୩୮ ତମ ଖଣି ସୁରକ୍ଷା ସପ୍ତାହ ପାଳନ l

ଯାଜପୁର (ସୁକିନ୍ଦା) :- ଯାଜପୁର ଜିଲ୍ଲା ଇମ୍ଫା ମାଇନ୍ସ ପକ୍ଷରୁ ଖଣି ସୁରକ୍ଷା ସପ୍ତାହ ପାଳନ ହୋଇଯାଇଛି l କରୋନା ନିୟମ ଅନୁସାରେ ଭୁବନେଶ୍ବର ଖଣି ନିର୍ଦେଶକ ଙ୍କ ନିର୍ଦ୍ଦେଶନାରେ ଭର୍ଚୁଆଲ ଭାବେ ଇମ୍ଫା ଲିମିଟେଡ ପକ୍ଷରୁ ସୁକିନ୍ଦା କ୍ରୋମାଇଟ ମାଇନ୍ସ ଓ ମହାଗୀରି କ୍ରୋମାଇଟ ମାଇନ୍ସ ରେ ୩୮ ତମ ଖଣି ସୁରକ୍ଷା ସପ୍ତାହ (୨୦୨୦-୨୧) ପାଳନ ହୋଇଯାଇଛି l ଏହି କର୍ଯ୍ୟକ୍ରମ ଫେବୃଆରୀ ମାସ ୮-୧୫ ତାରିଖ ମଧ୍ୟରେ ପାଳିତ ହୋଇଯାଇଛି l ପ୍ରଥମ ଦିନରେ ଖଣି ପରିଚାଳକ ମନୋଜ ସାମଲ ଓ ଜଳନ୍ଧର ପାତ୍ର ଙ୍କ ଦ୍ବାରା ଉଭୟ ସୁକିନ୍ଦା ଓ ମହାଗୀରି ଖଣି ରେ ସୁରକ୍ଷା ପତାକା ଉତ୍ତୋଳନ କରାଯାଇଥିଲା ଏବଂ ଉପସ୍ଥିତ ସମସ୍ତଙ୍କୁ ଫେସ୍ ମାକ୍ସ ଓ ସୁରକ୍ଷା ବ୍ୟାଚ୍ ବଣ୍ଟନ କରାଯାଇଥିଲା l ସମସ୍ତେ ଖଣି ସମ୍ବନ୍ଧୀୟ ନିୟମ ଓ ସମ୍ପୃକ୍ତ କ୍ଷେତ୍ରରେ ସୁରକ୍ଷା ନିୟମ ପାଳନ କରିବା ପାଇଁ ଶପଥ କରିଥିଲ l ପ୍ରତ୍ୟେକ ଖଣି ପରିଚାଳକ ଙ୍କ ନିର୍ଦ୍ଦେଶ କ୍ରମେ ଅନ୍ତରୀଣ ଖଣି ନିରୀକ୍ଷକ ଙ୍କ ଦ୍ଵାରା ସୁରକ୍ଷା ସମ୍ବନ୍ଧୀୟ ପିପିଟି ଓ ଭିଡିଓ କ୍ଲିପ ପ୍ରସ୍ତୁତ କରାଯାଇଛି, ଯାହା ଅନ୍ତରୀଣ ଖଣି ନିରୀକ୍ଷକ ଙ୍କ ଦ୍ଵାରା ସମୀକ୍ଷା କରାଯାଇ ଅପଲୋଡ଼ କରାଯିବ l ସପ୍ତାହ ବ୍ୟାପୀ ଏହି ଅବସରରେ ଖଣି କର୍ମଚାରୀ ଓ ଠିକାଦାର କର୍ମଚାରୀ ଙ୍କ ମଧ୍ୟରେ ପୋଷ୍ଟର, ସ୍ଲୋଗାନ, ବକ୍ତୃତା ପ୍ରତିଯୋଗୀତା ଓ ଛୋଟ ପିଲାମାନଙ୍କ ପାଇଁ ଚିତ୍ରାଙ୍କନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା l ଉଭୟ ଖଣି ର କର୍ମ ବିଭାଗ ପାଇଁ '' ଟ୍ରେଡ୍ ଟେଷ୍ଟ୍ '' କରାଯାଇଥିଲା l ୧୩ ତାରିଖରେ ଆୟୋଜିତ ଗଣ ସମାରୋହରେ ସାମାଜିକ ଦୂରତା ଓ ମାକ୍ସ ପରିଧାନ ବିଷୟ ରେ ମହାଗୀରି କ୍ରୋମାଇଟ ମାଇନ୍ସ ର ମେକନିକ୍ - ଅକ୍ଷୟ ସାହୁ, ୱେଲଡର - ଚୈତନ୍ୟ ଦେହୁରୀ ଓ ଶାପ୍ଟ କିପର - କାଳିଆ ମାରାଣ୍ଡି ଏବଂ ସୁକିନ୍ଦା କ୍ରୋମାଇଟ ମାଇନ୍ସ ର ମେକାନିକ - ପ୍ରଶାନ୍ତ କୂଅର, ମାଇନିଂମେଟ୍ - ସୁଶାନ୍ତ ଆଚାର୍ଯ୍ୟ, ସିଆଇଏଲ ର ଡ୍ରିଲ ହେଲପର୍ - ଗଣେଶ ହଇବୁରୁ ଏବଂ ଶେଷ୍ଠ ସୁରକ୍ଷା କର୍ମୀ ଓ ସମସ୍ତ କର୍ମଚାରୀ ଙ୍କ ପିଲାମାନଙ୍କୁ ପୁରଷ୍କୃତ କରାଯାଇଥିଲା l ଏହି କର୍ଯ୍ୟକ୍ରମ କୁ ଉଦଘାଟନ o ପରିଚାଳନା କରିଥିଲେ ଇମ୍ଫା ର ସାଧାରଣ ପରିଚାଳକ ଏଲ୍. ମହାପାତ୍ର l ବିଗତ ପଞ୍ଚ ବର୍ଷ ଧରି ବିନା କୌଣସି ପ୍ରକାର ଦୁର୍ଘଟଣା ରେ ସୁରକ୍ଷା ର ସହିତ ଖଣି ଚାଲିଥିବା ବେଳେ ଆଗାମୀ ଦିନରେ ଏହା ପାଳନ କରାଯାଇ ସୁରକ୍ଷିତ ରଖିବା ପାଇଁ ସମସ୍ତ କର୍ମଚାରୀ ଙ୍କୁ ପରାମର୍ଶ ଦେବା ସହିତ ଧନ୍ୟବାଦ୍ ଦେଇଥିଲେ l ଖଣି ଉପସଭାପତି ସୁଧାଂଶୁ ପାଟିନ, ଖଣିରେ ସୁରକ୍ଷା ସମ୍ବନ୍ଧୀୟ ଉପଯୁକ୍ତ ଏସଓପି ପାଳନ କରିବା ପାଇଁ ପରାମର୍ଶ ଦେଇଥିଲେ l ଅଜୟ କୁମାର ବେହୁରିଆ ଉପ ସାଧାରଣ ପରିଚାଳକ ମାନବ ସଂସାଧନ ଓ ମନୋଜ ସାମଲ (ଖଣି ପରିଚାଳକ) ସୁରକ୍ଷା ପ୍ରତି ରକ୍ଷଣାବେକ୍ଷଣ କୁ ନେଇ ପ୍ରୋତ୍ସାହିତ କରିଥିଲେ l ଖଣି ପରିଚାଳକ ଜଳନ୍ଧର ପାତ୍ର, ବରିଷ୍ଠ ନିର୍ବାହୀ ଅଧିକାରୀ କେ. ଏଲ୍. ମିଶ୍ର, ଆର୍. ଆର୍. ଶର୍ମା, ବିପିନ୍ ଦାସ୍, ମଳୟ ଜେନା, ଦେବାଶିଷ ସାମଲ ପ୍ରମୁଖ ଉପସ୍ଥିତ ରହି ସୁରକ୍ଷିତ କାର୍ଯ୍ୟ ପାଇଁ ଆଲୋଚନାରେ କରିଥିଲେ l( ଜୟ ନାରାୟଣ ମହାପାତ୍ର ଙ୍କ ରିପୋର୍ଟ) 
Celebrate the 36th Mine Safety Week. 
 Jajpur (Sukinda): - Jajpur District Impha Mines has observed Mining Safety Week. l The event was held between February 9-15 l On the first day, security flags were hoisted at both Sukinda and Mahagiri mines by mine managers Manoj Samal and Jalandhar Patra, and all the participants were given face max and safety bats. Vowed to abide by the safety rules in the relevant area l At the behest of each mine manager, a safety PPT and video clip has been prepared by the Internal Mining Inspector, which will be reviewed and uploaded by the Internal Mining Inspector. Among them were posters, slogans, speech contests and drawing competitions for young children. "Trade tests" were conducted for the work departments of both mines. At a public ceremony on the 13th, Mahagiri Chromite Mines' mechanics - Akshay Sahu, Welders - Chaitanya Dehuri and Shaft keeper - Kalia Marandi and Sukinda Kromai discussed social distance and max wear. Mechanics - Pacific Wells, Mines - Sushant Acharya, CIL's Drill Helper - Ganesh Haiburu and the children of the last security personnel and all the employees were awarded l The inaugural function was presided over by the General Manager of Impha L. Mohapatra l thanked all the staff for keeping the mine safe and secure for the past five years while the mine has been running safely without any accidents for the past five years and thanked all the staff l Mines Vice-President Sudhanshu Patin, SOPs Ajay Kumar Behuria, Deputy General Manager, Human Resources and Manoj Samal (Mining Manager) encouraged the maintenance of security. L. Mishra, r. Rs. Sharma, Bipin Das, Malay Jena, Debashis Samal were present and discussed the need for safe work.

Comments

Popular posts from this blog

ଯାଜପୁର ଜିଲ୍ଲାରେ ବିଜେପି ର ନୂଆ ମୋଡ଼ l ନୂଆ ମୁହଁ କୁ ଜନସାଧାରଣଙ୍କ ପସନ୍ଦ !

ରାଜଧାନୀରେ ମହିଳାଙ୍କୁ ବିଭତ୍ସ ହତ୍ୟା l

ବିଗତ ବର୍ଷ ପରେ ଖୋଲିଲା ରତ୍ନ ଭଣ୍ଡାର, ଭିତରେ ଅଦ୍ଭୁତ ଓ ଅଲୌକିକ ଦୃଶ୍ୟ !