କଟକ କେନ୍ଦ୍ରାଞ୍ଚଳ ଅବକାରୀ ଗୁଇନ୍ଦା ବିଭାଗ ପକ୍ଷରୁ ଚଢ଼ାଉ ବିପୁଳ ପରିମାଣର ନକଲି ମଦ ସରଞ୍ଜାମ ସହ ତିନି ଜଣ ଗିରଫ I

ଯାଜପୁର :- କଟକ କେନ୍ଦ୍ରାଞ୍ଚଳ ଅବକାରୀ ଗୁଇନ୍ଦା ବିଭାଗ ପକ୍ଷରୁ ରଗଡି ଛକରେ ଚଢ଼ାଉ ୧୫୦ ଲିଟର ଡୁପ୍ଲିକେଟ ସ୍ପିରିଟ ସମେତ ବିଭିନ୍ନ ମଦ ତିଆରି ସରଞ୍ଜାମ ଜବତ,୩ ଗିରଫ ହେଇଥିବା ଅବକାରୀ ବିଭାଗ ପକ୍ଷରୁ ସୂଚନା। ସୂଚନା ମୁତାବକ ଆଜି ସଖାଳୁ ପଶ୍ଚିମବଙ୍ଗରୁ ଏକ ବସ ଯୋଗେ ରଗଡି ଛକକୁ ବ୍ୟାପକ ଡୁପ୍ଲିକେଟ ମଦ ତିଆରି ସରଞ୍ଜାମ ଆସୁଥିବା ଅବକାରୀ କମିିସନର ଆଶିଷ କୁମାର ସିଂ ଜାଣିବାକୁ ପାଇଥିଲେ। ଏଥିସହିତ କଟକ କେନ୍ଦ୍ରାଞ୍ଚଳ ଅବକାରୀ ଗୁଇନ୍ଦା ବିଭାଗର ଡିଏସପି ପ୍ରବୀର କୁମାର ସମାଲଙ୍କୁ ଚଢ଼ାଉ କରିବାକୁ ନିର୍ଦ୍ଦେଶ ଦେଇଥିଲେ।
 ତେବେ ଡିଏସପି ଶ୍ରୀ ସାମଲଙ୍କ ତତ୍ୱବାଧାନରେ ଅବକାରୀ ଅଧିକାରୀ ସନ୍ତୋଷ କୁମାର ଖଟୁଆ ଏକ ୧୫ ଜଣିଆ ଟିମ ଧରି ଘଟଣା ସ୍ଥଳରେ ପହଞ୍ଚି ଚଢ଼ାଉ କରିଥିଲେ। ଏହି ଚଢ଼ାଉରେ ଟମକା ଥାନା ବାଦବିଲି ଅଂଚଳର ମୋତି ରଂଜନ ଚକ୍ର, ବିଜୟ କୁମାର ଚକ୍ର ଓ ପାଣିକୋଇଲି ଥାନା ସୋତି ଗାଁର ରମେଶ କୁମାର ନାୟକଙ୍କୁ ଡୁପ୍ଲିକେଟ ମଦ ତିଆରି ସରଞ୍ଜାମ ସହିତ ଗିରଫ କରିବାରେ ସଫଳ ହେଇଥିଲେ। ଏଥିସହିତ ଏହି ଅଭିଯୁକ୍ତଙ୍କ ନିକଟରୁ ୧୫୦ ଲିଟର ଡୁପ୍ଲିକେଟ ସ୍ପିରିଟ,୧ ହଜାର ଡୁପ୍ଲିକେଟ ଠିପି,୫୦ ବୋତଲ ନକଲି ମଦ ଓ ଏକ ବାଇକ ଜବତ କରିଥିଲେ । ତେବେ ଆଜି ଏହି ତିନିଜଣ ଅଭିଯୁକ୍ତଙ୍କୁ ଅଧିକ ତଦନ୍ତ ପାଇଁ କଟକ କେନ୍ଦ୍ରାଞ୍ଚଳ କମିଶନରଙ୍କ ନିକଟରେ ଉପସ୍ଥିତ କରିବେ ବୋଲି ଜଣାପଡ଼ିଛି।

Comments

Popular posts from this blog

ଯାଜପୁର ଜିଲ୍ଲାରେ ବିଜେପି ର ନୂଆ ମୋଡ଼ l ନୂଆ ମୁହଁ କୁ ଜନସାଧାରଣଙ୍କ ପସନ୍ଦ !

ରାଜଧାନୀରେ ମହିଳାଙ୍କୁ ବିଭତ୍ସ ହତ୍ୟା l

ବିଗତ ବର୍ଷ ପରେ ଖୋଲିଲା ରତ୍ନ ଭଣ୍ଡାର, ଭିତରେ ଅଦ୍ଭୁତ ଓ ଅଲୌକିକ ଦୃଶ୍ୟ !