକ ଭ୍ରାମ୍ୟମାଣ ଜନସ୍ୱାସ୍ଥ୍ୟ ୟୁନିଟ୍ (ଏମପିଏଚୟୁ)ର ମଧ୍ୟ ଶୁଭାରମ୍ଭ କରାଯାଇଥିଲା । କଳିଙ୍ଗନଗର ଏବଂ ଆଖପାଖରେ ଥିବା ୧୮ ଗ୍ରାମ ପଂଚାୟତ ଯଥା, ପଙ୍କପାଳ, ମାଣତିରା , ଖପୁରିଆପଦା,କୁମ୍ଭିରଗଡିଆ, ଜଖପୁରା, ମଙ୍ଗଳପୁର, ଗୋବରଘାଟି , ଚାନ୍ଦିଅ,ସନସାଇଲୋ , ଓଳିଆ, ଡୁବୁରୀ, ବାରଗାଡିଆ, ସାରଙ୍ଗପୁର , ତ୍ରିଜଙ୍ଗା, ଓଲ୍ଲଳ , ସାଳିଜଙ୍ଗା ଏବଂ ରଣାଗୁଣ୍ଡି ରେ ବାସ କରୁଥିବା ଲୋକ ଏମ୍‌ପିଏଚୟୁ ଦ୍ୱାରା ଉପକୃତ ହେବେ |ଜଣେ ଡାକ୍ତର, ପାଂଚ ଜଣ ପାରାମେଡିଜ୍‌ ଏବଂ ସପୋର୍ଟ ଷ୍ଟାଫ୍ ସହିତ ଭ୍ରାମ୍ୟମାଣ ଜନସାସ୍ଥ୍ୟ ୟୁନିଟ୍ ସ୍ଥାନୀୟ ଅଂଚଳର ଲୋକଙ୍କୁ ମାଗଣା ପରାମର୍ଶ,ଅନୁସନ୍ଧାନ ଏବଂ ଔଷଧ ପ୍ରଦାନ କରିବ । ଏହି ପଦକ୍ଷେପ ସହିତ ସ୍ଥାନୀୟ ଅଂଚଳର ଜନସାଧାରଣଙ୍କୁ ପ୍ରତିଷେଧକ, ପ୍ରୋତ୍ସାହନମୂଳକ ଏବଂ ପ୍ରାଥମିକ ସ୍ବାସ୍ଥ୍ୟ ସେବା ଯୋଗାଇବା ସହିତ ସେମାନଙ୍କ ଆଚରଣ ପରିବର୍ତ୍ତନ , ସ୍ୱାସ୍ଥ୍ୟ ଆଚରଣରେ ଉନ୍ନତି ଆଣିବା, ସଂକ୍ରାମକ ରୋଗର ଚିହ୍ନଟ ଓ ଋତୁକାଳୀନ ରୋଗ ଉପରେ ସଚେତନତା ଏବଂ ଏହାର ପ୍ରତିଷେଧକ ଉପରେ ପଦକ୍ଷେପ ନେବାକୁ ଟାଟା ଷ୍ଟିଲ ଫାଉଣ୍ଡେସନ୍ ଲକ୍ଷ୍ୟ ରଖୁଛି ।
ସୁକିନ୍ଦାର ସବଳ ପ୍ରଶିକ୍ଷଣ କେନ୍ଦ୍ରର ପାଂଚଜଣ ଭିନ୍ନକ୍ଷମ ପ୍ରଶିକ୍ଷର୍ଥୀ ଏବଂ ତୁବୁରୀ ସ୍ଥିତ ନିଟ କେନ୍ଦ୍ରରୁ ଉତ୍ତିର୍ଣ୍ଣ ହୋଇଥିବା ପାଂଚଜଣ ଛାତ୍ରଛାତ୍ରୀଙ୍କୁ
ସାର୍ଟିଫିକେଟ୍ ବଂଟନ ସହିତ ଏହି କାର୍ଯ୍ୟକ୍ରମ ସମାପ୍ତ ହୋଇଥିଲା ।

Comments

Popular posts from this blog

ଯାଜପୁର ଜିଲ୍ଲାରେ ବିଜେପି ର ନୂଆ ମୋଡ଼ l ନୂଆ ମୁହଁ କୁ ଜନସାଧାରଣଙ୍କ ପସନ୍ଦ !

ରାଜଧାନୀରେ ମହିଳାଙ୍କୁ ବିଭତ୍ସ ହତ୍ୟା l

ବିଗତ ବର୍ଷ ପରେ ଖୋଲିଲା ରତ୍ନ ଭଣ୍ଡାର, ଭିତରେ ଅଦ୍ଭୁତ ଓ ଅଲୌକିକ ଦୃଶ୍ୟ !