ସୁକିନ୍ଦା ସାହିତ୍ୟ ସମାଜର ସାରସ୍ୱତ ସମାରୋହ କବିତା ପାଠୋତ୍ସବ l

ଯାଜପୁର (ସୁକିନ୍ଦା): -ପବିତ୍ର ମକର ସଂକ୍ରାନ୍ତି ଅବସରରେ ସୁକିନ୍ଦା ସାହିତ୍ୟ ସମାଜ ପକ୍ଷରୁ ୧୪ ତାରିଖରେ ସ୍ଥାନୀୟ ଭାରତୀୟ ବିଦ୍ୟା ନିକେତନପରିସରରେ ମକର ମିଳନ କବିତା ପାଠୋତ୍ସବ ମୂଖପତ୍ର ଋତୁରଙ୍ଗର ଉନ୍ନ୍ମୋଚନ ଓ ପ୍ରତିଭା ସମ୍ମାନ ପ୍ରଦାନ ଆଦି ସାରସ୍ୱତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ସୁକିନ୍ଦା ରାଜାସାହେବ ଭୂଦେବ ଭୂପତି ହରିଚନ୍ଦନ ମହାପାତ୍ର ଏହାକୁ ଉଦଘାଟନ କରିଥିଲେ l ପୂର୍ବାହ୍ନରେ ବରିଷ୍ଠ ସାମ୍ବାଦିକ ଜୟ ନାରାୟଣ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଓ କବୟିତ୍ରୀ ଲବଙ୍ଗଲତା ପରିଡ଼ା, ମିନର୍ଭl ମହାପାତ୍ର, କାଞ୍ଚନବାଳା ସାହୁଙ୍କ ସଂଯୋଜନାରେ ଅନୁଷ୍ଠିତ କବିତା ପାଠୋତ୍ସବରେ ଶତାଧିକ ନୂତନ ଓ ପୁରାତନ କବି, କବୟିତ୍ରୀ ସ୍ୱରଚିତ କବିତା ପାଠକରିଥିଲେ l 
ଅପରାହ୍ନରେ ଅନୁଷ୍ଠିତ ସାରସ୍ୱତ ସମାରୋହରେ କବି ଓ ସାହିତ୍ୟିକ ପ୍ରଭାକର ଶତପଥି ମୁଖ୍ୟ ଅତିଥି, ବ୍ୟାସନଗର ସ୍ୱୟଂଶାସିତ ମହାବିଦ୍ୟାଳୟ ଅଧ୍ୟକ୍ଷ ଶିବଚରଣ ମାଝି ମୁଖ୍ୟ ବକ୍ତା, ପ୍ରାଧ୍ୟାପକ ଡ. ସୁଧାଂଶୁ ଶେଖର ନାୟକ ସମ୍ମାନିତ ଅତିଥିଭାବେ ଯୋଗ ଦେଇଥିଲେ l କାର୍ଯ୍ୟକାରୀ ସଭାପତି ଅବସରପ୍ରାପ୍ତ ଅଧ୍ୟକ୍ଷ ଅକ୍ଷୟ କୁମାର ଭୂୟାଁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସମାରୋହରେ ସଂଗଠନ ସମ୍ପାଦକ ଅଜୟ ଖୁଣ୍ଟିଆ ଅତିଥିମାନଙ୍କର ପରିଚୟ ପ୍ରଦାନ କରିଥିଲେ l ସମ୍ପାଦକ ଅଧ୍ୟାପକ ହିମାଂଶୁ ଶେଖର ଦ୍ବିବେଦୀ ସମ୍ପାଦକୀୟ ବିବରଣୀ ପାଠ କରିଥିଲେ l ଏହି ଅବସରରେ ଅତିଥି ମାନେ ମୁଖପତ୍ର ଋତୁରଙ୍ଗକୂ ଉନ୍ନ୍ମୋଚନ କରିଥିଲେ l ଶ୍ରଦ୍ଧlଞ୍ଜଳି ଦାସ ଓଡିଶୀନୃତ୍ୟ ମଙ୍ଗଳlଚରଣ ପରିବେଷଣ କରିଥିଲେ l ସାହିତ୍ୟ ସମାଜ ପକ୍ଷରୁ କବି ଓ ସାହିତ୍ୟିକ ପ୍ରଭାକର ଶତପଥୀଙ୍କୁ ମକର ସମ୍ମାନ, ସାହିତ୍ୟିକ ଶିବ ପ୍ରସାଦ ମାଝୀଙ୍କୁ ମକର ବନ୍ଧୁ ସମ୍ମାନ ଓ ନାଟ୍ୟକାର ଡ. ସୁଧାଂଶୁ ଶେଖର ନାୟକଙ୍କୁ ମକର ମିତ୍ର ସମ୍ମାନ ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲା l ନିର୍ମଳ ଚନ୍ଦ୍ର ରାଉତଙ୍କୁ ଋତୁରଙ୍ଗ ଗଳ୍ପ ସମ୍ମାନ, ପ୍ରଫୁଲ୍ଲ କୁମାର ଦାଶଙ୍କୁ ଋତୁରଙ୍ଗ କବିତା ସମ୍ମାନ ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲା l 
ଅନୁରୂପଭାବେ ସାହିତ୍ୟିକ ସଂଯୁକ୍ତା ମହାପାତ୍ରଙ୍କୁ ରାଧେଶ୍ୟlମ ପ୍ରଧାନ ସ୍ମୃତି ସମ୍ମାନ, ଶ୍ରୀ ଜଗନ୍ନାଥ ତତ୍ତ୍ୱ ଗବେଷକ ବୀରେନ୍ଦ୍ର ଶତପଥୀଙ୍କୁ ବେଣୁଧର ଭୂୟାଁ ସ୍ମୃତି ସମ୍ମାନ,କବି କିଶୋର ପାଣିଗ୍ରାହୀଙ୍କୁ ଚୌଧୁରୀ ଅଜୟ ପ୍ରଧାନ ସ୍ମୃତି ସମ୍ମାନ, ଅବସରପ୍ରାପ୍ତ ଅଧକ୍ଷ ରମାକାନ୍ତ ନାୟକଙ୍କୁ ପ୍ରଫେସର ଭୋଳାନାଥ ମିଶ୍ର ସ୍ମୃତି ସମ୍ମାନ, ଶିକ୍ଷାବିତ ମଦନ ମୋହନ କରଙ୍କୁ ଭକ୍ତବନ୍ଧୁ ପାତ୍ର ସ୍ମୃତି ସମ୍ମାନ, ଗାଳ୍ପିକ ରବି ପଣ୍ଡାଙ୍କୁ ଦୟାନିଧି ବଡ଼ପଣ୍ଡା ସ୍ମୃତି ସମ୍ମାନ, କବି ଓ ସାହିତ୍ୟିକ ନନ୍ଦକିଶୋର ସିଂଙ୍କୁ ଦୁର୍ଯ୍ୟୋଧନ ନାୟକ ସ୍ମୃତି ସମ୍ମାନ ଓ ଦିବ୍ୟାଙ୍ଗ ଛାତ୍ର ବୀରେନ୍ଦ୍ର ନାୟକଙ୍କୁ ରଘୁନଳିନୀ ସ୍ମୃତି ସମ୍ମାନ ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲା l ଏହି ସମାରୋହକୁ ସହ ସମ୍ପାଦକ ଡ.ଦୟାନିଧି ଦାଶ, ଅଧ୍ୟାପକ ରାଜକିଶୋର ଆଚାରୀ ଓ ସୁଦାମ ଚରଣ ନାୟକ ପରିଚାଳନା କରିଥିଲେ l
Sukinda Sahitya Samaj Samaswat Samaroh Kavita Pathotsab l
 Jajpur (Sukinda): On the occasion of the holy Makar Sankranti, the Sukinda Sahitya Samaj organized the Makar Milan Kavita Pathotsab at the local Bharatiya Vidya Niketan premises on the 14th. The inaugural function was presided over by senior journalist Jay Narayan Mohapatra in the morning and a poetry reading was held in association with poetess 
Lobangalata Parida, Minerva Mohapatra, Kanchanbala Sahu and hundreds of new and old poets. Chairman Shivcharan Majhi was the keynote speaker, Prof.Dr. Sudhanshu Shekhar Nayak joined as the guest of honor l The function was presided over by Acting President Akshay Kumar Bhuyan, Retired President, Organizing Secretary Ajay Khuntia introduced the guests. 
Editor Himanshu Shekhar Dwivedi Dwivedi. Mangal. Charan performed l Makar honor to poet and literary Prabhakar Shatapathi on behalf of Sahitya Samaj, Literary Shiv Prasad Majhi to Makar Bandhu honor and playwright Dr. Sudhanshu Shekhar Nayak was honored with the Makar Mitra Award l Nirmal Chandra Raut was honored with the Riturang Galpa Samman, Prafulla Kumar Das was awarded the Riturang Kavita Award 
Correspondingly, the literary association was honored with the Riturang Prabhupada. Chowdhury Ajay Pradhan Memorial Award to Kishore Panigrahi, Professor Bholanath Mishra Memorial Award to Retired Principal Ramakant Nayak, Bhaktabandhu Patra Memorial Award to Educated Madan Mohan Kar, Dayanidhi Badapanda Memorial Award to Galpik Ravi Panda, The ceremony was presided over by Editor Dr. Dayanidhi Das, Professor Rajkishore Acharya and Sudam Charan Nayak. 

Comments

Popular posts from this blog

ଯାଜପୁର ଜିଲ୍ଲାରେ ବିଜେପି ର ନୂଆ ମୋଡ଼ l ନୂଆ ମୁହଁ କୁ ଜନସାଧାରଣଙ୍କ ପସନ୍ଦ !

ରାଜଧାନୀରେ ମହିଳାଙ୍କୁ ବିଭତ୍ସ ହତ୍ୟା l

ବିଗତ ବର୍ଷ ପରେ ଖୋଲିଲା ରତ୍ନ ଭଣ୍ଡାର, ଭିତରେ ଅଦ୍ଭୁତ ଓ ଅଲୌକିକ ଦୃଶ୍ୟ !