ଦୈନିକ ଖବରକାଗଜ "ମନ୍ଥନ" ର ଷୋଡ଼ଶ ସ୍ଵନକ୍ଷତ୍ର ଦିବସ ପାଳନ l ମା'ବିରଜା ଙ୍କ କଥା ଗାଥା ସପ୍ତାହରେ ଏକ ଦିନ ପ୍ରକାଶ ପାଇବ :- ସରତ ରାଉତ l
ଯାଜପୁର ତା ୦୩/୦୩ :- ଓଡ଼ିଶାର ରାଜଧାନୀ ଭୁବନେଶ୍ଵର ରୁ ପ୍ରତିଶତ ଓଡ଼ିଆ ଦୈନିକ ଖବରକାଗଜ "ମନ୍ଥନ" ର ଷୋଡ଼ଶ ସ୍ୱନକ୍ଷତ୍ର ଦିବସ ଯାଜପୁର ଟାଉନ ସ୍ଥିତ ଜିଲ୍ଲାପରିଷଦ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି l ଏହି ଅବସରରେ ସମ୍ପାଦକ ଶରତ ରାଉତ ଏବଂ ନିମନ୍ତ୍ରିତ ଅତିଥି ମାନଙ୍କ ଦ୍ୱାରା ମା' ଜଗତଜନନୀ ବିରଜା ଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ ସହିତ ପ୍ରଦୀପ ପ୍ରଜ୍ବଳନ କରାଯାଇ ସଭା କାର୍ଯ୍ୟ ଆରମ୍ଭ ହୋଇଥିଲା l ଉକ୍ତ କାର୍ଯ୍ୟକ୍ରମ ରେ ବିରଜା ଧାମର ସଂକୃତି ଗବେଷକ ଡଃ. ଜ୍ଞାନରଞ୍ଜନ ପତି, ସାମ୍ବାଦିକ ଡଃ. ଅଭୟ କୁମାର ପତି, ପ୍ରଦ୍ୟୁମ୍ନ କୁମାର ଶତପଥୀ, ଶ୍ରୀଯୁକ୍ତ ସରୋଜ କୁମାର ସାମଲ, ବରିଷ୍ଠ ପଞ୍ଚାୟତିରାଜ ପ୍ରତିନିଧି ଶ୍ରୀଯୁକ୍ତ ଦିଗମ୍ବର କର ଉପସ୍ଥିତ ରହି ନିଜ ନିଜର ଅଭିଭାଷଣ ପ୍ରଦାନ କରିଥିଲେ lଏହାସହିତ ଯାଜପୁର ଜିଲ୍ଲା ପ୍ରତିନିଧି ଦୟାନିଧି ନାୟକ ମଞ୍ଚ ପରିଚାଳନା କରିଥିବା ବେଳେ ମନ୍ଥନ ଧର୍ମଶାଳା ପ୍ରତିନିଧି ରମାକାନ୍ତ ଜେନା ଅତିଥି ପରିଚୟ ପ୍ରଦାନ କରିଥିଲେ, ସ୍ୱତନ୍ତ୍ର ପ୍ରତିନିଧି ଆନନ୍ଦ ଚନ୍ଦ୍ର ସାହୁ ସ୍ଵାଗତ ଭାଷଣ ପ୍ରଦାନ କରିଥିଲେ lଉତ୍ସବ ର ବିଧିବ୍ୟବସ୍ଥା ଅନୁସାରେ ଜିଲ୍ଲାର ବିଭିନ୍ନ ସମ୍ବର୍ଦ୍ଧିତ ପ୍ରତିଭା ବରିଷ୍ଠ ସାହିତ୍ୟିକ ପଣ୍ଡିତ ଡଃ. ସୂର୍ଯ୍ୟମଣି ଖୁଣ୍ଟିଆ, ବରିଷ୍ଠ ପଞ୍ଚାୟତିରାଜ ପ୍ରତିନିଧି ଶ୍ରୀଯୁକ୍ତ ଦିଗମ୍ବର କର, ବରିଷ୍ଠ ସାମ୍ବାଦିକ ଶ୍ରୀଯୁକ୍ତ ମହେଶ୍ଵର ବଳ, ବରିଷ୍ଠ ପ୍ରଶାସକ ଶ୍ରୀଯୁକ୍ତ ସରୋଜ କୁମାର ସାମଲ, ବିରଜା ସଂକୃତି ଗବେଷକ ଡଃ. ଜ୍ଞାନରଞ୍ଜନ ପତି, ଡଃ. ରୁଦ୍ରନାରାୟଣ ପୃଷ୍ଟି, ବରିଷ୍ଠ ଚିକିତ୍ସକ ଡାଃ. ବିଜୟ କୁମାର ଶତପଥୀ, ବରିଷ୍ଠ ଶିକ୍ଷକ ଶ୍ରୀଯୁକ୍ତ ରବି ଶତପଥୀ, ସାମାଜିକ ଅନୁଷ୍ଠାନ ଲିଙ୍ଗେଶ୍ବର ଉନ୍ନୟନ କମିଟି, ଯୁବ କ୍ରୀଡାବିତ୍ ସୁଶ୍ରୀ ଶୋଭା ନାୟକ ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା l ଏହି ଅବସରରେ ସଭାପତି ଶରତ ରାଉତ ଦୀର୍ଘ ୨୮ ବର୍ଷ ଧରି ସାପ୍ତାହିକୀ ରୁ ଆରମ୍ଭ ହୋଇ ଆଜକୁ ୧୬ ବର୍ଷ ଦୈନିକ ଖବର କାଗଜ ଚଳାଇ ଆସୁଛନ୍ତି ତାହା ତାଙ୍କର ଅଭିଭାଷଣ ରେ ଉଲ୍ଲେଖ କରିଥିଲେ l ଏବଂ "ମନ୍ଥନ" ପରିବାର ଭିତରେ ସମ୍ପର୍କରେ ସୂଚନା ଦେଇଥିଲେ lନିର୍ଭିକ ନିରପେକ୍ଷ ଭାବରେ "ମନ୍ଥନ" ଖବର ପ୍ରସାରଣ କରିଆସୁଅଛି ଏବଂ ଆଗକୁ ଜାରି ରହିବ ବୋଲି କହିଥିଲେ l ଏହି କାର୍ଯ୍ୟକ୍ରମ ରେ ମାନ୍ୟଗଣ୍ୟ ବ୍ୟକ୍ତି,ସାମ୍ବାଦିକ, ବୁଦ୍ଧିଜୀବୀ,ସାହିତ୍ୟିକ ଓ ସାମାଜିକ ସଂଗଠନ ର ସଭ୍ୟ ସଭ୍ୟା ଉପସ୍ଥିତ ଥିଲେ l
Comments
Post a Comment
Thank you watching the News, Visit again. Please Share your thoughts with your family and friends. Thank you.