କାର ଓଲଟି ୨ ଯୁବକଙ୍କ ମୃତ ଓ ଦୁଇଜଣ ଗୁରୁତ୍ତର ଆହତ l


ଯାଜପୁର :- ଜିଲ୍ଲା ର ପାଣିକୋଇଲି ଥାନା ଅଧିନସ୍ଥ ଧନପୁର ଛକ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଯାଇଛି I ଦୁର୍ଘଟଣାରେ ୨ ଜଣ ଯୁବକ ମୃତ ହୋଇଥିବାବେଳେ ଆଉ ୨ ଜଣ ଯୁବକ ଗୁରୁତ୍ତର ଆହତହୋଇ ମେଡିକାଲରେ ଭର୍ତ୍ତି ହୋଇଛନ୍ତି l ସୂଚନା ଅନୁଯାୟୀ ଗତକାଲି ରାତି ପ୍ରାୟ ୧୧ ଟା ସମୟରେ ଏକ କାର ଯୋଗେ ୪ ଜଣ ଯୁବକ ନିଜ ଘର ଯାଜପୁର ରୋଡକୁ ଫେରୁଥିଲେ। ଏହି ସମୟରେ ପାଣିକୋଇଲି ଥାନା ଅଧିନସ୍ଥ ଧନପୁର ଛକ ନିକଟରେ ଏକ ଟ୍ରଲର କାରଟିକୁ ସାଇଡ଼ ମାରିବାରୁ କାର ଚାଳକ ଜଣକ ଭାରସାମ୍ୟ ହରାଇ ରାସ୍ତା ଡିଭାଇଡରରେ ବାଡ଼େଇ ହୋଇଥିଲା I 
ଫଳରେ କାରଟି ପୋଖରୀ ଭିତରେ ପଡ଼ିଥିଲା। କାର ଭିତରେ ଥିବା ୪ ଜଣ ଯୁବକ ଗାଡିରୁ ବାହାରି ପାରିନଥିଲେ। ଖବର ପାଇଁ ସ୍ଥାନୀୟ ଲୋକେ ଘଟଣା ସ୍ଥଳରେ ପହଞ୍ଚି ଉଦ୍ଧାର କରିଥିଲେ l ତେବେ ଘଟଣା ସ୍ଥଳରେ ଦୁଇ ଜଣ ଯୁବକ ମୃତ୍ୟୁବରଣ
 କରିଥିବାବେଳେ ଦୁଇ ଜଣ ଗୁରୁତ୍ତର ଆହତ ଯୁବକଙ୍କୁ ୧୦୮ ଆମ୍ବୁଲାନ୍ସ ଦ୍ୱାରା ଯାଜପୁର ରୋଡ ସ୍ୱାସ୍ଥ୍ୟ କେନ୍ଦ୍ରରକୁ ପଠାଇଥିଲେ। ଖବର ପାଇ ପାଣିକୋଇଲି ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ତେବେ ମୃତ ଦୁଇ ଯୁବକ ଯାଜପୁର ରୋଡ ଥାନା ଅଧିନସ୍ଥ ଝାଟିଆସାହି ଗ୍ରାମର ପ୍ରେମାନନ୍ଦ ମହାଳିକଙ୍କ ପୁଅ ଚନ୍ଦନ ମହାଳିକ ଓ କୋରେଇ ଥାନା ଅନ୍ତର୍ଗତ କନ୍ତର ଗ୍ରାମର ଜୟନ୍ତ ନାୟକଙ୍କ ପୁଅ ଦେବାଶିଷ ନାୟକ ବୋଲି ଜଣାପଡିଛି।


Comments

Popular posts from this blog

ଯାଜପୁର ଜିଲ୍ଲାରେ ବିଜେପି ର ନୂଆ ମୋଡ଼ l ନୂଆ ମୁହଁ କୁ ଜନସାଧାରଣଙ୍କ ପସନ୍ଦ !

ରାଜଧାନୀରେ ମହିଳାଙ୍କୁ ବିଭତ୍ସ ହତ୍ୟା l

ବିଗତ ବର୍ଷ ପରେ ଖୋଲିଲା ରତ୍ନ ଭଣ୍ଡାର, ଭିତରେ ଅଦ୍ଭୁତ ଓ ଅଲୌକିକ ଦୃଶ୍ୟ !