ରାଜ୍ୟ ସାମ୍ବାଦିକ ସଂଘ ଏସ ୟୁ ଜେ ଓଡିଶା ଅନୁବନ୍ଧିତ କଟକ ଜିଲ୍ଲା ସାମ୍ବାଦିକ ସଂଘର ସାଧାରଣ ପରିଷଦ ବୈଠକ l

କଟକ(ବ୍ୟୁରୋ ରିପୋର୍ଟ) : - ରାଜ୍ୟ ସାମ୍ବାଦିକ ସଂଘ ଏସ ୟୁ ଜେ ଓଡିଶା ଅନୁବନ୍ଧିତ କଟକ ଜିଲ୍ଲା ସାମ୍ବାଦିକ ସଂଘର ସାଧାରଣ ପରିଷଦ ବୈଠକ ଜିଲ୍ଲା ସଭାପତି ରମେଶ ଚନ୍ଦ୍ର ପ୍ରଧାନଙ୍କ ଅଧ୍ୟକ୍ଷତାରେ କଟକ ସଦର ଥାନା ଅନ୍ତର୍ଗତ ଆମ୍ରପଲି ରିସୋର୍ଟ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଏସ ୟୁ ଜେ ରାଜ୍ୟ ସଭାପତି କୈଳାସ ନାୟକ ମୁଖ୍ୟବକ୍ତା,ରାଜ୍ୟ ଉପ ସଭାପତି ବାସୁଦେବ ତ୍ରୀପାଠୀ, ସମ୍ମାନୀତ ଅତିଥି, ସଙ୍ଗଠନ ସଂପାଦକ ସନ୍ତୋଷ ସ୍ଵାଇଁ,ରାଜ୍ୟ କୋଷାଧ୍ୟକ୍ଷ ଟୁନା ଜେନା,ଯାଜପୁର ଜିଲ୍ଲା ସଭାପତି ସୁବାସ ଧଳ, ରଘୁନାଥ ଆଚାର୍ଯ୍ୟ, ଶଶୀଭୂଷଣ ଷଡ଼ଙ୍ଗୀ, ଅଭୟ ଜେନା,ଅକ୍ଷୟ ଦାଶ,ସୁରେନ୍ଦ୍ର ମହାପାତ୍ର,କେଦାର ନାଥ ସାହୁ,ଉମାକାନ୍ତ ସାମନ୍ତରାୟ ପ୍ରମୁଖ ଯୋଗଦେଇ ଥିଲେ। ଏହି ଅବସରରେ କଟକ ଜିଲ୍ଲା ସାମ୍ବାଦିକ ସଂଘର ନୂତନ କର୍ମକର୍ତା ଚୟନ କରଯାଇଥିଲା। ବରିଷ୍ଠ ସାମ୍ବାଦିକ ରମେଶ ଚନ୍ଦ୍ର ପ୍ରଧାନ ସଭାପତି,ଜିଲ୍ଲା ସାଧାରଣ ସଂପାଦକ ଶିଶିର କୁମାର ଦାଶ, କୃଷ୍ଣଚନ୍ଦ୍ର ପାଣିଗ୍ରାହୀ କୋଷାଧ୍ୟକ୍ଷ,ଜିଲ୍ଲା ସଙ୍ଗଠନ ସଂପାଦକ ଶୁଭେନ୍ଦୁ ମହାପାତ୍ର, କଲ୍ୟାଣ ପାଣ୍ଠି ଅଧକ୍ଷ ରଘୁନାଥ ଆଚାର୍ଯ୍ୟ, ଉପ ସଭାପତି ଭାବେ ପ୍ରଦୀପ କୁମାର ମହାପାତ୍ର,ମହେଶ୍ୱର ପାତ୍ର,ମୀନକେତନ ଦାସ,ପ୍ରସାନ୍ତ କୁମାର ସାହୁ,ବସନ୍ତ କୁମାର ସାମଲ,ହରିହର ସାହୁ,ସଂପାଦକ ଭାବେ ଆଶୋକ କୁମାର ରଣା,ହେମନ୍ତ କୁମାର ଦାସ, ଧୀରେନ୍ଦ୍ର ସାହୁ, କାଳନ୍ଦୀ ଚରଣ ସ୍ଵାଇଁ, ଜାନକୀ ବଲ୍ଲଭ ମହାନ୍ତି,ମିଡ଼ିଆ ସଂଯୋଜକ ଅକ୍ଷୟ କୁମାର ଦାଶ, ସାଂସ୍କୃତିକ ସଂପାଦକ ସୂର୍ଯ୍ୟ ନାରାୟଣ ଦାଶ,ମହିଳା ସଙ୍ଗଠନ ସମ୍ପାଦିକା ଶୈଳଯା ମହାପାତ୍ର, କଲ୍ୟାଣ ପାଣ୍ଠି ଉପାଧ୍ୟକ୍ଷ ପ୍ରଦିପ କୁମାର ଜେନା, ସଂଯୋଜକ ରତ୍ନାକର ବାରିକ,ଆବାହକ ନିବେଦିତା ସିଂ,ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ସୁରେନ୍ଦ୍ର ମହାପାତ୍ର,ଉପଦେଷ୍ଟା ଭାବେ ଅକ୍ଷୟ କୁମାର ଦାଶ,ଅଭୟ କୁମାର ଜେନା, ଶଶୀଭୂଷଣ ଷଡ଼ଙ୍ଗୀ,ବସନ୍ତ ରଥ, ବ୍ଳକ ସଂଯୋଜକ ଭାବେ ରଶ୍ମି ରଞ୍ଜନ ମଲ୍ଲିକ,ଆର୍ତ୍ତତ୍ରାଣ ଦାସ,ଗୌରାଙ୍ଗ ଚରଣ ରାଉତ,ଅନନ୍ତ ରଣା,ଚୌଧୁରୀ ଜଗତ ବଲ୍ଲଭ ନନ୍ଦ, ଅମିତାଭ ମହାପାତ୍ର, ପ୍ରଭାତ ରାଉତଙ୍କୁ ଚୟନ କରାଯାଇଛି। ନୂତନ କର୍ମକର୍ତ୍ତା ମାନଙ୍କୁ ବାଙ୍କୀର ଅଧିଷ୍ଠାତ୍ରୀ ଦେବୀ ମା’ ଚର୍ଚ୍ଚିକାଙ୍କର ଉପ ଢ଼ଉକନ,ପୁଷ୍ପଗୁଛ ଓ ଉତ୍ତରୀୟ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି ଅବସରରେ ରାଜ୍ୟ କୋଷାଧ୍ୟକ୍ଷ ଟୁନା ଜେନାଙ୍କ ଜନ୍ମଦିନ ପାଳନ କରାଯାଇଥିଲା ।

Comments

Popular posts from this blog

ଯାଜପୁର ଜିଲ୍ଲାରେ ବିଜେପି ର ନୂଆ ମୋଡ଼ l ନୂଆ ମୁହଁ କୁ ଜନସାଧାରଣଙ୍କ ପସନ୍ଦ !

ବିଗତ ବର୍ଷ ପରେ ଖୋଲିଲା ରତ୍ନ ଭଣ୍ଡାର, ଭିତରେ ଅଦ୍ଭୁତ ଓ ଅଲୌକିକ ଦୃଶ୍ୟ !

ରାଜଧାନୀରେ ମହିଳାଙ୍କୁ ବିଭତ୍ସ ହତ୍ୟା l