ଜାଲରେ ପଡିଲା ବିରଟକାୟ ବିରଳ ମାଛ l

ପାରାଦୀପ(ବ୍ୟୁରୋ ରିପୋର୍ଟ) :- ପାରାଦୀପ ନେହରୁବଙ୍ଗଳାସ୍ଥିତ ମାଛଧରା ବନ୍ଦରରୁ ସମୁଦ୍ରକୁ ମାଛ ମାରିବାକୁ ଯାଇଥିବା ଗୋଟିଏ ଟ୍ରଲର୍‌ରେ ଏକ ବିଶାଳକାୟ ମାଛ ପଡ଼ିବା ନେଇ ଏବେ ପାରାଦୀପରେ ଚର୍ଚ୍ଚା ଜୋର୍‌ ଧରିଛି । ଗତକାଲି ସମୁଦ୍ର ଉପକୂଳରୁ ପ୍ରାୟ ୪୦ ନଟିକାଲ୍‌ ମାଇଲ୍‌ ଦୂରରେ କିଛି ମତ୍ସ୍ୟଜୀବୀ ଜାଲ ପକାଇଥିବା ବେଳେ ଜାଲକୁ ଟେକି ପାରି ନଥିଲେ । ଜାଲରେ ପ୍ରବଳ ମାଛ ପଡ଼ିଥିବା ଭାବି ଜାଲକୁ ଉପରକୁ ଆଣି ପାରି ନଥିଲେ । ତେଣୁ ପାଖରେ ଥିବା ଅନ୍ୟ ଏକ ଟ୍ରଲର୍‌କୁ ସହାୟତା ପାଇଁ ଡାକିଥିଲେ । ଦୁଇଟି ଟ୍ରଲର୍‌ ମିଶି ଜାଲକୁ ଭିଡ଼ିବା ପରେ ଯାହା ଦେଖିଥିଲେ ମତ୍ସ୍ୟଜୀବୀ ମାନଙ୍କ ଆଖିକୁ ବିଶ୍ୱାସ ହୋଇ ନଥିଲା। ଏକ ବିଶାଳକାୟ ମାଛ ସେମାନଙ୍କ ଜାଲରେ ପଡ଼ିଥିଲା । ଏଭଳି ବଡ଼ ଆକାରର ମାଛ ସେମାନେ କେବେ ଦେଖି ନ ଥିଲେ । ତା’ର ଓଜନ ପ୍ରାୟ ୨ଟନ୍‌ ବା ୨ ହଜାର କିଲୋ ହେବ ବୋଲି ମତ୍ସ୍ୟଜୀବୀମାନେ କହିଛନ୍ତି । ହେଲେ ମାଛଟିକୁ ଟ୍ରଲର୍‌ ଭିତରେ ରଖିବା ସମ୍ଭବ ନହେବାରୁ ତାକୁ ପାଣିରେ ଛାଡ଼ିବାକୁ ନିଷ୍ପତ୍ତି ନେଇଥିଲେ ମତ୍ସ୍ୟଜୀବୀମାନେ ।
ମାଛଟିକୁ ପାଣିରେ ପକାଇବାର ଏକ ଭିଡିଓ ଏବେ ଭାଇରାଲ୍‌ ହୋଇଥିବା ବେଳେ ମାଛଟି ରକ୍ତାକ୍ତ ଅବସ୍ଥାରେ ଥିବା ଓ ପାଣିରେ ପକାଇବା ବେଳେ ହଲଚଲ୍‌ ହେଉ ନଥିବା ଦେଖିବାକୁ ମିଳିଛି । ତେଣୁ ମାଛଟି ମରି ଯାଇଥିବା ସନ୍ଦେହ କରାଯାଉଛି । ଯଦିଓ କେଉଁ କେଉଁ ଟ୍ରଲର୍‌ ମାଛ ମାରିବାକୁ ଯାଇଥିବା ବେଳେ ଏହି ମାଛକୁ ଧରିଥିଲେ ତାହା ଜଣାପଡ଼ିନି କିନ୍ତୁ ଏଭଳି ବିରଳ ପ୍ରଜାତିର ମାଛ ଯେ ପାରାଦୀପ ସାମୁଦ୍ରିକ ଅଞ୍ଚଳରେ ଅଛନ୍ତି ତାହା ସ୍ପଷ୍ଟ ହୋଇଯାଇଛି ।
Rare fish caught in the net. 
Paradip( Beuro Report) :- Rumors are now rife in Paradip that a huge fish fell into a trawler that went fishing from the fishing port in Nehru to Bengal. Yesterday, some fishermen threw their nets about 40 nautical miles off the coast, but were unable to catch the nets. He could not bring the net up, thinking that there was a strong fish in the net. So he called another nearby trawler for help. The sight of the fishermen could not believe what they saw after the two trawlers plunged into the net. A huge fish fell into their nets. They had never seen such a large fish. It weighs about 2 tonnes or 2,000 kilograms, the fishermen said. However, it was not possible to keep the fish in the trawler, so the fishermen decided to release it into the water.
 A video of the fish being thrown into the water has now gone viral, while the fish is found to be in a bloody state and does not move when thrown into the water. So the fish is suspected to be dead. It is unknown at this time what he will do after leaving the post.

Comments

Popular posts from this blog

ଯାଜପୁର ଜିଲ୍ଲାରେ ବିଜେପି ର ନୂଆ ମୋଡ଼ l ନୂଆ ମୁହଁ କୁ ଜନସାଧାରଣଙ୍କ ପସନ୍ଦ !

ରାଜଧାନୀରେ ମହିଳାଙ୍କୁ ବିଭତ୍ସ ହତ୍ୟା l

ବିଗତ ବର୍ଷ ପରେ ଖୋଲିଲା ରତ୍ନ ଭଣ୍ଡାର, ଭିତରେ ଅଦ୍ଭୁତ ଓ ଅଲୌକିକ ଦୃଶ୍ୟ !