ଇମ୍ଫା ପକ୍ଷରୁ ଖଣି ପରିବେଶ ଓ ଖଣିଜ ସଂରକ୍ଷଣ ସପ୍ତାହ ପାଳିତ I

ଯାଜପୁର( ସୁକିନ୍ଦା) : - ଇଣ୍ଡିଆନ ବ୍ୟୁରୋ ଅଫ ମାଇନ୍ସ, ଭୁବନେଶ୍ୱର ପକ୍ଷରୁ ଇମ୍ଫା ପରିଚାଳିତ ସୁକିନ୍ଦା ଓ ମହାଗିରି କ୍ରୋମାଇଟ ଖଣିରେ ୨୩ତମ ଖଣି ପରିବେଶ ଓ ଖଣିଜ ସଂରକ୍ଷଣ ସପ୍ତାହ ପାଳିତ ହୋଇଯାଇଛି l ସପ୍ତାହବ୍ୟାପୀ ଏହି କାର୍ଯ୍ୟକ୍ରମର ପ୍ରଥମ ଦିନରେ ଇମ୍ଫାର ଖଣି ଉପ ସଭାପତି ସୁଧାଂଶୁ ପଟନୀ,ମହାପ୍ରବନ୍ଧକ ଲଲାଟେନ୍ଦୁ ମହାପାତ୍ର, ମହାଗିରି ଓ ଖଣି ପରିଚାଳକ ମନୋଜ ସାମଲ ସୁକିନ୍ଦା କ୍ରୋମାଇଟ ଖଣିଠାରେ ପତାକା ଉତ୍ତୋଳନ କରିଥିଲେ l ପରିଦର୍ଶନ ମଣ୍ଡଳୀର ଆବାହକ ଟାଟା ଷ୍ଟିଲ ମାଇନିଂର ବରିଷ୍ଠ ପରିଚାଳଳ ପ୍ରେମ କୁମାର କରଙ୍କ ନେତୃତ୍ୱରେ ଓଡିଶା ଖଣି ନିଗମ ଭୁତତ୍ତ୍ୱବିତ ଇନ୍ଦ୍ରମଣି ରାଉତ, ଟାଟା ଷ୍ଟିଲ ମାଇନିଂର ବରିଷ୍ଠ ପରିଚାଳକ ପ୍ରିୟଦର୍ଶୀ ଶୁଭକାନ୍ତ ପାଢ଼ୀ,ଫାକର ଭୁତତ୍ତ୍ୱବିତ ସୁଶାନ୍ତ ବିଶ୍ୱାଳ ପ୍ରମୁଖ ଉଭୟ ଖଣିର କାର୍ଯ୍ୟକାରିତା ପରିଦର୍ଶନ କରିଥିଲେ l ଇମ୍ଫାର ଭୁତତ୍ତ୍ୱବିତ କ୍ଷୀରୋଦ ମହାପାତ୍ର ସହଯୋଗ କରିଥିଲେ l କୋଭିଡ ନିୟମ ପାଳନ କରାଯାଇ ଶ୍ରମିକ ଓ କର୍ମଚାରୀଙ୍କ ସମାବେଶରେ ଖଣି ଉପ ସଭାପତି ସୁଧାଂଶୁ ପାଟନୀ, ସୁକିନ୍ଦା ରିଜିଅନ କ୍ରୋମାଇଟ ଖାଦାନ ମଜଦୂର ସଂଘ ସାଧାରଣ ସମ୍ପାଦକ ନାରାୟଣ ଚନ୍ଦ୍ର ଧୀର, ସମିତି ସଭ୍ୟା ସଂଗୀତା ପ୍ରଧାନ ପ୍ରମୁଖ ଅତିଥିଭାବେ ଯୋଗଦେଇ ଖଣି ପରିବେଶର ସୁରକ୍ଷା ଓ ଖଣିଜ ସମ୍ପଦର ସଠିକ ସଂରକ୍ଷଣ ଉପରେ ଗୁରୁତ୍ୱ ଆରୋପ କରିଥିଲେ l ସୁକିନ୍ଦା ଖଣି ପରିଚାଳକ ମନୋଜ ସାମଲ ସ୍ୱାଗତ ଭାଷଣ ଦେଇଥବା ବେଳେ ମହାଗିରି ଖଣି ପରିଚାଳକ ଜଳନ୍ଧର ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ l ଶୃଙ୍ଖଳିତ ଶ୍ରମିକ ଭାବେ ଶିବ କୁମାର ସାମଲ ଓ ରଞ୍ଜନ ସାହୁଙ୍କୁ ପୁରଷ୍କୃତ କରାଯାଇଥିଲା l ଭୁତତ୍ତ୍ୱବିତ ହିମାଂଶୁ ସାହୁ କାର୍ଯ୍ୟକ୍ରମକୁ ପରିଚାଳନା କରିଥିବା ବେଳେ ରୁପେନ ପଟ୍ଟନାୟକ, ଜ୍ୟୋତି ରଞ୍ଜନ ମହାରଣା, ଦେବାଶିଷ ସାମଲ, ମିଲନ ରଞ୍ଜନ କର ପ୍ରମୁଖ ସହଯୋଗ କରିଥିଲେ l(କାଳିଆପାଣି ରୁ ଜୟ ନାରାୟଣ ମହାପାତ୍ର ଙ୍କ ରିପୋର୍ଟ)
Imfa Mining Environment and Mineral Conservation Week is celebrated on behalf of Imfa. 
 Jajpur (Sukinda): - The Indian Bureau of Mines, Bhubaneswar has celebrated the 23rd Mining Environment and Mineral Conservation Week at the Imfa managed Sukinda and Mahagiri Chromite Mines on the first day of the week. Manoj Samal hoisted the flag at the Sukinda Chromite Mine, led by Prem Kumar Kar, Senior Manager, Tata Steel Mining, Host of the Visiting Congregation, Indramani Raut, Geophysicist, Odisha Mining Corporation, Tata Steel Mining Kshirod Mohapatra assisted in the observance of the Kovid Act and Sudhanshu Patni, Vice President of Mines, and Narayan Chandra Dhir, General Secretary, Sukinda Region Chromite Khadan Mazdoor Sangh, were present at the gathering. Welcome to Sukinda Mining Manager Manoj Samal While delivering the speech, Mahagiri Mines Manager Jalandhar Patra thanked l Shiv Kumar Samal and Ranjan Sahu for being chained workers. (From Jay Narayan Mohapatra)

Comments

Popular posts from this blog

ଯାଜପୁର ଜିଲ୍ଲାରେ ବିଜେପି ର ନୂଆ ମୋଡ଼ l ନୂଆ ମୁହଁ କୁ ଜନସାଧାରଣଙ୍କ ପସନ୍ଦ !

ରାଜଧାନୀରେ ମହିଳାଙ୍କୁ ବିଭତ୍ସ ହତ୍ୟା l

ବିଗତ ବର୍ଷ ପରେ ଖୋଲିଲା ରତ୍ନ ଭଣ୍ଡାର, ଭିତରେ ଅଦ୍ଭୁତ ଓ ଅଲୌକିକ ଦୃଶ୍ୟ !