ସରକାରୀ ନିୟମ କୁ ଖୁଲମ୍ ଖୋଲା ଉଲଂଘନ, ବିନା ଫଳକ ରେ ତରବରିଆ ଭାବେ ଚାଲିଛି କାର୍ଯ୍ୟ, ସାଧାରଣ ଲୋକଙ୍କ ମନରେ ସନ୍ଦେହ ।

RITA VISION NEWS By Umakanta Mohapatra

ଯାଜପୁର (କାଳିଆପାଣି) :- ପଞ୍ଚାୟତ ରେ ବିନା ଫଳକରେ ଚାଲିଛି କାମ, ବିକାଶ ନାମରେ ବ୍ୟାପକ ହରିଲୁଟ୍ ଅଭିଯୋଗ । ପଞ୍ଚାୟତ ମାନଙ୍କର ବିକାଶ ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ବ୍ୟାପକ ଅର୍ଥ ବ୍ୟୟ ବରାଦ କରୁଛନ୍ତି । ଲୋକଙ୍କ ପାଇଁ ବିଭିନ୍ନ ପ୍ରକଳ୍ପ ଠାରୁ ଆରମ୍ଭ କରି ବିଭିନ୍ନ ଯୋଜନା ପ୍ରଣୟନ କରୁଛନ୍ତି । ଏପରିକି ଯେଉଁସବୁ ସରକାରୀ କାମ କରାଯାଉଛି ସେସବୁର ବ୍ୟୟ ବରାଦ କଣ ରହିଛି ତାହା ସାଧାରଣ ଲୋକଙ୍କୁ ଜଣାଇବା ପାଇଁ କାର୍ଯ୍ୟସ୍ଥଳରେ ଫଳକ ଲଗାଇବା ସରକାରୀ ନିୟମ ଅନୁସାରେ ବାଧ୍ୟତା ମୂଳକ ରହିଛି । ହେଲେ ସୁକିନ୍ଦା ବ୍ଲକ ଚିଙ୍ଗୁଡ଼ି ପାଳ ପଞ୍ଚାୟତ ର ଅରଡ଼ା ପାଳ ଠାରୁ ପୋଡ଼ା ଅରା ପର୍ଯ୍ୟନ୍ତ ରାସ୍ତା କାର୍ଯ୍ୟ ବିନା ଫଳକରେ ହେଉଥିବା ଅଭିଯୋଗ ହୋଇଛି ।

ବିଗତ କିଛିଦିନ ହେବ କାର୍ଯ୍ୟ ସମାପ୍ତ ପାଇଁ ଠିକାଦାର ଓ ଆର ଆଇ କାର୍ଯ୍ୟ ସ୍ଥଳରେ ଜୋର ସୋର ରେ ଲାଗି ପଡି ଥିବା ବେଳେ ଏହି କାର୍ଯ୍ୟ କୁ ନେଇ ସାଧାରଣ ଲୋକଙ୍କ ମନରେ ଏକ ସନ୍ଦେହ ସୃଷ୍ଟି ହେଉଛି । ଏହି ରାସ୍ତା କାର୍ଯ୍ୟ ଟି ଆର୍ଡି କାର୍ଯ୍ୟ ରେ ନିୟୋଜିତ ଥିବା ବେଳେ ଆର.ଆଇ ଓ ସ୍ଥାନୀୟ ଅଞ୍ଚଳର ଜୈନିକ ବ୍ୟକ୍ତି ଙ୍କୁ ନେଇ ସାଧାରଣ ଲୋକଙ୍କ ଠାରୁ ଲକ୍ଷାଧିକ ଟଙ୍କା ହଡ଼ପ କରିଥିବା ନେଇ ମଧ୍ୟ ସ୍ଥାନୀୟ ଜମି ହରା ବାସିନ୍ଦା ଙ୍କ ମନରେ ଦ୍ଵନ୍ଦ ପ୍ରକାଶ ପାଇଛି । ଉକ୍ତ ରାସ୍ତା କାର୍ଯ୍ୟ ପାଇଁ ଅଧିଗ୍ରହଣ ଜମି ପାଇଁ ସଠିକ ଅର୍ଥ ଆର.ଆଇ ଓ ଜୈନିକ ବ୍ୟକ୍ତି ଦେଇ ନ ଥିବା ସାଧାରଣ ଆଲୋଚନା ହେଉଛି!

ଉଚିତ ପ୍ରାପ୍ୟ ନ ଦେଇ ମନଇଚ୍ଛା ଟଙ୍କା ଧରାଇ ଦେଇ ପଳାୟନ କରିଛନ୍ତି ଦୁଇ ବ୍ୟକ୍ତି । ସାଧାରଣ ଲୋକଙ୍କ ଟିକସରେ କୋଟି କୋଟି ଟଙ୍କାରେ ନିର୍ମାଣଚାଲିଥିବା ପ୍ରକଳ୍ପକାର୍ଯ୍ୟ ଲୋକଙ୍କୁ ଆନ୍ଧାରରେ ରଖି ନିର୍ମାଣ କରାଯିବା ପଛରେ କି ରହସ୍ୟ ରହିଛି ତାକୁ ନେଇ ସାଧାରଣରେ ବଡ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଅନ୍ୟପଟେ ଜିଲ୍ଲାର ଜିଲ୍ଲାପାଳ ଏହି ପ୍ରକଳ୍ପର ସବୁ ଦିଗପ୍ରତି ସ୍ୱତନ୍ତ୍ର ଦୃଷ୍ଟି ଦେବାକୁ ଦାବି ହେଉଛି । ନଚେତ୍ ସରକାର କା ମାଲ- ଦରିଆ ମେ ଡାଲ ନ୍ୟାୟରେ ଠିକାଦାର ଓ ସମ୍ପୃକ୍ତ ସରକାରୀ ଅଧିକାରୀଙ୍କ ମିଳି ଭଗତ ରେ କାର୍ଯ୍ୟ ସାରି ଫେରାର ମାରିବା ସାର ହେବା ଛଡା ଅନ୍ୟକିଛି ନୁହେଁ ବୋଲି ସାଧାରଣରେ ମତ ପ୍ରକାଶ ପାଉଛି । ଏ ଦିଗରେ ଜିଲ୍ଳା ପ୍ରଶାସନ, ପଂଚାୟତିରାଜ ମନ୍ତ୍ରୀ ଓ ୫ଟି ସଚିବ ସ୍ୱତନ୍ତ୍ର ଦୃଷ୍ଟି ଦେବାକୁ ଦାବି ହେଉଛି ।

Comments

Popular posts from this blog

ଯାଜପୁର ଜିଲ୍ଲାରେ ବିଜେପି ର ନୂଆ ମୋଡ଼ l ନୂଆ ମୁହଁ କୁ ଜନସାଧାରଣଙ୍କ ପସନ୍ଦ !

ରାଜଧାନୀରେ ମହିଳାଙ୍କୁ ବିଭତ୍ସ ହତ୍ୟା l

ବିଗତ ବର୍ଷ ପରେ ଖୋଲିଲା ରତ୍ନ ଭଣ୍ଡାର, ଭିତରେ ଅଦ୍ଭୁତ ଓ ଅଲୌକିକ ଦୃଶ୍ୟ !