ପ୍ରଶାସନ କୁ ଚକମା ଦେଖାଇ ବେନିୟମ କର୍ଯ୍ୟ କରୁଛନ୍ତି ଶିଳ୍ପାଞ୍ଚଳ ଠିକାଦାର I

ଯାଜପୁର (କଳିଙ୍ଗନଗର ) : - କଳିଙ୍ଗନଗର ଶିଳ୍ପାଞ୍ଚଳରେ ମାଲପରିବହନ ଗାଡ଼ିରେ ଶ୍ରମିକ ବୁହାଚାଲିଛି, ପ୍ରଶାସନ କୁମ୍ଭକର୍ଣ୍ଣ ନିଦ୍ରାରେ l ଶିଳ୍ପାଅଞ୍ଚଳ ରେ ଅନେକ ସମୟରେ ଭିନ୍ନ ଭିନ୍ନ କାର୍ଯ୍ୟ କୁ ନେଇ ବିଭିନ୍ନ ପ୍ରକାର ଚର୍ଚ୍ଚା ରେ ରହିଥାଏ। କାରଖାନାରେ କାର୍ଯ୍ୟ କରୁଥିବା ବହୁତ ଠିକାଦାର ସେମାଙ୍କର ଶ୍ରମିକମାନଙ୍କୁ ସୁରକ୍ଷିତ ନେବା ଆଣିବା ପାଇଁ ମାଲ୍ ବୁହା ଗାଡିମାନ ବ୍ୟବହାର କରୁଥିବା ଦେଖିବାକୁ ମିଳିଛି l ବିଶେଷ କରି ଏହା ଆଇନ୍ ବିରୋଧ ହୋଇଥିଲା ବେଳେ ପ୍ରଶାସନ ର ଦୃଷ୍ଟିକୁ କିପରି ଆସୁନାହିଁ l ନା ପ୍ରଶାସନ ର ଜାଣତରେ ଏହିପରି ବେନିୟମ କାମ ଚାଲୁଛି ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି l ଶ୍ରମିକ ମାନଙ୍କୁ ଗୋରୁଗାଈ ପରି ମାଲ୍ ବୁହା ଗାଡିରେ ସବାର୍ ହେବାକୁ ବାଧ୍ୟ କରୁଛନ୍ତି ସମ୍ପୃକ୍ତି ଠିକାଦାର ସଂସ୍ଥା I କଳକାରଖାନା ମାନଙ୍କ ରେ କାର୍ଯ୍ୟ କରୁଥିବା ହଜାର ହଜାର ସଂଖ୍ୟାରଶ୍ରମିକ ଓ କର୍ମଚାରୀ ମାନଙ୍କୁ ଯିବା ଆସିବା ପାଇଁ କମ୍ପାନୀ କର୍ତତୃପକ୍ଷ ଗାଡି ଯୋଗାଇ ଦେଇଛନ୍ତି । ଅନେକ ସମୟରେ ଶ୍ରମିକ ଓ କର୍ମଚାରୀମାନେ ନିଜ ନିଜର ଗାଡ଼ି ବ୍ୟବହର କରି କାରଖାନା ପରିସରକୁ ଯାଆଆସ କରୁଛନ୍ତି। ଅନେକ କାରଖାନାରେ ନିୟୋଜିତ ଠିକାଦାର ମାନେ ସେମାନଙ୍କର ଶ୍ରମିକ ଓ କର୍ମଚାରୀମାନଙ୍କୁ କାରଖାନା ପରିସରକୁ ଯିବାପାଇଁ ମଣିଷ ପାଇଁ ଉଦ୍ଧିଷ୍ଟ ଗାଡ଼ି ପରିବର୍ତ୍ତେ ମାଲ୍ ବୋଝେଇ ଗାଡ଼ିରେ ବେଧଡକ ଭାବେ ଅତି ବିପପୂର୍ଣ୍ଣ ଭାବରେ କାରଖାନା ପରିସରକୁ ନେବା ଆଣିବା କରୁଥିବା ଦେଖିବାକୁ ମିଳୁଛି। ନିଜର ପରିବାର ପ୍ରତିପୋଷଣ କରିବା ପାଇଁ ଶ୍ରମିକମାନେ ଜୀବନକୁ ପାଣିଛଡ଼ାଇ କର୍ମ କରିବାକୁ ଯାଉଛନ୍ତି ସତ କିନ୍ତୁ ବିପଦ ସବୁବଳେ ସାଥିରେ ଧରି l ଠିକାଦାରମାନେ ଅତି ବିପଦପୂର୍ଣ୍ଣ ଭାବରେ ଶ୍ରମିମାନଙ୍କୁ ବେଧଡକ ଭାବେ ନେବା ଆଣିବା ମାନେ ଶ୍ରମିକମାନଙ୍କ ଜୀବନ ସହିତ ଖେଳ ଖେଳୁଛନ୍ତି l ଶ୍ରମିକ ମାନେ ବିପପୂର୍ଣ୍ଣ ଯାଆଆସର ପୋଲିସ ନଜରରେ ରହିଲେ ମଧ୍ଯ ପୋଲିସ ନିରବରତାର ଫାଇଦା ଉଠାଇ କଳିଙ୍ଗନଗର ଅଞ୍ଚଳ ରେ ବେଆଇନ ଭାବେ ଶ୍ରମିକ ମାନଙ୍କୁ ଟାଟା ଏସି ଗାଡ଼ି, ପିକଅପ୍ ଗାଡ଼ିରେ ଠିକାଦାର ମାନେ ଯାତାୟତ କରିବାରେ ଲାଗିଛନ୍ତି । କଳିଙ୍ଗ ନଗର ପୋଲିସ ଷ୍ଟେସନ, ଜଖପୁରା ପୋଲିସ ଷ୍ଟେସନ, ଦାନଗଦୀ ଫାଣ୍ଡି ଅଞ୍ଚଳରେ ଏପରି ବିପପୂର୍ଣ୍ଣ ବେଆଇନ ଭାବରେ ଶ୍ରମିମାନଙ୍କୁ ନେବା ଆଣିବା କରିବାରେ ନଜିର ରହିଛି । ପୋଲିସର କିଛି ରୋକ୍ ନ ଥିବାରୁ ଏହା ବୃଦ୍ଧି ପାଇବାରେ ଲାଗିଛି l ବିପପୂର୍ଣ୍ଣ ଭାବେ ଶ୍ରମିକ ମାନଙ୍କୁ ଏପରି ମାଲ ବୋଝେଇ ଗାଡ଼ି ରେ ନେବା ଆଣିବା ରୋକ୍ ନ ଲାଗିଲେ ଆଗାଗୁ କିଛି ଅଘଟଣ ଘଟି ନ ପାରେ କିଏ କହିପାରିବ! ଧନ ଜୀବନ ପ୍ରତି ବିପଦ ଥିବା ଦୃଷ୍ଟି ରୁ ଏପରି ଯାତାୟାତ କୁ ରୋକ୍ ଲଗାଇବା ଆବଶ୍ୟକ । କଳିଙ୍ଗନଗର ରେ ବେନିୟମ ଶ୍ରମିକ ମାନଙ୍କ ଯାତାୟାତ କୁ ନା କୌଣସି ଶ୍ରମିକ ସଂଗଠନ ଦୃଷ୍ଟି ଦେଉଛି ନା ପ୍ରଶାସନ I ଏହି ଖବରଟିକୁ ଦୃଷ୍ଟି ଦେବା ସହ ସ୍ଥାନୀୟ ଶ୍ରମିକ ସଂଗଠନ ଓ ପ୍ରଶାସନ ପକ୍ଷରୁ ବ୍ଯାପକ ଆଇନଗତ କାର୍ଯ୍ଯାନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣରେ ଦାବି ହେଉଛି l 

Comments

Popular posts from this blog

ଯାଜପୁର ଜିଲ୍ଲାରେ ବିଜେପି ର ନୂଆ ମୋଡ଼ l ନୂଆ ମୁହଁ କୁ ଜନସାଧାରଣଙ୍କ ପସନ୍ଦ !

ରାଜଧାନୀରେ ମହିଳାଙ୍କୁ ବିଭତ୍ସ ହତ୍ୟା l

ବିଗତ ବର୍ଷ ପରେ ଖୋଲିଲା ରତ୍ନ ଭଣ୍ଡାର, ଭିତରେ ଅଦ୍ଭୁତ ଓ ଅଲୌକିକ ଦୃଶ୍ୟ !