ଗ୍ରାମ୍ଯଉନ୍ନୟନ ମନ୍ତ୍ରୀ ଙ୍କ ଦ୍ୱାରା ରାବଣାଛକ ଠାରୁ ମାର୍ଥାପୁର ଗ୍ରାମ ପର୍ଯ୍ୟନ୍ତ ରାସ୍ତା ପ୍ରଶସ୍ତି କରଣ ର ଭିତ୍ତିପ୍ରସ୍ତର ସ୍ଥାପନ l

(ସ୍ଥାନୀୟ ଜନସାଧାରଣଙ୍କ ଦାବୀ ପୂରଣ କଲେ ମନ୍ତ୍ରୀ) 
ଯାଜପୁର(ଦାନଗଦୀ) :- ଜିଲ୍ଲା ର ସୁକିନ୍ଦା ନିର୍ବାଚନ ମଣ୍ଡଳୀ ର ଦାନଗଦି ବ୍ଲକ ମାଣତିର ଗ୍ରାମ ପଞ୍ଚାୟତ ରାବଣା ଛକ ଠାରୁ ମାର୍ଥାପୁର ଗ୍ରାମ ପର୍ଯ୍ୟନ୍ତ ପ୍ରାୟ ସାଢେ଼ ଛଅ କିମି ରାସ୍ତାର ପ୍ରଶସ୍ତିକରଣର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ ମନ୍ତ୍ରୀ ପ୍ରୀତିରଞ୍ଜନ ଘଡାଇ । ସାଧାରଣତଃ ଏହି ରାସ୍ତାଟି ଅଧିକାଂଶ ପଞ୍ଚାୟତର ମୂଖ୍ୟ ରାସ୍ତା ହେବ ବୋଲି ନିଜ ବକ୍ତବ୍ୟରେ ରଖିଥିଲେ ମନ୍ତ୍ରୀ l ପ୍ରତିଦିନ ଏହି ରାସ୍ତାରେ ଶହ ଶହ ଲୋକ ଚଳପ୍ରଚଳ କରନ୍ତି, ସବୁ କଳକାରଖାନାକୁ ଯିବା ପାଇଁ ଏହି ରାସ୍ତାଟି ମୂଖ୍ୟ ରାସ୍ତା ତେଣୁ ଅନେକ କାରଣରୁ ଏହି ରାସ୍ତାଟି ଗୁରୁତ୍ବ ବହନ କରୁଛି। ଲୋକମାନଙ୍କର ଅନେକ ଦିନର ଦାବି ଥିଲା ଏହି ରାସ୍ତାର ପ୍ରଶସ୍ତିକରଣ। ତେବେ ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀଙ୍କ ସୂଚନା ମୁତାବକ ଏହି ରାସ୍ତାର ଲମ୍ବ ସାଢ଼େ ଛଅ‌କିଲୋମିଟର,ପ୍ରସ୍ଥ ଆଠ ମିଟର ହେବ।ତାହା ଏଗାର ମାସ ସମୟ ମଧ୍ୟରେ ଶେଷ ହେବ। ଟେଣ୍ଡର ମୂଲ୍ୟ ସାତ କୋଟି ଚୋଉଦ ଲକ୍ଷ ସତାନବେ ହଜାର ଟଙ୍କା l ମନ୍ତ୍ରୀ ଓଡ଼ିଶା ସରକାରଙ୍କ ଅନେକ ଯୋଜନା ବିଷୟରେ ସୂଚନା ଦେଲେ। ସ୍କୁଲଠାରୁ ଆରମ୍ଭ କରି ଖେଳପଡ଼ିଆ,ଗ୍ରୀନ୍ ପାର୍କ ସ୍ଥାପନା କରିବା ପାଇଁ ବକ୍ତବ୍ୟ ରଖିଥିଲେ। ଶେଷରେ ରାବଣା ଗ୍ରାମକୁ ଗୌରବନୂତ କରିଥିବା ଶ୍ରୀ କୌଶିକ ସାହୁଙ୍କୁ ମାନ୍ୟବର ମନ୍ତ୍ରୀ ପୁଷ୍ପଗୁଚ୍ଛ ଦେଇ ସମ୍ଭନ୍ଧିତ କରିଥଲେ l ନିକଟ ଅତୀତରେ ୧୦୦୫ ରେଙ୍କ ରଖି ଭୁବନେଶ୍ୱର ଏମ୍ସରେ ଡାକ୍ତରୀ ପାଠ ପଢିବା ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି । ଏହି କାର୍ଯ୍ୟକ୍ରମ ରେ ମାନ୍ୟବର ମନ୍ତ୍ରୀଙ୍କ ବ୍ୟତୀତ ଜିଲ୍ଲା ପରିଷଦ ସଦସ୍ୟା ୧୦ ନଂ ଜୋନ୍ ଶ୍ରୀମତୀ ସୁଚିତ୍ରା ବିଶ୍ବାଳ, ପଞ୍ଚାୟତ ସମିତି ଅଧ୍ୟକ୍ଷା ଶ୍ରୀମତୀ ଅର୍ଚ୍ଚନା ଦାସ, ଉପାଧ୍ୟକ୍ଷ ଅଜୟ କୁମାର ବିନ୍ଧାଣି,ମାନତୀରା ଗ୍ରାମପଞ୍ଚାୟତର ସରପଞ୍ଚ ଶ୍ରୀମତୀ ରଶ୍ମିତା ପାତ୍ର, ସମିତି ସଭ୍ୟ ଶ୍ରୀମତୀ ଜୟନ୍ତି ମଲ୍ଲିକ, ବିଧାୟକ ପ୍ରତିନିଧି ସୁକିନ୍ଦା ଶ୍ରୀଯୁକ୍ତ ପ୍ରଦୀପ କୁମାର ମହାନ୍ତି, ଦାନଗଦି ବ୍ଲକ କାର୍ଯ୍ୟକାରୀ ସଭାପତି ସୁରେଶ କୁମାର ଦାଶ, ବିଶିଷ୍ଟ ସମାଜସେବୀ ତଥା ବରିଷ୍ଠ ବିଜେଡି ନେତା ଶ୍ରୀ ପୂର୍ଣଚନ୍ଦ୍ର ବିଶ୍ବାଳ, ଦୁର୍ଯ୍ୟୋଧନ ବେହେରା, ପ୍ରମୁଖ ଯୋଗ ଦେଇଥିଲେ।


Comments

Popular posts from this blog

ଯାଜପୁର ଜିଲ୍ଲାରେ ବିଜେପି ର ନୂଆ ମୋଡ଼ l ନୂଆ ମୁହଁ କୁ ଜନସାଧାରଣଙ୍କ ପସନ୍ଦ !

ରାଜଧାନୀରେ ମହିଳାଙ୍କୁ ବିଭତ୍ସ ହତ୍ୟା l

ବିଗତ ବର୍ଷ ପରେ ଖୋଲିଲା ରତ୍ନ ଭଣ୍ଡାର, ଭିତରେ ଅଦ୍ଭୁତ ଓ ଅଲୌକିକ ଦୃଶ୍ୟ !