ଟାଟା ଷ୍ଟିଲ୍‌ ଫାଉଣ୍ଡେସନ ପକ୍ଷରୁ “ବିଶ୍ବ ମାଲେରିଆ ଦିବସ’ରେ ସଚେତନତା ଅଧିବେଶନ ଆୟୋଜିତ l

ଯାଜପୁର (କଳିଙ୍ଗନଗର ) ୨୫ ଏପ୍ରିଲ୍‌ ୨୦୨୩: - ଟାଟା ଷ୍ଟିଲ୍ ଫାଉଣ୍ଡେସନ (ଟିଏସ୍ଏଫ) ପକ୍ଷରୁ ମଙ୍ଗଳବାର ଦିନ ଯାଜପୁର ଜିଲ୍ଲାରେ ଦାନଗଦି ବ୍ଲକ ଅଧୀନସ୍ଥ ଶାଳିଜଙ୍ଗା ପଂଚାଯତ କାର୍ଯ୍ୟାଳୟରେ ଜିଲ୍ଲା ସ୍ୱାସ୍ଥ୍ୟ କର୍ତ୍ତୃପକ୍ଷ ଓ ଜାତୀୟ ଭୂତାଣୁ (ଭେକ୍ଟର) ବାହିତ ରୋଗ (ଭିବିଡି) ନିୟନ୍ତ୍ରଣ କାର୍ଯ୍ୟକ୍ରମ ସହଯୋଗିତାରେ ଏକ ସଚେତନତା ଅଧିବେଶନେ ସହ ବିଶ୍ବ ମାଲେରିଆ ଦିବସ, ୨୦୨୩ ପାଳନ କରାଯାଇଛି । ସମାନରେ ସଚେତନତା ବଢ଼ାଇବା ଲାଗି ସଚେତନତା ଅଧିବେଶନ ବ୍ୟତୀତ, ପଂଚାୟତର ସମସ୍ତ ବାସିନ୍ଦାଙ୍କୁ ୧୩୦୦୦ ମଶାରି ବଂଟନ କରାଯାଇଥିଲା । ସାର୍ବଜନୀନ ସ୍ଵାସ୍ଥ୍ୟରେ ଉନ୍ନତି ଆଣିବା ଲାଗି ଫାଇଣ୍ଡେସନର ରହିଥିବା ସାମଗ୍ରିକ ରଣନୀତି ଅନୁସାରେ ଏହି ଅଭିଯାନ ଆୟୋଜନ କରାଯାଇଥିଲା ।ଏହି ଅବସରରେ ଯାଜପୁରର ମୁଖ୍ୟ ଜିଲ୍ଲା ଚିକିତ୍ସା ଓ ଜନ ସ୍ଵାସ୍ଥ୍ୟ ଅଧିକାରୀ ଡକ୍ଟର ଶିବାଶିଷ ମହାରଣା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଅନ୍ୟମାନଙ୍କ ମଧ୍ୟରେ ଯାଜପୁରର ଅତିରିକ୍ତ ଜିଲ୍ଲା କନ ସ୍ବାସ୍ଥ୍ୟ ଅଧିକାରୀ (ଏଡିପିଏଚ), ଭିବିଡି ଡକ୍ଟର ପ୍ରଦୀପ୍ତ କୁମାର ସାହୁ ଭେକ୍ଟର ବାହିତ ରୋଗ ନିୟନ୍ତ୍ରଣ କାର୍ଯ୍ୟକ୍ରମର ଉପଦେଷ୍ଟା ଶ୍ରୀ ସୁନିଲ କୁମାର ମହତୋ, ଶାଳିଜଙ୍ଗା ପଂଚାୟତର ସରପଂଚ ବିଜୟଲକ୍ଷ୍ମୀ ଦାଗ, ଟିଏସ୍ଏଫ୍ଟ ଜନ ସ୍ଵାସ୍ଥ୍ୟ ଓଡ଼ିଶାର ମୁଖ୍ୟ ଡକ୍ଟର ନୀଳିମା ତିର୍କୀ, ଟିଏସ୍ଏଫ୍ର ଗୋଷ୍ଠୀ ସ୍ୱାସ୍ଥ୍ୟ ଅଭିଯାନର ପ୍ରବନ୍ଧକ ଶ୍ରୀ ଅକ୍ଷୟ କୁମାର ନାୟକ ଓ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ଓ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।
ଏହି କାର୍ଯ୍ୟକ୍ରମର ବିଷୟବସ୍ତୁ “ ଶୂନ୍ୟ ମାଲେରିଆ ପ୍ରଦାନ କରିବାର ସମୟ: ନିବେଶ, ନବସୃଜନ ଓ କାର୍ଯ୍ୟକାରୀତା’ ହେଉଛି ସୁସ୍ଥକର ସମାଜ ଗଠନ କରିବା ଏବଂ ମାଲେରିଆ, ଡେଙ୍ଗୁ, ପିଲାରିଆସିସ୍, ଜାପାନିଜ୍ ଏନ୍‌ସେଫାଲାଇଟିସ୍, ଇତ୍ୟାଦି ମଶା ଜନିତ ବିଭିନ୍ନ ରୋଗ ଯାହା ଏକ ଗୁରୁତ୍ବପୂର୍ଣ୍ଣ ବନ ସ୍ୱାସ୍ଥ୍ୟ ସମସ୍ୟା ଓ ସମାଜରେ ମୃତ୍ୟୁ ଓ ରୋଗର କାରଣ ହୋଇ ରହିଛି ତାହାର ମୁକାବିଲା କରିବା ଲାଗି ଟାଟା ଷ୍ଟିଲ୍ ଫାଡଣ୍ଡେସନର ରହିଥିବା ପ୍ରତିବଦ୍ଧତାର ଏକ ଅଂଶ ।ଏହି ଅଭିଯାନ ସମ୍ପର୍କରେ ଟାଟା ଷ୍ଟିଲ୍‌ ଫାଉଣ୍ଡେସନର ଜନ ସ୍ବାସ୍ଥ୍ୟ ମୁଖ୍ୟ ଡକ୍ଟର ଅନୁଜ ଭଟ୍ଟନାଗର ନିଜ ଭାବନା ବ୍ୟକ୍ତ କରି କହିଛନ୍ତି
ଯେ, “ସୁଗ୍ଧକର ସମାଜ ଗଠନ କରିବା ଏବଂ ମାଲେରିଆ, ଡେଇ, ପିଲାଟିଆସିସ୍, ଜ ପାନିକ୍ ଏନ୍‌ସେଫାଲାଇଟିସ୍, ଇତ୍ୟାଦି ମଶା ଜନିତ
ବିଭିନ୍ନ ରୋଗର ଯାହା ଏକ ଗୁରୁତ୍ବପୂର୍ଣ୍ଣ ଜନ ସ୍ଵାସ୍ଥ୍ୟ ସମସ୍ୟା ଓ ସମାଜରେ ମୃତ୍ୟୁ ଓ ରୋଗର କାରଣ ହୋଇ ରହିଛି ତାହାର ମୁକାବିଲା କରିବା ଲାଗି ଟାଟା ଷ୍ଟିଲ ଫାଉଣ୍ଡେସନର ରହିଥିବା ପ୍ରତିବଦ୍ଧତାର ଏକ ଅଂଶ । ଏହି କାର୍ଯ୍ୟକ୍ରମର ଅଂଶ ଭାବେ ମଶା ଜନିତ ରୋଗକୁ ପ୍ରତିରୋଧ କରିବା ଲାଗି ବିଭିନ୍ନ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀମାନଙ୍କ ସହଯୋଗିତାରେ ଟିଏସ୍ଏଫ୍ ପକ୍ଷରୁ ଓଡ଼ିଶା ଓ ଝାଡ଼ଖଣ୍ଡର ୮ ବ୍ଲକ୍‌ରେ
୬୭, ୯୭୩ ମଶାରି ଦଂଟନ କରାଯାଇଥିଲା । ମଶାଭିଉ ଉପଯୁକ୍ତ ବ୍ୟବହାର ଓ ଯତ୍ନ ଉପରେ ସମାଜକୁ ପ୍ରଶିକ୍ଷଣ ପ୍ରଦାନ କରାଯାଇଛି ।ବିଶ୍ଵ ମଲେରିଆ ଦିବସରେ ମଶାରି ବଂଟନ କରିବା ଏବଂ ଏହି ରୋଗ ଉପରେ ସଚେତନତା ସୃଷ୍ଟି କରିବା ହେଉଛି ଓଡ଼ିଶାର ଓ ଝାଡ଼ଖଣ୍ଡର ବିଭିନ୍ନ
ଅଂଚଳ ବିଶେଷ କରି ଆଦିବାସୀ ଓ ଦୁର୍ଗମ ଅଂଚଳ ଯେଉଁଠାରେ ଲୋକମାନେ ମଶା ଜନିତ ରୋଗର ଶିକାର ହେବା ଜାରି ରହିଛି ସେଭଳି
ଘଟଣାକୁ କମ୍ କରି ଚାହାର ସମ୍ପୂର୍ଣ୍ଣ ପ୍ରତିରୋଧ ଉପରେ ଗୁରୁତ୍ବାରୋପ କରି ସେଭଳି ରୋଗ ଘଟଣାକୁ କମ୍ କରିବା ଲାଗି ଏକ ପଦକ୍ଷେପ ।''
ଏହି ରୋଗ ମୁଖ୍ୟତଃ ଦେଶର ଆଦିବାସୀ ଓ ଦୁର୍ଗମ ଅଂଚଳରେ ରହିଛି । ମାଲେରିଆରେ ଗର୍ଭବତୀ ମହିଳା ଏବଂ ଅତ୍ୟନ୍ତ ବୟସାଧିକ ଲୋକଙ୍କମାନଙ୍କ ମୃତ୍ୟୁ ହେବାର ବଡ଼ ବିପଦ ରହିଛି । ଟାଟା ଷ୍ଟିଲ୍ ଫାଉଣ୍ଡେସନର ଭେକ୍ଟର ବାହିତ ରୋଟ (ଡିବିଡି) ନିୟନ୍ତ୍ରଣ କାର୍ଯ୍ୟକ୍ରମର ଅନ୍ୟତମ ଲକ୍ଷ୍ୟ ହେଉଛି ମଣିଷଠାରୁ ମଶାକୁ ଦୂରେଇ ରଖିବା । ମଶା କାମୁଡ଼ିବା ଓ ମଶା ଜନିତ ରୋଗଠାରୁ ମଣିଷକୁ ସୁରକ୍ଷା ପ୍ରଦାନ କରିବା ପାଇଁ ଶେଯରେ ମଶାରି ବ୍ୟବହାର କରିବା ହେଉଛି ଏକ ପ୍ରତିଷ୍ଠିତ ପଦ୍ଧତି ।

Comments

Popular posts from this blog

ଯାଜପୁର ଜିଲ୍ଲାରେ ବିଜେପି ର ନୂଆ ମୋଡ଼ l ନୂଆ ମୁହଁ କୁ ଜନସାଧାରଣଙ୍କ ପସନ୍ଦ !

ରାଜଧାନୀରେ ମହିଳାଙ୍କୁ ବିଭତ୍ସ ହତ୍ୟା l

ବିଗତ ବର୍ଷ ପରେ ଖୋଲିଲା ରତ୍ନ ଭଣ୍ଡାର, ଭିତରେ ଅଦ୍ଭୁତ ଓ ଅଲୌକିକ ଦୃଶ୍ୟ !