ମା 'କୋଳରୁ ଶିଶୁପୁତ୍ରକୁ ଛଡ଼ାଇନେଲା ଦଲାଲ୍ l

ବାରିପଦା(ବ୍ୟୁରୋ ରିପୋର୍ଟ) :- ଟଙ୍କା ପାଇଁ ଜଣେ ଦଲାଲ୍‌ ବଡ଼ ନିର୍ଦ୍ଦୟ ଭାବେ ଜଣେ ମା’ର କୋଳରୁ ତା’ ମାସକର ଶିଶୁ ପୁତ୍ରକୁ ଛଡ଼ାଇ ନେଇ ବିକିଦେଇଛି । ମୟୂରଭଞ୍ଜ ଜିଲ୍ଲାର ସାରସକଣାରେ ଏମିତି ପିଲା ବିକ୍ରି ଅଭିଯୋଗ ଆସିବା ପରେ ପୋଲିସ ସକ୍ରିୟତା ଦେଖାଇ ସେହି ଶିଶୁ ପୁତ୍ର ଜବତ କରିଛି ଓ ତାକୁ କିଣିଥିବା ଦମ୍ପତି ଏବଂ ବିକିଥିବା ଦଲାଲକୁ ଗିରଫ କରିଛି ।
 ଝାରପୋଖରିଆ ଥାନା ଅନ୍ତର୍ଗତ ଶଙ୍ଖଭଙ୍ଗା ଗାଁର ବାସିନ୍ଦା ମାଳତୀ ଦିଗାଲ ରବିବାର ଦିନ ନିଜ ମାସକର ଶିଶୁ ପୁତ୍ରକୁ ହସପିଟାଲକୁ ନେଇ ଯାଉଥିବା ବେଳେ ବାଟରେ ତପନ ଦଣ୍ଡପାଟ ନାମକ ଦଲାଲ୍‌ ତାଙ୍କଠାରୁ ଶିଶୁଟିକୁ ଛଡ଼େଇ ନେଇଥିଲା । କାନ୍ଦି କାନ୍ଦି ଖାଲି ହାତରେ ଥାନାରେ ପହଞ୍ଚି ଏହି ଘଟଣା ବଷୟରେ ଅଭିଯୋଗ କରିଥିଲେ ମାଳତୀ । ପୋଲିସ ତୁରନ୍ତ ତଦନ୍ତ ଆରମ୍ଭ କରିଥିଲା ଓ ଦଲାଲକୁ ଚିହ୍ନଟ କରି ରାଇରାଙ୍ଗପୁରରେ ସେହି ଶିଶୁଟିକୁ କିଣିଥିବା ଏକ ଦମ୍ପତିଙ୍କୁ ଠାବ କରି ଶିଶୁଟିକୁ ଉଦ୍ଧାର କରିଥିଲା ।
                  ଅଭିଯୁକ୍ତ ଦଲାଲ୍ 
 ‘‘ମୋ’ ପୁଅ ଦେହ ଭଲ ନ ଥିବାରୁ ମୁଁ ତାକୁ ହସପିଟାଲକୁ (ଶିରସା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର) ଆଣୁଥିଲି । ମୁଁ ତାକୁ ଧରି ଚାଲି ଚାଲି ଆସୁଥିବା ବେଳେ ସେ (ଦଲାଲ ତପନ ଦଣ୍ଡପାଟ) ମୋତେ ଅଟକାଇଲା ଓ ପିଲାଟିକୁ ତାକୁ ଦେଇଦେବାକୁ କହିଲା । ମୁଁ ମନା କଲି । ହେଲେ ସେ ମୋ’ ହାତରେ ୧,୧୦୦ ଟଙ୍କା ଗୁଞ୍ଜି ଦେଲା ଓ ମୋ’ ପୁଅକୁ ମୋ’ଠୁ ଛଡ଼େଇ ନେଲା । ସେ ସାଙ୍ଗେ ସାଙ୍ଗେ ଗୋଟେ ଗାଡ଼ିରେ ସେଠୁ ପଳେଇଗଲା,’’ କହିଛନ୍ତି ମାଳତୀ ଦିଗାଲ ।
 ମାଳତୀ ସେହି ଦଲାଲକୁ ପୂର୍ବରୁ ଜାଣି ନ ଥିଲେ ବୋଲି କହିଛନ୍ତି । ଝାରପୋଖରିଆ ପୋଲିସର ଜଣେ ଅଧିକାରୀ କହିଛନ୍ତି ଯେ ଦଲାଲ ତପନ ଦଣ୍ଡପାଟ ଗୋଟିଏ ପିଲାକୁ ପାଇବା ପାଇଁ ଅନେକ ଦିନରୁ ଅପେକ୍ଷା କରିଥିଲା ଓ ମାଳତୀକୁ ଏକା ଦେଖି ସେ ଏହି ଅପରାଧ କରିଥିଲା । ମାସକର ଶିଶୁ ପୁତ୍ରକୁ ସେ ମାତ୍ର ୨,୦୦୦ ଟଙ୍କାରେ ବିକ୍ରି କରିଦେଇଥିବା ପୋଲିସକୁ କହିଛି ।
 ରାଇରାଙ୍ଗପୁରର ଦମ୍ପତି ପ୍ରହ୍ଲାଦ ପ୍ରତିହାରୀ ଓ ଲିଜା ପ୍ରତିହାରୀ ଦଲାଲ ତପନ ଦଣ୍ଡପାଟଠାରୁ ଶିଶୁ ପୁତ୍ରଟିକୁ କିଣିଥିଲେ । ପୋଲିସ ସେ ଦୁହିଁଙ୍କୁ ବି ଗିରଫ କରିଛି । ସୋମବାର ଦିନ ତିନି ଜଣ ଆସାମୀଙ୍କୁ ପଚରାଉଚରା କରିବା ପରେ କୋର୍ଟରେ ହାଜର କରାଯାଇଥିଲା ଓ ଜେଲ୍‌ ହାଜତକୁ ପଠେଇଦିଆଯାଇଥିଲା ।

The broker snatched the baby from his mother's lap. 

Baripada (Beuro Report): - A broker has ruthlessly snatched and sold his one-month-old baby boy from the arms of a mother for money. In the efficient general distribution, a child's children, were such as sexual job here are such a child and the cows they purchased.
 Malati Digal, a resident of Shankhabhanga village under Jharpokhari police station, was taking her one-month-old baby son to the hospital on Sunday while Tapan Dandapat, a broker on the way, snatched the baby from her. Malati reached the police station with tears in her eyes and complained about the incident. Police immediately launched an investigation and identified the broker and located the couple who had bought the baby in Rairangpur and rescued the baby.
 "I was brought to the hospital (Shirsa Group Health Center) because my son was not feeling well. As I was walking away, he (the broker Tapan Dandapat) stopped me and asked me to hand him over to the child. I refused. However, he put Rs 1,100 in my hand and took my son away from me. He immediately fled the scene in a vehicle, ”said Malati Digal.
 Malati said he did not know the broker before. A Jharpokhari police official said the broker had been waiting for a long time to get a child, and that he had committed the crime when he saw Malati alone. He told police he sold his one-month-old son for just @ 2,000.
 Prairad Pratihari and Lisa Pratihari, a couple from Rairangpur, bought the baby boy from Tapan Dandapat, a broker. Police have arrested both men. Three defendants were arraigned in court on Monday and remanded in custody.

Comments

Popular posts from this blog

ଯାଜପୁର ଜିଲ୍ଲାରେ ବିଜେପି ର ନୂଆ ମୋଡ଼ l ନୂଆ ମୁହଁ କୁ ଜନସାଧାରଣଙ୍କ ପସନ୍ଦ !

ରାଜଧାନୀରେ ମହିଳାଙ୍କୁ ବିଭତ୍ସ ହତ୍ୟା l

ବିଗତ ବର୍ଷ ପରେ ଖୋଲିଲା ରତ୍ନ ଭଣ୍ଡାର, ଭିତରେ ଅଦ୍ଭୁତ ଓ ଅଲୌକିକ ଦୃଶ୍ୟ !