ନନ୍ଦନକାନନ ପାଇଁ ଖୁସି ଖବର ଆଣିଛି ଧଳା ବାଘୁଣୀ ରୂପା l

ଭୁବନେଶ୍ଵର (ବ୍ୟୁରୋ ରିପୋର୍ଟ) : - ନୂଆ ବର୍ଷର ପ୍ରଥମ ସପ୍ତାହ ନନ୍ଦନକାନନ ପାଇଁ ଖୁସି ଖବର ଆଣିଛି। ଧଳା ବାଘୁଣୀ ରୂପା ଶୁକ୍ରବାର ମା’ ହୋଇଛି। ନନ୍ଦନକାନନକୁ ନୂଆ ସଦସ୍ୟର ଆଗମନ ହୋଇଛି। ରୂପା ତା’ର ଦ୍ୱିତୀୟଗର୍ଭସ୍ଥ ସନ୍ତାନକୁ ଜନ୍ମଦେଇଛି। ବାଘୁଣୀ ରୂପା ଗର୍ଭଧାରଣ କରିଥିବାର ଜଣାପଡିବା ପରେ ନନ୍ଦନକାନନ କର୍ତ୍ତୃପକ୍ଷ ସଜାଗ ହୋଇଯାଇଥିଲେ। ଉପନିର୍ଦ୍ଦେଶକ ସଞ୍ଜିତ କୁମାରଙ୍କ ନିର୍ଦ୍ଦେଶ ମୁତାବକ ବନ୍ୟ ବିଭାଗ ଓ ଚିକିତ୍ସକମାନେ ରୂପା ପ୍ରତି ସ୍ବତନ୍ତ୍ର ଦୃଷ୍ଟିଦେଇ ରହୁଥିବା ୨୧ନଂ. ଏନକ୍ଲୋଜରରେ ଅଲଗା କରି ରଖିଥିଲେ। ଏହି ଏନ୍‌କ୍ଲୋଜରକୁ ସାଧାରଣ କର୍ମଚାରୀମାନଙ୍କ ଯାତାୟାତକୁ ବାରଣ କରାଯିବା ସହ ସିସି କ୍ୟାମେରା ଲଗାଯାଇ ରୂପାର ଗତିବିଧି ଉପରେ ଲକ୍ଷ୍ୟ ରଖାଯାଇଥିଲା। ଶେଷରେ ଶୁକ୍ରବାର ଅପରାହ୍ନରେ ଦୁଇଟି ଓ ପରେ ଗୋଟିଏ ଶାବକକୁ ଜନ୍ମଦେଇଥିଲା ରୂପା। ଜନ୍ମିତ ଶାବକ ସୁସ୍ଥ ଥିବାର ଜଣାପଡିଥିବାବେଳେ ଗୋଟିଏ ଧଳା ଓ ଦୁଇଟି ସାଧାରଣ ବାଘ ଶାବକ ବୋଲି ଅନୁମାନ କରାଯାଉଛି। ତେବେ ନବଜାତକକୁ ମିଶାଇଲେ ନନ୍ଦକାନନରେ ବାଘ ସଂଖ୍ୟା ବୃଦ୍ଧିପାଇ ୨୮ ରେ ପହଞ୍ଚିଛି । ଗତବର୍ଷ ସେପ୍ଟେମ୍ବର ୨୨ ଓ ୨୩ ରେ ସାଧାରଣ ମହାବଳ ଭାଇ ରାଜେଶ ସହ ଧଳାବାଘୁଣୀ ଭଉଣୀ ରୂପାର ମିଳନ ହୋଇଥିଲା। ତେବେ ଧଳାବାଘୁଣୀ ରୂପା ସହ ସାଧାରଣ ବାଘ ରାଜେଶର ମିଳନ ହୋଇ ୨୦୨୨ ମାର୍ଚ୍ଚରେ ରୂପା ପ୍ରଥମ ଗର୍ଭରୁ ୩ଟି ଶାବକ ଜନ୍ମ ଦେଇଥିଲା।

Comments

Popular posts from this blog

ଯାଜପୁର ଜିଲ୍ଲାରେ ବିଜେପି ର ନୂଆ ମୋଡ଼ l ନୂଆ ମୁହଁ କୁ ଜନସାଧାରଣଙ୍କ ପସନ୍ଦ !

ରାଜଧାନୀରେ ମହିଳାଙ୍କୁ ବିଭତ୍ସ ହତ୍ୟା l

ବିଗତ ବର୍ଷ ପରେ ଖୋଲିଲା ରତ୍ନ ଭଣ୍ଡାର, ଭିତରେ ଅଦ୍ଭୁତ ଓ ଅଲୌକିକ ଦୃଶ୍ୟ !