ଯାଜପୁର ଜିଲ୍ଲା ଶାଖା ର ଆଲୋଚନା ଚକ୍ର।ଭୁଲ୍ ଖବର ସମାଜ ଉପରେ କୁପ୍ରଭାବ ପକାଇଥାଏ : - ଏସୟୁଜେ
ଯାଜପୁର ତା୨୬.୦୩ :- ଗଣମାଧ୍ୟମ ର ଭଲ ବା ସକରାତ୍ମକ ଖବର ସମାଜ ଉପରେ ଯେମିତି ସୁପ୍ରଭାବ ପକାଇ ଥାଏ, ଠିକ୍ ସେମିତି ଭୁଲ୍ ଖବର ସମାଜ ଉପରେ ନକରାତ୍ମକ ପ୍ରଭାବ ପକାଇଥାଏ। ଗଣତାନ୍ତ୍ରିକ ବ୍ୟବସ୍ଥା କୁ ଶୃଙ୍ଖଳିତ ଭାବେ ଆଗକୁ ନେବା ତଥା ସମାଜ ରେ ଶାନ୍ତି ପ୍ରତିଷ୍ଠା କରିବା ଦିଗରେ ଭଲ ଖବର ର ଭୂମିକା ବିଶେଷ ଗୁରୁତ୍ୱପୁର୍ଣ୍ଣ ଅଟେ।କିନ୍ତୁ ଅନେକ କ୍ଷେତ୍ରରେ ଦେଖାଯାଏ ଯେ କେତେକ ତଥ୍ୟ ଓ ସତ୍ୟ ବିହୀନ ଖବର ପରିବେଷଣ ସାମାଜିକ ବ୍ୟବସ୍ଥାକୁ ପ୍ରଭାବିତ କରିଥାଏ। ତେବେ ସମାଜ ପାଇଁ ଯାହା ଭଲ ସେପରି ଖବର ଗୁଡିକ ଗଣମାଧ୍ୟମରେ ପ୍ରକାଶ ପାଇବା ଉଚିତ ବୋଲି ଷ୍ଟେଟ ୟୁନିଅନ ଅଫ୍ ଜର୍ନାଲିଷ୍ଟସ (ଏସୟୁଜେ) ଓଡ଼ିଶା ର ଯାଜପୁର ଜିଲ୍ଲା ଶାଖା ପକ୍ଷରୁ ଆୟୋଜିତ ଏକ ଆଲୋଚନା ଚକ୍ରରେ ବକ୍ତା ମାନେ ମତପ୍ରକାଶ କରିଛନ୍ତି। ଜିଲ୍ଲା ସଙ୍ଘ ର ସଭାପତି ସୁବାଷ ଧଳ ଙ୍କ ଅଧ୍ୟକ୍ଷତା କ୍ରମେ ସ୍ଥାନୀୟ ରୋଟାରୀ ଭବନ ଠାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପୌର ଉପାଧ୍ୟକ୍ଷ ସନ୍ତୋଷ କୁମାର ମଲ୍ଲିକ, ବିଶେଷ ଅତିଥି ଭାବେ ଏସୟୁଜେ ରାଜ୍ୟ ସଭାପତି କୈଳାଶ ଚନ୍ଦ୍ର ନାୟକ,ମୁଖ୍ୟ ବକ୍ତା ଭାବେ ଉପଖଣ୍ଡ ଆରକ୍ଷୀ ଅଧିକାରୀ ପ୍ରଶାନ୍ତ କୁମାର ମାଝୀ, ସମ୍ମାନିତ ବକ୍ତା ଭାବେ ଡ଼ଃ ନିତ୍ୟାନନ୍ଦ ମିଶ୍ର ଏବଂ ପ୍ରଫେସର ଦାମୋଦର ବେହେରା, ଜିଲ୍ଲା ସ୍ଵତନ୍ତ୍ର ଟ୍ରିବ୍ୟୁନାଲ ଅଧ୍ୟକ୍ଷ ସନ୍ଦିପ୍ତ ରାୟ ଓ ଜିଲ୍ଲା କଲ୍ୟାଣ ପାଣ୍ଠି ଅଧ୍ୟକ୍ଷ ତରୁଣ କୁମାର ନନ୍ଦ ଯୋଗ ଦେଇ ସୁସ୍ଥ ସମାଜ ପାଇଁ ସାମ୍ବାଦିକ ମାନେ ଭଲ ଖବର ପରିବେଷଣ ସହିତ ଦୁର୍ନୀତି ଅନୀତି ବିରୁଦ୍ଧରେ କଲମ ଚାଳନା କରିବା ପାଇଁ ଆହ୍ୱାନ ଦେଇଥିଲେ।ଏହି ଅବସରରେ ରାଜ୍ୟ ସଙ୍ଘର ପରିଚୟପତ୍ର ବଣ୍ଟନ କରାଯାଇଥିଲା। କାର୍ଯ୍ୟକ୍ରମ ରେ ଅତିଥି ମାନଙ୍କ ପରିଚୟ ପ୍ରଦାନ କରିଥିଲେ ସମ୍ପାଦକ ପ୍ରଭାତ କୁମାର ତ୍ରିପାଠୀ ଏବଂ ଅନ୍ୟତମ ସମ୍ପାଦକ ପ୍ରତ୍ୟୁଷ କୁମାର ନାୟକ ସ୍ଵାଗତ ଭାଷଣ ରଖିଥିଲେ। କାର୍ଯ୍ୟକ୍ରମ କୁ ବରିଷ୍ଠ ସଭ୍ୟ ଶେଖ୍ ମନିରୁଦ୍ଧିନ, ପ୍ରଦୀପ କୁମାର ଜେନା, କଳିଙ୍ଗ କେଶରୀ ମହାନ୍ତି ପ୍ରମୁଖ ପରିଚାଳନା ରେ ସହଯୋଗ କରିଥିବା ବେଳେ ଜିଲ୍ଲା ସଂଗଠନ ସମ୍ପାଦକ ଧନ୍ୟବାଦ ଅର୍ପଣ କରିଥିଲେ।
Comments
Post a Comment
Thank you watching the News, Visit again. Please Share your thoughts with your family and friends. Thank you.