ବହୁମୁଖୀ ପ୍ରତିଭା ର ଗନ୍ତାଘର ଯୁବ ସାମ୍ବାଦିକ l

ବ୍ୟୁରୋ ରିପୋର୍ଟ :- କଥାରେ ମଣିଷ ନିଜ ନାମ ଦ୍ଵାରା ନୁହେଁ,ନିଜ କାମ ଦ୍ଵାରା ଯଶ ଅର୍ଜନ କରିଥାଏ ଯାହାର ଜ୍ୱଳନ୍ତ ଉଦାହରଣ ହେଲେ ଯୁବ ସାମ୍ବାଦିକ ରାକେଶ କୁମାର ମହାନ୍ତି।ପିଲା ଟି ବେଳୁ ବେଶ ବିଚକ୍ଷଣ ଓ ମେଧାବୀ ଛାତ୍ର ଥିଲେ ରାକେଶ।ଖୋର୍ଦ୍ଧା ଜିଲ୍ଲା ଗଡହଳଦିଆ ରେ ତାଙ୍କ ଜନ୍ମ।ପିତା ରବୀନ୍ଦ୍ର କୁମାର ମହାନ୍ତି ଓ ମା କମଳିନି ମହାନ୍ତି ଙ୍କ ସୁ ପୁତ୍ର ହେଲେ ରାକେଶ,ବାଣିଜ୍ୟ ରେ ସ୍ନାତକ ଓ ଏମ. ବି. ଏ ପରି ଉଚ୍ଚ ଶିକ୍ଷା ପରେ ମୋଟା ଦରମା ରେ ସନ୍ତୁଷ୍ଟ ନଥିଲେ ରାକେଶ,ତାଙ୍କ ଲକ୍ଷ୍ୟ ଥିଲା ସମାଜ ସେବା ସେଥିପାଇଁ ସେ ସାମ୍ବାଦିକତା ପଢି ଦୁଃଖୀ, ଗରିବ ଙ୍କ ସମସ୍ୟା କୁ ସରକାରଙ୍କ ସାମନା କୁ ଆଣିବାରେ ସକ୍ଷମ ହେଲେ,ଏହା ସହ ସାମ୍ବାଦିକତା ଜଗତରେ ସେ ଜଣେ ନାମ କରା ଖବର ଉପସ୍ଥାପକ ଭାବେ ପରିଚିତ।କ୍ରିକେଟ ଖେଳ ପ୍ରତି ଅହେତୁକ ରୁଚି ରଖନ୍ତି ରାକେଶ ଜିଲ୍ଲା ସ୍ତରୀୟ କ୍ରିକେଟ ଟୁୁର୍ଣ୍ଣାମେଂଟ ରେ ସେ ଗୋଆ, ଦିଲ୍ଲୀ, କକିକତା ଆଦି ଖେଳ ପାଇଁ ବଛା ଯାଇଥିଲେ।ଏହା ସହ ସବୁ ପ୍ରକାର ଗୀତ କୁ ସେ ତାଙ୍କ ସୁଳିଲ କଣ୍ଠ ରେ ଗାଇ ଅଫିସ ଓ ସାଙ୍ଗଙ୍କ ଗହଣ ପ୍ରଶଂସା ସାଉଁଟି ପାରନ୍ତି।ଏତେ ବହୁମୁଖି ପ୍ରତିଭା ସ୍ୱତେ ସେ ଜଣେ ମେଳାମି ଓ ନମ୍ର ସ୍ୱଭାବ ର ଅଟନ୍ତି ଆଗକୁ ସାମ୍ବାଦିକତା ଜଗତ ରେ ସେ ଜଣେ ଦକ୍ଷ ସାମ୍ବାଦିକ ହିସାବରେ ଦୁଃଖୀ ଦରିଦ୍ରଙ୍କ ସମସ୍ୟା ସରକାର ଙ୍କ ଦୃଷ୍ଟି ଗୋଚର କରି ଓଡିଶା ରେ ନା କରିବେ ବୋଲି ଆଶାବ୍ୟକ୍ତ କରିଛନ୍ତି l 

Comments

Popular posts from this blog

ଯାଜପୁର ଜିଲ୍ଲାରେ ବିଜେପି ର ନୂଆ ମୋଡ଼ l ନୂଆ ମୁହଁ କୁ ଜନସାଧାରଣଙ୍କ ପସନ୍ଦ !

ରାଜଧାନୀରେ ମହିଳାଙ୍କୁ ବିଭତ୍ସ ହତ୍ୟା l

ବିଗତ ବର୍ଷ ପରେ ଖୋଲିଲା ରତ୍ନ ଭଣ୍ଡାର, ଭିତରେ ଅଦ୍ଭୁତ ଓ ଅଲୌକିକ ଦୃଶ୍ୟ !