ଟାଟା ଷ୍ଟିଲ କଳିଙ୍ଗନଗର ପକ୍ଷରୁ ବନ ମହୋତ୍ସବ ପାଳନ l

RITA VISION NEWS By Umakanta Mohapatra 
କଳିଙ୍ଗନଗର: - ପ୍ରତିବର୍ଷ ଜୁଲାଇ ମାସର ପ୍ରଥମ ସପ୍ତାହ ଜଙ୍ଗଲ ଏବଂ ବୃକ୍ଷରୋପଣର ଗୁରୁତ୍ବ ଉପରେ ସଚେତନତା ସୃଷ୍ଟି କରିବା ପାଇଁ ସାରା ଦେଶରେ ବନମହୋତ୍ସବ ସପ୍ତାହ ପାଳନ କରାଯାଏ ।ଏହି ପରିପ୍ରେକ୍ଷୀରେ ଟାଟା ଷ୍ଟିଲ୍‌ କଳିଙ୍ଗନଗର(ଟିଏସ୍‌) ପକ୍ଷରୁ ଶୁକ୍ରବାର ଯାଜପୁର ଜିଲ୍ଲାର କଳିଙ୍ଗନଗର କାରଖାନା ଏବଂ ଗୋବରଘାଟୀର ପୁନର୍ବାସ କଲୋନୀ ପରିସରରେ ବହୁସଂଖ୍ୟକ ବୃକ୍ଷରୋପଣ ସହ ବନମହୋତ୍ସବ ସପ୍ତାହ ପାଳନ କରାଯାଇଛି ।
ଟାଟା ଷ୍ଟିଲ୍‌ କଳିଙ୍ଗନଗରର ପରିବେଶ ବିଭାଗ ଦ୍ବାରା ଆୟୋଜିତ ଏହି ମହୋତ୍ସବରେ କାରଖାନା ଏବଂ ଗୋବରଘାଟୀ କଲୋନୀ ପରିସରରେ ୨୧୦୦ରୁ ଅଧିକ ଚାରା ରୋପଣ କରାଯାଇଥିଲା । ଏହି ବୃକ୍ଷରୋପଣ ଅବସରରେ କଳିଙ୍ଗନଗରର ସିଆଇଏସ୍ଏଫ୍ ୟୁନିଟ୍‌ର ସବ୍‌-ଇନ୍ସପେକ୍ଟର ଯୋଗେଶ କୁମାର , ଟିଏସ୍କେର ସୁରକ୍ଷା ବିଭାଗର ମୁଖ୍ୟ ମୁକୁଲ କୁମାର ଏବଂ ନିଏସ୍କେର ପରିବେଶ ବିଭାଗର ମୁଖ୍ୟ ରାଜୁ ଅଗ୍ରୱାଲ ଉପସ୍ଥିତ ଥିଲେ । କାରଖାନା ପରିସରରେ କର୍ମଚାରୀ ଏବଂ ଚୁକ୍ତିଭିତିକ କର୍ମଚାରୀଙ୍କ ଦ୍ୱାରା ୧୬୦୦ରୁ ଅଧିକ ଚାରା ରୋପଣ କରାଯାଇଥିଲା l ସେହିପରି ଗୋବରଘାଟୀ କଲୋନୀ ପରିସରରେ ଟାଟା ଷ୍ଟିଲ୍‌ ପରିବାରର ସଦସ୍ୟମାନେ ୫୦୦ରୁ ଅଧିକ ଚାରା ରୋପଣ କରିଥିଲେ ।

Comments

Popular posts from this blog

ଯାଜପୁର ଜିଲ୍ଲାରେ ବିଜେପି ର ନୂଆ ମୋଡ଼ l ନୂଆ ମୁହଁ କୁ ଜନସାଧାରଣଙ୍କ ପସନ୍ଦ !

ରାଜଧାନୀରେ ମହିଳାଙ୍କୁ ବିଭତ୍ସ ହତ୍ୟା l

ବିଗତ ବର୍ଷ ପରେ ଖୋଲିଲା ରତ୍ନ ଭଣ୍ଡାର, ଭିତରେ ଅଦ୍ଭୁତ ଓ ଅଲୌକିକ ଦୃଶ୍ୟ !