ଅଞ୍ଜିରା ଗଡ଼ ଗ୍ରାମରେ ଶ୍ରୀ ଶ୍ରୀ ବଳଦେବଜୀଉଙ୍କ ରଥଯାତ୍ରା ପାଳିତ ହୋଇଯାଇଛି l

RITA VISION NEWS By Umakanta Mohapatra
ଯାଜପୁର - ସାରା ଦେଶ ବିଦେଶରେ ମହାପ୍ରଭୁ ଶ୍ରୀଜଗନ୍ନାଥ ଙ୍କ ବିଶ୍ଵପ୍ରସିଦ୍ଧ ରଥଯାତ୍ରା ପାଳନ କରାଯାଉଛି l ଏହି ଅବସରରେ ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ଅଞ୍ଜିରା ପଞ୍ଚାୟତ ଅଞ୍ଜିରା ଗଡ଼ ଗ୍ରାମରେ ପବିତ୍ର ରଥଯାତ୍ରା କୁ ଗ୍ରାମବାସୀଙ୍କ ଦ୍ବାରା ବହୁ ଆଡମ୍ବର ସହକାରେ ପାଳନ କରାଯାଇଥିଲା l ଏହି ଅବସରରେ ମହାପ୍ରଭୁ ଙ୍କ ବିଧି ବ୍ଯବସ୍ଥା ଅନୁଯାୟୀ ଶ୍ରୀ ଶ୍ରୀ ବଳଦେବଜୀଉଙ୍କ ମନ୍ଦିର ନିକଟରେ ମୁଖ୍ୟ ପୂଜକ ପଣ୍ଡିତ ଗିରୀଶ ପଣ୍ଡା ଓ ମନ୍ଦିର କମିଟିର ମୁଖିଆ ମାନଙ୍କୁ ନେଇ ପ୍ରଥମେ ରଥ କୁ ପବିତ୍ର ମନ୍ତ୍ର ରେ ଶୁଦ୍ଧି କରିବା ଓ ପରେ ଦଧିବାମନ ଜୀଉଙ୍କ ପହଣ୍ଡି ବିଜେ ହୋଇଥିଲା l ମହାପ୍ରଭୁ ଙ୍କ ରଥାରୁଢ଼ କରାଇ ଅଞ୍ଜିରା ଗ୍ରାମର ଆବାଳବୃଦ୍ଧବନିତା ସମସ୍ତେ ଏକସ୍ୱରରେ ଜୟ ଜଗନ୍ନାଥ ଧ୍ୱନି ଦେଇ ରଥ ଟଣା ଆରମ୍ଭ ହୋଇଥିଲା l ଏହି ରଥଯାତ୍ରା ବହୁ ପୁରାତନ କାଳରୁ ଏଠିକାର ରାଜାଙ୍କର ଶାସନ କାଳରୁ ପାଳିତ ହୋଇଆସୁଅଛି l ଭଜନ କୀର୍ତ୍ତନ ସାଙ୍ଗକୁ ଜୟ ଜଗନ୍ନାଥ ଧ୍ୱନି ରେ ପ୍ରକମ୍ପିତ ହୋଇଥିଲା ହୋଇଥିଲା ଅଞ୍ଚଳ l ସନ୍ଧ୍ୟା ୬ ଘଟିକା ସମୟରେ ଏହି ଯାତ୍ରା ଆରମ୍ଭ ହୋଇଥିଲା l ଗ୍ରାମର ମୁରବି ନଟବର ଚକ୍ର, ଶରତ ଚକ୍ର, ବସନ୍ତ ଚକ୍ର, ହେମନ୍ତ ଚକ୍ର, ନାରାୟଣ ଧୀର, ପ୍ରମୋଦ ଧୀର, ଅଲେଖ ଧୀର, ଈଶ୍ୱର ଚକ୍ର, ମଙ୍ଗୁଳି ବେହେରା, ଶରତ ବେହେରା, ଇନ୍ଦ୍ରମଣି ବେହେରା, ସନ୍ତୋଷ ଜେନା, ଚକ୍ରଧର ଭୂୟାଁ, ପଞ୍ଚାନନ ଭୂୟାଁ ଏବଂ ସମସ୍ତ ଗ୍ରାମ ବାସୀ ଙ୍କ ସହଯୋଗରେ ଏହି ରଥଯାତ୍ରା ପାଳିତ ହୋଇଆସୁଛି l ଆଗାମୀ ଦିନରେ ଏହା ଆହୁରି ଯାକଜମକରେ ପାଳନ କରିବା ପାଇଁ ମନ୍ଦିର କମିଟିର ସଭ୍ୟମାନେ କହିଛନ୍ତି l

Comments

Popular posts from this blog

ଯାଜପୁର ଜିଲ୍ଲାରେ ବିଜେପି ର ନୂଆ ମୋଡ଼ l ନୂଆ ମୁହଁ କୁ ଜନସାଧାରଣଙ୍କ ପସନ୍ଦ !

ରାଜଧାନୀରେ ମହିଳାଙ୍କୁ ବିଭତ୍ସ ହତ୍ୟା l

ବିଗତ ବର୍ଷ ପରେ ଖୋଲିଲା ରତ୍ନ ଭଣ୍ଡାର, ଭିତରେ ଅଦ୍ଭୁତ ଓ ଅଲୌକିକ ଦୃଶ୍ୟ !