ରାଧାକୃଷ୍ଣ ସାହିତ୍ୟ ସଂସ୍କୃତି ସଂସଦର ବାର୍ଷିକୋତ୍ସବ I

ଯାଜପୁର (କଳିଙ୍ଗନଗର): - ରାଧାକୃଷ୍ଣ ସାହିତ୍ୟ ସଂସ୍କୃତି ସଂସଦ,  ଟୋଲକାନୀର ଅଷ୍ଟମ ବାର୍ଷିକୋତ୍ସବ  ୧୯ ତାରିଖରେ ସ୍ଥାନୀୟ ରାଧାକୃଷ୍ଣ ଭାଗବତ ଟୁଙ୍ଗି ପରିସରରେ ଅନୁଷ୍ଠିତ ହୋଇଯାଇଛି l ବିଶିଷ୍ଠ ସମାଜସେବୀ ଦୀନବନ୍ଧୁ ପୃଷ୍ଟି ଏହାକୁ ଉଦଘାଟନ କରିଥିଲେ l ପୂର୍ବାହ୍ନରେ ଅନୁଷ୍ଠିତ କବିତା ପାଠୋତ୍ସବରେ ବହୁ କବି ଓ କବିୟତ୍ରୀ ସ୍ୱରଚିତ କବିତା ଆବୃତ୍ତି କରିଥିଲେ l କବି ଡ. ଦୟାନିଧି ଦାଶ,କବିୟତ୍ରୀ କବିତା ରଥ ଓ ସନ୍ଧ୍ୟାରାଣୀ ପୃଷ୍ଟି କବିତାଗୁଡିକୁ ସଂଯୋଜନା କରିଥିଲେ l ଅପରାହ୍ନରେ ସମାଜ ସୁରକ୍ଷାରେ ସାହିତ୍ୟର ଭୂମିକା ଶୀର୍ଷକ ଆଲୋଚନା ଚକ୍ରରେ କଳିଙ୍ଗନଗର ଅତିରିକ୍ତ ଜିଲ୍ଲାପାଳ ସନ୍ତୋଷ କୁମାର ମିଶ୍ର ମୁଖ୍ୟ ଅତିଥି, ସାହିତ୍ୟିକ ଡ. ରାମଚନ୍ଦ୍ର ନାୟକ ମୁଖ୍ୟ ବକ୍ତା, ସାହିତ୍ୟିକ ଡ. ଶରତ ରାୟ ଓ ଅଧ୍ୟାପକ ଅକ୍ଷୟ କୁମାର ପଣ୍ଡା ସମ୍ମାନିତ ଅତିଥିଭାବେ ଯୋଗଦେଇଥିଲେ l ସଂସଦର ଉପ ସଭାପତି ଡ. ଯୁଗଳ କିଶୋର ହୋତାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସମାରୋହରେ ଅଧ୍ୟାପକ ଦିଲୀପ କୁମାର ନାୟକ ଅତିଥିମାନଙ୍କର ପରିଚୟ ପ୍ରଦାନ କରିଥିଲେ l ସମ୍ପାଦକ ଶିକ୍ଷାବିତ ଗୋକୁଳ ବିହାରୀ ପୃଷ୍ଟି ସମ୍ପାଦକୀୟ ବିବରଣୀ ପ୍ରଦାନ କରିଥିଲେ l ଅତିଥିମାନେ ଗୋକୁଳ ବିହାରୀ ପୃଷ୍ଟିଙ୍କ ରଚିତ ପୁସ୍ତକ ସଂକ୍ଷିପ୍ତ କାବ୍ୟ ରାମାୟଣକୂ ଉନ୍ମୋଚନ କରିଥିଲେ l ସଂସଦ ପକ୍ଷରୁ ବିଶିଷ୍ଟ ଭାସ୍କର୍ଯ୍ୟ ଶିଳ୍ପୀ ପ୍ରମୋଦ କୁମାର ବରାଳଙ୍କୁ କୋଣାର୍କ ସମ୍ମାନ, ସାହିତ୍ୟିକ ନିର୍ମଳ ଚନ୍ଦ୍ର ରାଉତଙ୍କୁ ପ୍ରଜ୍ଞାପ୍ରାଣ ସମ୍ମାନ ଓ କବି ଗୋଲକ ବିହାରୀ ବେହେରାଙ୍କୁ କବିତିଳକ ସମ୍ମାନ ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲା l ଯୁବ ପର୍ବତାରୋହୀ ଦେବାଶିଷ ମହାନ୍ତ ମଧ୍ୟ ସମ୍ବର୍ଦ୍ଧିତ ହୋଇଥିଲେ l ଏହି ଅବସରରେ ଅତିଥିମାନେ ଝାଡ଼େଶ୍ୱର ମହାବିଦ୍ୟାଳୟ ପରିସରରେ ବିଭିନ୍ନ ବୃକ୍ଷ ରୋପଣ କରିଥିଲେ l (ଟୋଲକାନୀରୁ ଜୟ ନାରାୟଣ ମହାପାତ୍ରଙ୍କ ରିପୋର୍ଟ)l
Anniversary of Radhakrishna Sahitya Sanskriti Sangsad. 
Jajpur (Kalinganagar): - The 8th Anniversary of the Radhakrishna Sahitya Sanskriti Sangsad, Tolkani was held on the 19th  at the local Radhakrishna Bhagwat Tungi premises. The poet Dr. Dayanidhi Das, poetess Kavita Rath and Sandhyarani Pristi composed the poems l In the afternoon, Kalinganagar Additional District Magistrate Santosh Kumar Mishra was the chief guest at the seminar on the role of literature in social security. Ramchandra Nayak was the keynote speaker, Dr. Sarat Rai and Professor Akshay Kumar Panda were the guests of honor. The function, presided over by the couple Kishore Hota, was attended by Professor Dilip Kumar Nayak, Editor-in-Chief Gokul Bihari Pristi, Editor-in-Chief. Nirmal Chandra Raut was honored with the Pragya Pranam Award and poet Golak Bihari Behera was honored with the Poetry Award. Young mountaineer Debashis Mahanta was also honored.

Comments

Popular posts from this blog

ଯାଜପୁର ଜିଲ୍ଲାରେ ବିଜେପି ର ନୂଆ ମୋଡ଼ l ନୂଆ ମୁହଁ କୁ ଜନସାଧାରଣଙ୍କ ପସନ୍ଦ !

ରାଜଧାନୀରେ ମହିଳାଙ୍କୁ ବିଭତ୍ସ ହତ୍ୟା l

ବିଗତ ବର୍ଷ ପରେ ଖୋଲିଲା ରତ୍ନ ଭଣ୍ଡାର, ଭିତରେ ଅଦ୍ଭୁତ ଓ ଅଲୌକିକ ଦୃଶ୍ୟ !