ଲୋକସଭା ଏବଂ ବିଧାନସଭା ନିର୍ବାଚନ ପାଇଁ ବୁଥ୍ ଦାୟିତ୍ୱ ସଂପାଦନ ନିମନ୍ତେ ଅପିଂସରଙ୍କୁ ତାଲିମ ପ୍ରଦାନ l

ଯାଜପୁର (ବ୍ୟୁରୋ ରିପୋର୍ଟ) :- ଗତକାଲି ପୂର୍ବାହ୍ନରେ ଜିଲ୍ଲା ସଦର ମହକୁମାର ନୃସିଂହ ଚୌଧୁରୀ ଅଟୋନମସ ମହାବିଦ୍ୟାଳୟରେ ଚଳିତ ଏକକାଳୀନ ଯାଜପୁର ଜିଲ୍ଲା ସାଧାରଣ ନିର୍ବାଚନ-୨୦୨୪ ବୁଥ୍ ଦାୟିତ୍ୱ ସଂପାଦନ କରିବା ନିମନ୍ତେ ଜିଲ୍ଲାର କୋରାଇ, ସୁକିନ୍ଦା, ରସୁଲପୁର ଏବଂ ଦାନଗଦୀ ବ୍ଳକରେ ବୁଥ୍ କାର୍ଯ୍ୟ ଆସନ୍ତା ଜୁନ୍ ୧ ତାରିଖ ମତଦାନ ଦିବସରେ ସୁଚାରୁ ରୂପେ ସମ୍ପାଦନ ନିମନ୍ତେ ୧୪୦୦ ପାଂଷ୍ଟ ପୁଲିଂ ଓ ପ୍ରିଜାଇଡିଂ ଅପିଂସରଙ୍କୁ ପୁଙ୍ଖାନୁପୁଙ୍ଖ ଭାବେ ୧୫ ଗୋଟି ପ୍ରଶସ୍ତ କକ୍ଷ ମଧ୍ୟରେ ତାଲିମ ପ୍ରଦାନ କରାଯାଇଅଚ୍ଥି । ଏହି ତାଲିମ କାର୍ଯ୍ୟକ୍ରମକୁ ଜିଲ୍ଲାପାଳ ଏବଂ ଜିଲ୍ଲା ମାଜିଷ୍ଟ୍ରେଟ୍ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ନିଖିଲ ପବନ କଲ୍ୟାଣଙ୍କ ନିର୍ଦ୍ଦେଶରେ ଅତିରିକ୍ତଜିଲ୍ଲା ନିର୍ବାଚନ ଅଧିକାରୀ ତଥା ଅତିରିକ୍ତ ଜିଲ୍ଲାପାଳ ନବକ୍ରିଷ୍ଣ ଜେନା, ଅତିରିକ୍ତ ଜିଲ୍ଲାପାଳ ଶୁଭେନ୍ଦ୍ର କୁମାର ସାମଲଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଏବଂ ଡେପୁଟୀ କଲେକ୍ଟର, ନିର୍ବାଚନ ରଶ୍ମି ରଂଜନ ମଲ୍ଳ୍‌ିକ ଏବଂ ଶାଶ୍ୱତୀ ସାଡୁଆଳଙ୍କ ସଂଚାଳନରେ ଅନୁଷ୍ଠିତ ହୋଇଥିଲା । ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ମାଷ୍ଟର ଟ୍ରେନର ଭାବେ ଦାନଗଦୀ ବିଡିଓ ସାରଦା ପ୍ରସନ୍ନ ପଣ୍ଡା, ସୁକିନ୍ଦା ବିଡିଓ ଅଭିଷେକ ସ୍ୱାଇଁ, କୋରାଇ ବିଡିଓ ଅଶୋକ କୁମାର ମାଝି, ସୁକିନ୍ଦା ତହସିଲଦାର ଦମୟନ୍ତୀ ସାହୁ, ବ୍ୟାସନଗର ତହସିଲଦାର ଦେବାଶିଷ ରାଉତ, ବ୍ୟାସନଗର ପୈାର ପରିଷଦ ନିର୍ବାହୀ ଅଧିକାରୀ ତରୁଣ କୁମାର ମହାପାତ୍ର, ସୁକିନ୍ଦା ଅତିରିକ୍ତ ତହସିଲଦାର ପ୍ରିୟ ରଂଜନ ଜେନା, ବ୍ୟାସନଗର ଅତିରିକ୍ତ ତହସିଲଦାର ପ୍ରସନ୍ନ କୁମାର ମହାନ୍ତି, ଦାନଗଦୀ ଏ.ବି.ଡି.ଓ ଦେବୀ ପ୍ରସାଦ ଜେନା, କୋରେଇ ଏ.ବି.ଡି.ଓ ଭରତ କୁମାର ବେହେରା, ଦାନଗଦୀ ବି.ଇ.ଓ. ଶୁଭ୍ରାଂଶୁ ପୁହାଣ, ଦାନଗଦୀ ସହକାରୀ ନିବିାହୀଯନ୍ତ୍ରୀ ଦେବୀଦତ ରାଉତଙ୍କ ସମେତ ସହକାରୀ ନିର୍ବାହୀ ଯନ୍ତ୍ରୀ, ଅତିରିକ୍ତ ବ୍ଳକ ଶିକ୍ଷା ଅଧିକାରୀ, ଜିପିଇଓ, ବ୍ଳକ କନିଷ୍ଠ ଯନ୍ତ୍ରୀ, ସିଆର୍‌ସିସି, ସହକାରୀ ଶିକ୍ଷକ, ବିଏସ୍‌ଏସ୍‌ଓ, ବୁଥ୍ ସୁପରଭାଇଜରଙ୍କୁ ନେଇ ୨୬ ଜଣ ମାଷ୍ଟର ନ୍ରେନର ଅଧିକାରୀ ତାଲିମ ପ୍ରଦାନ କରିଥିଲେ । ଏହି ପ୍ରଶିକ୍ଷଣ ପ୍ରକ୍ରିୟାରେ ନୂଆ କରି ନିଯୁକ୍ତି ମିଳିଥିବା ୪୨୯ ଜଣ କର୍ମଚାରୀଙ୍କୁ ପ୍ରଥମ ପର୍ଯ୍ୟାୟ ତାଲିମ ଦିଆଯାଇଥିବା ବେଳେ ୯୭୧ ଜଣ କର୍ମଚାରୀଙ୍କୁ ରିଫ୍ରେସର ତାଲିମ ଦିଆଯାଇଥିଲା । ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ପ୍ରିଜାଇଡିଂ ଅପିଂସର ଏବଂ ପାଂଷ୍ଟ ପୁଲିଂ ଅପିଂସର ମାନଙ୍କୁ ପ୍ରାଂଜଳ ଭାବେ ମତଦାନ ଦିବସ ଦିନ ପର୍ଯ୍ୟାୟ କ୍ରମେ ସମସ୍ତ କାର୍ଯ୍ୟ ଓ ଦାୟିତ୍ୱବୋଧତାର ନିର୍ବାଚନ ଆଦର୍ଶ ଆଚରଣ ବିଧି ଅନୁଯାୟୀ ଭୋଟ କେନ୍ଦ୍ରରେ ନିର୍ବାଚନରେ ପ୍ରତିଦ୍ୱନ୍ଦିତା କରୁଥିବା ପ୍ରାର୍ଥୀ ମାନଙ୍କ ଏଜେଂଟଙ୍କ ଉପସ୍ଥିତିରେ ମକ୍‌ପୋଲ କରିବା, ଷ୍ଟାଚ୍ୟୁଟାରୀ ଓ ନନ୍‌-ଷ୍ଟାଚ୍ୟୁଟାରୀ ସାମଗ୍ରୀ ଗୁଡିକର ବ୍ୟବହାର ଆଦି ସଂପର୍କରେ ପୁଙ୍ଖାନୁପୁଙ୍ଖ ଭାବେ ପ୍ରଶିକ୍ଷଣ ଦିଆଯାଇଥିଲା । ପ୍ରତ୍ୟେକ ବୁଥ୍‌ର ୧୦୦ ମିଟର ଚର୍ତୁପାଶ୍ୱର୍ରେ କୈାଣସି ପ୍ରଚାରଜନିତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇପାରିବ ନାହିଁ ବୋଲି ମାଷ୍ଟର ଟ୍ରେନରମାନେ ପ୍ରିଜାଇଡିଂ ଅପିଂସର ଓ ପାଂଷ୍ଟ ପୁଲିଂ ଅପିଂସର ମାନଙ୍କୁ ବୁଝାଇ ଥିଲେ । ବୁଥ୍ ର ମତଦାନ କକ୍ଷରେ ବାଲାଟ୍ ୟୁନିଟ୍ ରହୁଥିବା ସ୍ଥାନକୁ ବୁଥ୍ ନିମନ୍ତେ ନିଯୁକ୍ତି କର୍ମଚାରୀ, ଏଜେଣ୍ଟ ସମସ୍ତଙ୍କ ପାଇଁ ଗୋପନୀୟତା ବଜାୟ ରଖିବା ନିମନ୍ତେ ୩ ପାଶ୍ୱର୍ ଆବଦ୍ଧ କରିବା ଏବଂ ସେହି କକ୍ଷ ସଂଲଗ୍ନ ସମସ୍ତ ଝରକା, କବାଟ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ମତଦାନ ସରିବା ପରେ ନିର୍ଦ୍ଧାରିତ ସମୟ ମଧ୍ୟରେ ପ୍ରିଜାଇଡିଂ ଅପିଂସର ପ୍ରାର୍ଥୀ ମାନଙ୍କ ଏଜେଣ୍ଟ ସମ୍ମୁଖରେ ସେହି ବୁଥ୍‌ର ଇ.ଭି.ଏମ୍‌.କୁ ସିଲ୍ କରିବା ଏବଂ ଷ୍ଟାଚ୍ୟୁଟାରୀ ଓ ନନ୍‌-ଷ୍ଟାଚ୍ୟୁଟାରୀ ସାମଗ୍ରୀ ଗୁଡିକୁ ସିଲ୍ କରିବାକୁ ପ୍ରଶିକ୍ଷଣ ପ୍ରଦାନ କରାଯାଇଥିଲା । ଉକ୍ତ ବୁଥ୍‌ର ଇ.ଭି.ଏମ୍‌. ଓ ଜଉମୁଦ ପଦାର୍ଥ ଗୁଡିକୁ ସଂପୃକ୍ତ ନିର୍ବାଚନ ମଣ୍ଡଳୀର ଏନ୍‌.ସି. କଲେଜ ପରିସରରେ ଆର୍‌.ଓ.ଙ୍କ ପ୍ରାପ୍ତି କାଉଂଟରରେ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ଭୋଟରମାନେ ଶାନ୍ତି ଶୃଙ୍ଖଳାର ସହ ଧାଡି ବାନ୍ଧି ନିର୍ଭିକ ଓ ନିରପେକ୍ଷ ଭାବେ ଖୁସିରେ ମତଦାନ ସାବ୍ୟସ୍ତ କରିବାକୁ ଆହ୍ୱାନ ଦିଆଯାଇଚ୍ଥି । ଆଜି ଯାଜପୁର, ବିଂଝାରପୁର ଏବଂ ଦଶରଥପୁର ବ୍ଳକର ଏବଂ ୨୭ ତାରିଖରେ ଧର୍ମଶାଳା, ବଡଚଣା ଓ ବରୀ ବ୍ଳକର ପ୍ରିଜାଇଡିଂ ଓ ପୁଲିଂ ଅପିଂସର ମାନଙ୍କୁ ରିପେଂ୍ରସର ଟ୍ରେନିଂ ପ୍ରଦାନ କରାଯିବ ବୋଲି ସୂଚନା ମିଳିଚ୍ଥି ।

Comments

Popular posts from this blog

ଯାଜପୁର ଜିଲ୍ଲାରେ ବିଜେପି ର ନୂଆ ମୋଡ଼ l ନୂଆ ମୁହଁ କୁ ଜନସାଧାରଣଙ୍କ ପସନ୍ଦ !

ରାଜଧାନୀରେ ମହିଳାଙ୍କୁ ବିଭତ୍ସ ହତ୍ୟା l

ବିଗତ ବର୍ଷ ପରେ ଖୋଲିଲା ରତ୍ନ ଭଣ୍ଡାର, ଭିତରେ ଅଦ୍ଭୁତ ଓ ଅଲୌକିକ ଦୃଶ୍ୟ !