ସୁକିନ୍ଦା ସାହିତ୍ୟ ସମାଜର ବିଷୁବ ମିଳନ ସମାରୋହ l

ଯାଜପୁର (ସୁକିନ୍ଦା) :- ସୁକିନ୍ଦା ସାହିତ୍ୟ ସମାଜ ପକ୍ଷରୁ ବିଷୁବ ମିଳନ ସାରସ୍ୱତ ସମାରୋହ ସ୍ଥାନୀୟ ଭାରତୀୟ ବିଦ୍ୟା ନିକେତନ ପରିସରରେ ୧୪ତାରିଖ (ଗୁରୁବାର)ଅନୁଷ୍ଠିତ ହୋଇଯାଇଛି l ଏହି ସାରସ୍ୱତ ସମାରୋହରେ ବ୍ୟଙ୍ଗ କବି ଜ୍ଞାନ ହୋତା ମୁଖ୍ୟ ଅତିଥି ଓ କବି ଜ୍ୟୋତି ନିରଞ୍ଜନ ପତି ମୁଖ୍ୟ ବକ୍ତା ଭାବେ ଯୋଗଦେଇଥିଲେ l ସାହିତ୍ୟ ସମାଜର ସଭାପତି ପ୍ରାଧ୍ୟାପକ ଅକ୍ଷୟ କୁମାର ଭୂୟାଁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସମାରୋହରେ କାର୍ଯ୍ୟକାରୀ ସଭାପତି ପ୍ରାଧ୍ୟାପକ ରାଜ କିଶୋର ଆଚାରୀ ସ୍ୱାଗତ ଭାଷଣ ଓ ସଂଗଠନ ସମ୍ପାଦକ ଅଜୟ କୁମାର ଖୁଣ୍ଟିଆ ଅତିଥିମାନଙ୍କର ପରିଚୟ ପ୍ରଦାନ କରିଥିଲେ l
 ସାହିତ୍ୟ ସମାଜର ସମ୍ପାଦକ ହିମାଂଶୁ ଶେଖର ଦ୍ବିବେଦୀ ବିବରଣୀ ପ୍ରଦାନ କରିବା ସହ ଅସୁସ୍ଥତା ବଶତଃ ଉତ୍ସବରେ ଯୋଗ ଦେଇନପାରି ମୁଖ୍ୟ ଉପଦେଷ୍ଟା ବରିଷ୍ଠ ସାମ୍ବାଦିକ ଜୟ ନାରାୟଣ ମହାପାତ୍ରଙ୍କ ପ୍ରେରିତ ବାର୍ତ୍ତା ପାଠ କରିଥିଲେ l ଏହି ଅବସରରେ ବ୍ୟଙ୍ଗ କବି ଜ୍ଞାନ ହୋତାଙ୍କୁ ସାହିତ୍ୟ ସମାଜ ପକ୍ଷରୁ ଫଳକ ଓ ଉତ୍ତରୀୟ ପ୍ରଦାନ କରାଯାଇ ବିଷୁବ ସମ୍ମାନରେ ସମ୍ମାନିତ କରାଯାଇଥିଲା l କୋଷlଧ୍ୟକ୍ଷ ମନୋରଞ୍ଜନ ଦାସ ଧନ୍ୟବାଦ ଅର୍ପଣ କରିଥିଲେ l
ଏହି ଉପଲକ୍ଷେ ପୂର୍ବାହ୍ନରେ ଲବଙ୍ଗଲତା ପରିଡା ଓ ଦୀପ୍ତି ସାମଲଙ୍କ ସଂଯୋଜନାରେ ଅନୁଷ୍ଠିତ କବିତା ପାଠୋତ୍ସବରେ ନିର୍ମଳ ଚନ୍ଦ୍ର ରାଉତ, ମାଧବାନନ୍ଦ ବଳ, କୁଳମଣି ଦତ୍ତ, ଗୋକୁଳ ବିହାରୀ ପୃଷ୍ଟି ପ୍ରମୁଖ ଵରେଣ୍ୟ ଅତିଥିଭାବେ ମଞ୍ଚାସିନ ଥିଲେ l
 ପ୍ରାରମ୍ଭରେ ଶ୍ରଦ୍ଧlଞ୍ଜଳି ଦାସ ବନ୍ଦେ ଉତ୍କଳ ଜନନୀ ଦେଶାତ୍ମବୋଧ ସଂଗୀତ ଗାନ କରିଥିବା ବେଳେ ଶାଶ୍ଵତୀ ଦାସ ଓ ଏଲିନା ପ୍ରିୟଦର୍ଶିନୀ ମିଶ୍ର ସ୍ୱାଗତ ନୃତ୍ୟ ପରିବେଷଣ କରିଥିଲେ l ଉପ ସଭାପତି ଡା. ଦୟାନିଧି ଦାଶ, ସୁଦାମ ଚରଣ ନାୟକ, ସୁରେନ୍ଦ୍ରନାଥ ଦାଶ, ନାରାୟଣ ଶତପଥୀ, ସହ ସମ୍ପାଦକ କାଞ୍ଚନ ବାଳା ମଲ୍ଲ ପ୍ରମୁଖ ଉତ୍ସବ ପରିଚାଳନାରେ ସହଯୋଗ କରିଥିଲେ l(ସୁକିନ୍ଦାରୁ ଜୟନାରାୟଣ ମହାପାତ୍ର ଙ୍କ ରିପୋର୍ଟ) 

Comments

Popular posts from this blog

ଯାଜପୁର ଜିଲ୍ଲାରେ ବିଜେପି ର ନୂଆ ମୋଡ଼ l ନୂଆ ମୁହଁ କୁ ଜନସାଧାରଣଙ୍କ ପସନ୍ଦ !

ରାଜଧାନୀରେ ମହିଳାଙ୍କୁ ବିଭତ୍ସ ହତ୍ୟା l

ବିଗତ ବର୍ଷ ପରେ ଖୋଲିଲା ରତ୍ନ ଭଣ୍ଡାର, ଭିତରେ ଅଦ୍ଭୁତ ଓ ଅଲୌକିକ ଦୃଶ୍ୟ !