ସରକାରୀ ଦରମା ନେଇ ସରକାରଙ୍କୁ ବଦନାମ କରୁଛନ୍ତି ସରକାରୀ କର୍ମଚାରୀ l (କାର୍ଯ୍ୟାନୁଷ୍ଠାନ ପାଇଁ ସାଧାରନରେ ଦାବି)


ଯାଜପୁର (କଳିଙ୍ଗନଗର) :- କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ତହବିଲ୍ ରୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ପାଇଁ କୋଟି କୋଟି ଟଙ୍କାର ସହାୟତା ରାଶି ଆସୁଛି କିନ୍ତୁ ପ୍ରକୃତ ହିତାଧିକାରୀଙ୍କ ନିକଟରେ ପହଞ୍ଚି ପାରୁ ନାହିଁ l 
ଦାନଗଦୀ ବ୍ଲକରେ ସବୁ କିଛି ଚାଲିଛି କାଗଜ କଲମରେ l ଯାହାର ଜ୍ଜଳନ୍ତ ଉଦାହରଣ ୨୦୨୩-୨୪ ରେ ଆସିଥିବା ପ୍ରଧାନମନ୍ତ୍ରୀ ଆବାସ ଯୋଜନା ରେ ଯୋଗ୍ୟ ହିତାଧିକାରୀ ମାନଙ୍କୁ କାଟି ଦେଇଥିବାର ମାଳ ମାଳ ଅଭିଯୋଗ ଆସିଛି। ଜୀବିତ ଲୋକ ମୁତ୍ଯୁ ବୋଲି ତଦନ୍ତ ରେ ଦେଖେଇବା ଏବଂ ଶ୍ରମିକ କୁ ଶିକ୍ଷକ ସଜାଇବା କାରଣରୁ ଆବାସ କାଟି ଦିଆଯାଉଛି । ସୂଚନା ରୁ ପ୍ରକାଶିତ ଯେ, ଦାନଗଦୀ ବ୍ଲକରେ ଥିବା ୨୩ ଟି ପଞ୍ଚାୟତ ମଧ୍ଯ ରୁ ମଙ୍ଗଳପୁର ପଞ୍ଚାୟତ ଓ ଗୋବର୍ଦ୍ଧନପୁର ପଞ୍ଚାୟତ ରେ ଏପରି ଆଶ୍ଚର୍ୟ୍ଯ କର କାର୍ଯ୍ୟ ଘଟିଛି। ଯାହା କି ଉଭୟ ପଞ୍ଚାୟତ ରେ ଜଣେ ପିଓ ସତ୍ଯ ଭାମା ସାହୁ ଙ୍କ ଦ୍ବାରା ଏପରି ଅଭାବନୀୟ କାର୍ଯ୍ୟ ହୋଇଥିବା ଅଭିଯୋଗ ଆସିଛି।ଏହା ପଛରେ କଣ କାରଣ ଅଛି ତାହା ତଦନ୍ତ ସାକ୍ଷାତ ବୋଲି ଦାନଗଦୀ ବ୍ଲକରେ ଆଲୋଚନା ହେଉଥିବା ଦେଖିବାକୁ ମିଳିଛି। କାରଣ ମଙ୍ଗଳପୁର ପଞ୍ଚାୟତ ରେ ମୋଟ ୪୮ ଟି ନାମ ତାଲିକାଭୁକ୍ତ ରୁ ୪୨ ଜଣ ନାମଥିବା ସମୟରେ ସତ୍ଯଭାମା ସାହୁ ୬ ଜଣ ଲୋକଙ୍କ ଘର ତାଲିକାରୁ କାଟି ଦେଇଥିବା ବେଳେ କାହାକୁ ଜୀବନ୍ତ ଲୋକ କୁ ମୁତ୍ଯୁ ତ କେଉଁ ଲୋକ ଶ୍ରମିକ କାର୍ଯ୍ୟ କରୁଥିବା ବେଳେ ତାଙ୍କର ଶିକ୍ଷକ ବୋଲି ରିପୋର୍ଟ କରିଥିବା ଦେଖିବାକୁ ମିଲିଛି। ଠିକ୍ ସେହିପରି ଗୋବର୍ଦ୍ଧନପୁର ପଞ୍ଚାୟତ ରେ ୨୮ ଜଣଙ୍କ ର ପ୍ରଧାନମନ୍ତ୍ରୀ ଆବାସ ତାଲିକାରୁ କାଟି ଦେଇଛନ୍ତି। ଯାହା କୁ ଏବେ ଜିଲ୍ଲା ସ୍ତରରେ ଥିବା ଅଧିକାରୀ ପଞ୍ଚାୟତକୁ ଆସି ତଦନ୍ତ କରୁଥିବା ଦେଖିବାକୁ ମିଲିଛି। ସରକାର ଗରିବ ଲୋକମାନଙ୍କର ଉନ୍ନତି ପାଇିଁ ଚିନ୍ତା କରୁଥିବା ବେଳେ କିଛି ସରକାରୀ କର୍ମଚାରୀ ଙ୍କ ଏପରି ଘୃଣ୍ୟ କାର୍ଯ୍ୟ ପାଇଁ ସରକାର ଙ୍କ ଉପରକୁ ଅଙ୍ଗୁଲିଉଠୁଛି ବୋଲି ବୁଦ୍ଧିଜୀବି ମହଲ ରେ ଆଲୋଚନା ହେଉଛି।ଏହିପରି ଦାନଗଦି ବ୍ଲକ ରେ ପ୍ରତ୍ୟେକ ପଞ୍ଚାୟତ ରେ ତଦନ୍ତ ରିପୋର୍ଟ ସମ୍ପୂର୍ଣ୍ଣ ଭାବେ ଭୁଲ ଦିଆଯାଇଛି l ଧୂଳିଗଡ଼ ପଞ୍ଚାୟତ ରେ ସମାନ ଅବସ୍ଥା ସ୍ଥାନୀୟ ବାସିନ୍ଦାଙ୍କ ଘର ତାଲିକାଭୁକ୍ତ ନ ହୋଇ ବାହର ଜିଲ୍ଲାରୁ ଆସି ବସତି ସ୍ଥାପନ କରିବା ଲୋକଙ୍କୁ ତାଲିକାଭୁକ୍ତ କରାଯାଇଛି l ତେଣୁ ଜିଲ୍ଲାର ଜିଲ୍ଲାପାଳ ଓ ଦାନଗଦି ବ୍ଲକ ବିଡିଓ ସମ୍ପୂର୍ଣ୍ଣ ନୂତନ ତାଲିକା ପ୍ରସ୍ତୁତ କରିବାକୁ ସାଧାରଣରେ ଦାବି ହେଉଛି ତା ସହିତ ଏହିପରି ଭୁଲ୍ ତଥ୍ଯ ପ୍ରଦାନ କାରୀ କର୍ମଚାରୀ ମାନଙ୍କୁ ଅବିଳମ୍ବେ ନିଲମ୍ବିତ କରି ସେମାନଙ୍କ ବିରୋଧରେ ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଜନସାଧାରଣ ଦାବି କରିଛନ୍ତି l ଦେଖିବାକୁ ବାକିରହିଲା କି ଆବାସ ଯୋଜନା ରେ ଯୋଗ୍ୟ ହିତାଧିକାରୀ ମାନଙ୍କୁ ବାଦ୍ ଦେଇ ସରକାର ଙ୍କୁ ବଦନାମ କରୁଥିବା କର୍ମଚାରୀ ଓ ତାଙ୍କର ସହଯୋଗୀ ମାନଙ୍କ ଉପରେ କଣ ପଦକ୍ଷେପ ଗ୍ରହଣ କରୁଛନ୍ତି।

Comments

Popular posts from this blog

ଯାଜପୁର ଜିଲ୍ଲାରେ ବିଜେପି ର ନୂଆ ମୋଡ଼ l ନୂଆ ମୁହଁ କୁ ଜନସାଧାରଣଙ୍କ ପସନ୍ଦ !

ରାଜଧାନୀରେ ମହିଳାଙ୍କୁ ବିଭତ୍ସ ହତ୍ୟା l

ବିଗତ ବର୍ଷ ପରେ ଖୋଲିଲା ରତ୍ନ ଭଣ୍ଡାର, ଭିତରେ ଅଦ୍ଭୁତ ଓ ଅଲୌକିକ ଦୃଶ୍ୟ !