ଦାନଗଦୀ ବ୍ଳକ ଅଧିକାରୀଙ୍କ ବାଚଳାମୀ, ତୃତୀୟ ସାଧାରଣ ବୈଠକ ବିବରଣୀ ଦେଖାଇ ଚତୁର୍ଥ ସାଧାରଣ ବୈଠକ କରାଇଲେ I

ଯାଜପୁର (ଦାନଗଦୀ ) :- ଯାଜପୁର ଜିଲ୍ଲା ଦାନଗଦି ବ୍ଲକ ର ଚତୁର୍ଥ ସାଧାରଣ ବୈଠକ ଗତ କାଲି ତା ୧୪/୧୨/୨୦୨୨ ରିଖ ପଞ୍ଚାୟତ ସମିତି ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି l ଏହି ଅବସରରେ ମୁଖ୍ୟଅତିଥି ଭାବେ ମାନ୍ୟବର ଗ୍ରାମ ଉନ୍ନୟନ ବିକାଶ ଓ ଉନ୍ନୟନ ମନ୍ତ୍ରୀ ଶ୍ରୀଯୁକ୍ତ ପ୍ରିତିରଞ୍ଜନ ଘଡାଇ ଏବଂ ସମ୍ମାନୀୟ ଅତିଥି ଭାବେ ସାଂସଦ ଶର୍ମିଷ୍ଠା ସେଠୀ ଯୋଗଦେଇଥିଲେ I ପଞ୍ଚାୟତ ସମିତି ଅଧ୍ୟକ୍ଷା ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଉନ୍ନୟନ ମୂଳକ କାର୍ଯ୍ୟକ୍ରମର ସବିଶେଷ ବିବରଣୀ ପ୍ରଦାନ କରାଯାଇଥିଲା l ପଞ୍ଚାୟତ ସ୍ତରରେ ଉନ୍ନୟନ ମୂଳକ କାର୍ଯ୍ୟମାନ କିପରି ଭାବରେ ସୂଚାରୁ ରୂପେ ସମ୍ପାଦନ କରାଯିବ ସେ ବିଷୟରେ ସମସ୍ତ ନିର୍ବାଚିତ ଜନପ୍ରତିନିଧି ମାନଙ୍କୁ ସୂଚନା ପ୍ରଦାନ କରାଯାଇଛି l ଦୁଃଖର ବିଷୟ ପଞ୍ଚାୟତ ସମିତି ର କର୍ମଚାରୀ ମାନେ ତୃତୀୟ ସାଧାରଣ ବୈଠକ ର ବିବରଣୀ ଯାହାକି ତା ୨୦/୦୬/୨୦୨୨ ରିଖ ରେ ପାରିତ ହୋଇଥିଲା ଏହି ଚିଠି କୁ ଚତୁର୍ଥ ସାଧାରଣ ବୈଠକରେ ଉପସ୍ଥାପନ କରିଥିଲେ l ବିଗତ ମାସର ବିବରଣୀ କାହିକିଁ ଓ କିପରି ବର୍ତ୍ତମାନ ର ବୈଠକ ରେ ସୂଚୀତ କରଗଲା ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି l ଏହା ପଞ୍ଚାୟତ ସମିତି ଅଧିକାରୀ ଙ୍କ ବାଚଳାମୀ ନା ଏହା ଭିତରେ ଅନ୍ୟକିଛି ଉଦ୍ଦେଶ୍ଯ ଅଛି ତାହା ଜନସାଧାରଣଙ୍କ ମନରେ ଭ୍ରମ ସୃଷ୍ଟି କରିଛି l ବୈଠକରେ ପୂର୍ବରୁ ପ୍ରକାଶିତ ବିବରଣୀ କୁ ଉପସ୍ଥାପନ କରିବା କେତେ ଦୂର ଠିକ୍ l କର୍ମଚାରୀ ମାନଙ୍କ ଏହିପରି ଭୁଲ୍ ତାରିଖ, ଓ ବିବରଣୀ କୁ ନେଇ ଜଣାପଡୁଛି ଯେ ବ୍ଲକ୍ ର କର୍ମଚାରୀ ମାନେ ଲୋକମାନଙ୍କ ର କର୍ଯ୍ୟ କିପର କାର୍ଯ୍ୟକାରୀ କରୁଥିବେ l ଏହି ବୈଠକରେ ୮,୯,୧୦ ନମ୍ବର ଜୋନ ର ଜିଲ୍ଲାପରିଷଦ ସଭ୍ୟମାନେ, ପଞ୍ଚାୟତ ର ସରପଞ୍ଚ, ସମିତି ସଭ୍ୟ, ସଭ୍ଯା ଯୋଗ ଦେଇଥିବା ବେଳେ ବିଡିଓ ମଣି ପ୍ରସାଦ ମିଶ୍ର ପଞ୍ଚାୟତ ସମିତି ତରଫରୁ ସମସ୍ତଙ୍କୁ ସ୍ଵାଗତ ଜଣାଇଥିଲେ l ପଞ୍ଚାୟତ ସମିତି ତରଫରୁ ଅଧ୍ୟକ୍ଷା ସମସ୍ତ ସମ୍ମାନୀତ ଅତିଥି ମାନଙ୍କୁ ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ପ୍ରଦାନ କରାଯାଇଥିଲା I ସଶକ୍ତ ପଞ୍ଚାୟତିରାଜ ଓ ସଶକ୍ତ ଓଡ଼ିଶା ଗଠନରେ ସରକାର ୯ ଗୋଟି ଯୋଜନା ପ୍ରସ୍ତୁତ କରିଛନ୍ତି l ଏହି ଯୋଜନାର ସଠିକ୍ ସୁପରିଚାଳନା ନିମନ୍ତେ ସମସ୍ତଙ୍କୁ ପରାମର୍ଶ ଦେଇଥିଲେ ମନ୍ତ୍ରୀ I ଏହି ସବୁ ଯୋଜନାର କାର୍ଯ୍ୟକାରିତା କୁ ଅଗ୍ରଗତି କରିବାକୁ ସମସ୍ତ ନିର୍ବାଚିତ ପ୍ରତିନିଧି ମାନଙ୍କୁ ସହଯୋଗ କରିବାକୁ ଅନୁରୋଧ କରିଥିଲେ ଅଧ୍ୟକ୍ଷା l 

Comments

Popular posts from this blog

ଯାଜପୁର ଜିଲ୍ଲାରେ ବିଜେପି ର ନୂଆ ମୋଡ଼ l ନୂଆ ମୁହଁ କୁ ଜନସାଧାରଣଙ୍କ ପସନ୍ଦ !

ରାଜଧାନୀରେ ମହିଳାଙ୍କୁ ବିଭତ୍ସ ହତ୍ୟା l

ବିଗତ ବର୍ଷ ପରେ ଖୋଲିଲା ରତ୍ନ ଭଣ୍ଡାର, ଭିତରେ ଅଦ୍ଭୁତ ଓ ଅଲୌକିକ ଦୃଶ୍ୟ !