ବାଡ଼ଫ୍ଲୁ କୁ ନେଇ ରାଜ୍ୟରେ ଆତଙ୍କ!

ବ୍ୟୁରୋ ରିପୋର୍ଟ :- ରାଜ୍ୟରେ ବାର୍ଡ ଫ୍ଲୁ ଦିନକୁ ଦିନ କାୟା ବିସ୍ତାର କରିବାରେ ଲାଗିଛି। ପୁରୀ ଜିଲ୍ଲା ପିପିଲି ବ୍ଲକରେ ବାର୍ଡ ଫ୍ଲୁ ପରେ ଏହା ଡେଲାଙ୍ଗ ଓ ନିମାପଡ଼ାକୁ ବ୍ୟାପିଲାଣି। ଏଭଳିସ୍ଥିତିରେ କେନ୍ଦ୍ରାପଡ଼ାରେ ବାର୍ଡଫ୍ଲୁ ସନ୍ଦେହ ଆଶଙ୍କ କରାଯାଉଛି। କେନ୍ଦ୍ରାପଡ଼ା ଜିଲ୍ଲା ଡେରାବିଶ ଥାନା ନରସିଂହପୁର ରାସ୍ତା କଡ଼ରୁ ରବିବାର ୪ ବସ୍ତା ମୃତ କୁକୁଡ଼ା ଠାବ ହୋଇଛି। କିଏ ଓ କାହିଁକି ମୃତ କୁକୁଡ଼ା ରାସ୍ତା କଡ଼ରେ ପକାଇଛି ତାହା ସ୍ପଷ୍ଟ ଜଣାପଡି ନାହିଁ। ହେଲେ କେନ୍ଦ୍ରାପଡ଼ାରେ ବାର୍ଡଫ୍ଲୁ ସନ୍ଦେହ ବଢ଼ିବାରେ ଲାଗିଛି। ଖବର ପାଇ ଜିଲ୍ଲା ପ୍ରାଣୀ ସହ ଚିକିତ୍ସା ଅଧିକାରୀ ମୃତ୍ୟୁଞ୍ଜୟ ମହାନ୍ତି, ଡେରାବିଶ ବ୍ଲକ ଚିକିତ୍ସା ଅଧିକାରୀ ଦିଲ୍ଲୀପ କୁମାର ସେଠୀ ଘଟଣାସ୍ଥଳରେ ପହଞ୍ଚି ମଲା କୁକୁଡାର ରକ୍ତ ନମୁନା ସଂଗ୍ରହ କରିଛନ୍ତି। ରକ୍ତ ନମୁନା ପରୀକ୍ଷା ପାଇଁ ପଠାଯିବ। ରିପୋର୍ଟ ଆସିବା ପରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବ ବୋଲି ବିଭାଗ ପକ୍ଷରୁ ସୂଚନା ମିଳିଛି। ଅନ୍ୟପଟେ କୁକୁଡା ପରେ ଏବେ ବାର୍ଡଫ୍ଲୁ ମଣିଷକୁ ଡେଇଁଥିବା ଆଲୋଚନା ହେଉଛି। ରାଜ୍ୟରେ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଥିବା କୁହାଯାଉଛି। ସମ୍ପୃକ୍ତ ବ୍ୟକ୍ତି ରାପିଡ ରେସକ୍ୟୁ ଟିମ୍‌ ର ସଦସ୍ୟ ବୋଲି ଜଣାପଡିଛି।


Comments

Popular posts from this blog

ଯାଜପୁର ଜିଲ୍ଲାରେ ବିଜେପି ର ନୂଆ ମୋଡ଼ l ନୂଆ ମୁହଁ କୁ ଜନସାଧାରଣଙ୍କ ପସନ୍ଦ !

ରାଜଧାନୀରେ ମହିଳାଙ୍କୁ ବିଭତ୍ସ ହତ୍ୟା l

ବିଗତ ବର୍ଷ ପରେ ଖୋଲିଲା ରତ୍ନ ଭଣ୍ଡାର, ଭିତରେ ଅଦ୍ଭୁତ ଓ ଅଲୌକିକ ଦୃଶ୍ୟ !