କଳିଙ୍ଗନଗର ରେ ସମସ୍ତ କାରଖାନା ର ଅଧିକାରୀ ଙ୍କୁ ନେଇ ଜିଲ୍ଲା ପ୍ରଶାସନର ଗୁପ୍ତ ବୈଠକ l

କଳିଙ୍ଗନଗର - ଦୀର୍ଘ ଦିନ ପରେ ଜେ ଡି ସି ଏଲ୍ ଠାରେ କଳିଙ୍ଗନଗର ଶିଳ୍ପାଞ୍ଚଳ ରେ ଥିବା ସମସ୍ତ କାରଖାନା ର ଅଧିକାରୀ ଙ୍କୁ ନେଇ ଏକ ଗୁପ୍ତ ବୈଠକ ଅନୁଷ୍ଠିତ ହୋଇଯାଇଛି l ଇଥିରେ ମନ୍ତ୍ରୀ ଶ୍ରୀଯୁକ୍ତ ପ୍ରିତିରଞ୍ଜନ ଘଡାଇ ଯୋଗଦେଇ କାରଖାନା ଦ୍ଵାରା ପ୍ରଭାବିତ ହେଉଥିବା ଗାଁ ମାନଙ୍କୁ ବିଭିନ୍ନ ସମସ୍ୟା ରୁ ମୁକ୍ତ କରିବା ପାଇଁ ଜିଲ୍ଲା ପ୍ରଶାସନ କୁ ତାଗିଦ କରୁଥିବା ଦେଖିବାକୁ ମିଳିଛି l ବିଶେଷ କରି ବାରଗଡିଆ ହରିଜନ ସାହି, ସାରଙ୍ଗପୁର ଗାଁ, ଟାଙ୍ଗର ସାହି ଲୋକମାନେ ବିସ୍ଥାପିତ ହେବାକୁ ଥିବାବେଳେ ଜିଲ୍ଲା ପ୍ରଶାସନ ଏପର୍ଯ୍ୟନ୍ତ କୌଣସି ପଦକ୍ଷେପ ନେଉନଥିବା ଅଭିଯୋଗ ହୋଇଛି l ଏ ସମ୍ପର୍କ ରେ ଉପସ୍ଥିତ ଜିଲ୍ଲା ପ୍ରଶାସନ ଓ କାରଖାନା କତୃପକ୍ଷ ଙ୍କୁ ପରାମର୍ଶ ଦେଇ ଯଥାଶୀଘ୍ର ଏହାର ତଦାରଖ କରିବା ପାଇଁ ପରାମର୍ଶ ଦେଇଥିଲେ l ଆଗାମୀ ଦିନରେ ସ୍ଥାନୀୟ ଅଞ୍ଚଳର ପ୍ରଦୂଷଣ, ଯାତାୟତ, ଆଲୋକିକରଣ,ଶିକ୍ଷା ଓ ସ୍ଵାସ୍ଥ୍ୟ ସମସ୍ୟା ସମାଧାନ କରିବା ପାଇଁ ସହମତି ଜଣାଇଛନ୍ତି l କିନ୍ତ୍ ଦୁଃଖର ବିଷୟ ଦୀର୍ଘ ବର୍ଷ ହେବ କଳିଙ୍ଗନଗର ଜନସାଧାରଣ ଏହାର ସୁବିଧା ପାଇପରୁନାହାନ୍ତି lସୁକିନ୍ଦା-ଦାନଗଦୀର ଉନ୍ନୟନ ମୂଳକ ପ୍ରକଳ୍ପର ସମୀକ୍ଷା କଲେ ମନ୍ତ୍ରୀ ଇଂ ପ୍ରୀତିରଞ୍ଜନ ଘଡ଼ାଇ l
କଳିଙ୍ଗ ନଗର ଏବଂ ଏହାର ଆଖପାଖ ଅଞ୍ଚଳରେ ସ୍କିଲ୍ ଡେଭଲପମେଣ୍ଟ ସେଣ୍ଟର ଏବଂ ମାଇନିଂ ସ୍କିଲ୍ ଡେଭଲପମେଣ୍ଟ ସେଣ୍ଟର ପ୍ରତିଷ୍ଠା କରି ସ୍ଥାନୀୟ ଯୁବବର୍ଗଙ୍କୁ କୁଶଳୀ କରାଯିବ। ପ୍ରଦୂଷଣ ରୋକିବା ପାଇଁ ଦାନଗଦୀ ଛକରୁ ଡୁବୁରୀ ପର୍ଯ୍ୟନ୍ତ ସଫେଇ ଏବଂ ପାଣି ସିଞ୍ଚନ ହେବ। କଳିଙ୍ଗ ନଗର ଟ୍ରାଫିକ୍ ଏବଂ ଗଣ୍ଡଗୋଳ ରୋକିବା ପାଇଁ ସିସିଟିଭି ସ୍ଥାପନ ହେବ। ଡୁବୁରୀ ବସଷ୍ଟାଣ୍ଡ ଏବଂ ମାର୍କେଟ କଂପ୍ଲେକ୍ସ ନିର୍ମାଣକୁ ତ୍ୱରାନିତ କରାଯିବ।ସୁକିନ୍ଦା ଛକର ବଙ୍ଗଳା ନିକଟରେ ଶୌଚ୍ଚାଳୟ ପ୍ରତିଷ୍ଠା ହେବ।
ଦାନଗଦୀ ଏବଂ ସୁକିନ୍ଦା ବ୍ଲକ ଅଫିସ ନିକଟରେ କଳିଙ୍ଗ କିଚେନ୍ ନାଁରେ ଦୁଇଟି କାଫେ ପ୍ରତିଷ୍ଠା ହେବ। ଯାହର ପରିଚାଳନା ଦାୟିତ୍ୱ ମିଶନ ଶକ୍ତିକୁ ପ୍ରଦାନ କରାଯିବ।ସୁକିନ୍ଦା ଛକ ଠାରୁ ହରିପୁର ରାସ୍ତାକୁ ଚାରି ଥାକିଆ ରାସ୍ତା କରାଯିବ,ବଙ୍ଗଳା ଛକ ଠାରୁ ହରିପୁର କଲେଜ ମଧ୍ୟରେ ଅନାବଶ୍ୟକ ହମ୍ପସକୁ ହଟାଯିବ। ଜଙ୍ଗଲ ବିଭାଗର ସହଯୋଗରେ ପ୍ରତି ପଞ୍ଚାୟତର ଗ୍ରୀନ୍ ପାର୍କ ନିର୍ମାଣ ଯଥାଶୀଘ୍ର ଆରମ୍ଭ ଏହି ଗୁପ୍ତ ବୈଠକ ରେ ସ୍ଥାନୀୟ ପ୍ରଶାନର ଏଡିଏମ୍ କଳିଙ୍ଗନଗର , ଆରକ୍ଷୀ ଉପାଧ୍ୟକ୍ଷ,ଦାନଗଦି ବ୍ଲକ ଉନ୍ନୟନ ଅଧିକାରୀ, ତହସିଲଦାର ଦନଗଡି, ଅଧ୍ୟକ୍ଷ ଓ ଉପାଧ୍ୟକ୍ଷ ଦାନଗଡି, ସୁକିନ୍ଦା ବ୍ଲକ, ଜିଲ୍ଲାପରିଷଦ ଜୋନ ନଂ ୧୦ ଓ ୩୯‌ ର ‌ଅଧିକାରୀ ଉପସ୍ଥିତ ଥିଲେ l ଏହା ପରେ ମାନ୍ୟବର ମନ୍ତ୍ରୀ ଙ୍କ ସହିତ ଜିଲ୍ଲା ପ୍ରଶାସନ ଅଧିକାରୀ ଙ୍କ ସହିତ ଗୁରୁତ୍ୱୂର୍ଣ୍ଣ ଆଲୋଚନା ହୋଇଥିବାର ସୂଚନା ମିଳିଛି । ତଦ୍ ସହିତ କାରଖାନା କର୍ତ୍ତୁପକ୍ଷ ଙ୍କ ସହିତ ବୈଠକ ପରେ ପରେ କଳିଙ୍ଗନଗର ସମସ୍ତ ସରକାରୀ ବିଭାଗକୁ ନେଇ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ପୁଣି ଏକ ବୈଠକ ରେ ଯୋଗ ଦେଇଥିଲେ।କଳିଙ୍ଗନଗର ଶିଳ୍ପାଞ୍ଚଳ ରେ କିପରି ଭାବରେ ଜନସାଧାରଣ ସମସ୍ତ ସରକାରୀ ସୁବିଧା ପାଇ ପାରିବେ ସେଥି ପ୍ରତି ଗୁରୁତ୍ୱାରୋପ କରିଛନ୍ତି।

Comments

Popular posts from this blog

ଯାଜପୁର ଜିଲ୍ଲାରେ ବିଜେପି ର ନୂଆ ମୋଡ଼ l ନୂଆ ମୁହଁ କୁ ଜନସାଧାରଣଙ୍କ ପସନ୍ଦ !

ରାଜଧାନୀରେ ମହିଳାଙ୍କୁ ବିଭତ୍ସ ହତ୍ୟା l

ବିଗତ ବର୍ଷ ପରେ ଖୋଲିଲା ରତ୍ନ ଭଣ୍ଡାର, ଭିତରେ ଅଦ୍ଭୁତ ଓ ଅଲୌକିକ ଦୃଶ୍ୟ !