ସାମ୍ବାଦିକ ସୁରକ୍ଷା ଆଇନ ଓ ଭତ୍ତା ଦାବି ନେଇ ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଦେଶ୍ୟରେ ଏସୟୁଜେ ଓଡ଼ିଶା ର ଦାବି ପତ୍ର।

ଯାଜପୁର (ବ୍ୟୁରୋ ରିପୋର୍ଟ): - ଗଣମାଧ୍ୟମ ରେ କାର୍ଯ୍ୟରତ ସାମ୍ବାଦିକ ମାନଙ୍କ ଉପରେ ବିଭିନ୍ନ ସମୟରେ ମରଣାନ୍ତକ ଆକ୍ରମଣ, ଆକ୍ରୋଶ ଏବଂ ଅସହିଷ୍ଣୁତା ବଢି ଚାଲିଥିବାରୁ ରାଜ୍ୟରେ ସାମ୍ବାଦିକ ସୁରକ୍ଷା ଆଇନ ପ୍ରଣୟନ ଜରୁରୀ ହୋଇ ପଡିଛି। ସେହିପରି ସାମ୍ବାଦିକ ମାନେ ଆର୍ଥିକ ଦୂରାବସ୍ଥା ଦେଇ ଗତି କରୁଛନ୍ତି। ବରିଷ୍ଠ ସାମ୍ବାଦିକ ମାନେ ରୋଗ ଶଯ୍ୟାରେ ପଡ଼ିଥିବା ବେଳେ ସେମାନଙ୍କୁ ପଥି ଔଷଧ ମିଳୁ ନାହିଁ। ଭୁବନେଶ୍ୱର ରେ ସଂଖ୍ୟାଧିକ ଗଣମାଧ୍ୟମ ର ମୁଖ୍ୟାଳୟ ରହିଥିବା ସାମ୍ବାଦିକ ମାନେ ଦୂର ଦୂରାନ୍ତ ରୁ ରାଜଧାନୀ କୁ ଆସିଲେ ସେମାନଙ୍କ ଅବସ୍ଥାନ ନିମନ୍ତେ ଅତିଥି ଭବନ ଟିଏ ନାହିଁ। ଏହି ସବୁ ଦାବି ଗୁଡିକ ପୂରଣ ପାଇଁ ଷ୍ଟେଟ ୟୁନିଅନ ଅଫ୍ ଜର୍ନାଲିଷ୍ଟସ (ଏସୟୁଜେ) ଓଡ଼ିଶାର ଆହ୍ୱାନ କ୍ରମେ ସମଗ୍ର ରାଜ୍ୟରେ ବିଭିନ୍ନ ଜିଲ୍ଲା ଶାଖା ପକ୍ଷରୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଦେଶ୍ୟରେ ସ୍ଥାନୀୟ ପ୍ରଶାସନ କୁ ଦାବି ପତ୍ର ପ୍ରଦାନ କରାଯାଇଛି। ଏହି ପରିପ୍ରେକ୍ଷୀରେ ଏସୟୁଜେ ଓଡ଼ିଶା ଯାଜପୁର ଜିଲ୍ଲା ଶାଖା ପକ୍ଷରୁ ଜିଲ୍ଲା ପ୍ରଶାସନକୁ ବୁଧବାର ଦିନ ୩ ଦଫା ସମ୍ବଳିତ ଦାବିପତ୍ର ପ୍ରଦାନ କରାଯାଇଛି। କାର୍ଯ୍ୟରତ ସାମ୍ବାଦିକ ମାନଙ୍କୁ ମାସିକ ୨୫ ହଜାର ଟଙ୍କା ଏବଂ ଅବସର ନେଇସାରିଥିବା ସାମ୍ବାଦିକଙ୍କୁ ୨୦ ହଜାର ଟଙ୍କା ର ପେନସନ ଏବଂ ସୁରକ୍ଷା ଆଇନ ଲାଗୁ କୁ ଏସୟୁଜେ ଓଡ଼ିଶା ବିଶେଷ ଗୁରୁତ୍ବ ଦେଇଛି ।ସେହିପରି ରାଜଧାନୀ ଭୁବନେଶ୍ବରରେ ଏକ ୧୦୦ ଶଯ୍ୟା ବିଶିଷ୍ଟ ସାମ୍ବାଦିକ ଅତିଥି ଭବନ ନିର୍ମାଣ ପାଇଁ ଏସୟୁଜେ ଓଡ଼ିଶା ତା'ର ଦାବିକୁ ଜୋରଦାର କରିଛି। ଏହି କାର୍ଯ୍ୟକ୍ରମ ପୂର୍ବରୁ ଜିଲ୍ଲା ସଦର ମହକୁମାର ଗାନ୍ଧୀଛକ ଠାରୁ ଶତାଧିକ ସଭ୍ୟ ମାନଙ୍କର ଏକ ଶୋଭାଯାତ୍ରା ଜିଲ୍ଲାପାଳଙ୍କ ଅଫିସ୍ ନିକଟରେ ପହଁଚିଥିଲା। ରାଜ୍ୟ ସଭାପତି କୈଳାଶ ଚନ୍ଦ୍ର ନାୟକ ଙ୍କ ନେତୃତ୍ୱରେ ଜାତୀୟ କାର୍ଯ୍ୟକାରିଣୀ ସ୍ଵତନ୍ତ୍ର ନିମନ୍ତ୍ରିତ ସଭ୍ୟ ଚିନ୍ତାମଣି ପାଢ଼ୀ,ଜିଲ୍ଲା କର୍ମକର୍ତ୍ତା ସନ୍ଦିପ୍ତ ରାୟ, ମହେଶ୍ଵର ଜେନା, ଉମାକାନ୍ତ ଧଳ,ଅଜୟ ପ୍ରତାପ ସିଂ,ସେକ ମନିରୁଦ୍ଦିନ, ପ୍ରଦୀପ ଜେନା,ପରମାନନ୍ଦ ସାହୁ,ନୀଳମାଧବ ନାୟକ, ଅକ୍ଷୟ ପରିଡ଼ା,ପବିତ୍ର ରାଉତରାୟ, ପ୍ରଭାତ ତ୍ରିପାଠୀ, ନିତ୍ୟାନନ୍ଦ ମିଶ୍ର,ପ୍ରଭାସ ଦାଶ, ଅମୂଲ୍ୟ ବରାଳ, ପ୍ରଶାନ୍ତ ନାୟକ, ଅଖିଳ ସ୍ଵାଇଁ, କୈଳାଶ ରାଉତ,ମାନସ ଜେନା, ବସନ୍ତ ନାୟକ, ସୌମ୍ୟରଞ୍ଜନ ପଣ୍ଡା, ଚିନ୍ମୟ ନାୟକ,ବିଜୟ ସାହୁ, ହିମାଂଶୁ ପାଢ଼ୀ, ଉମାକାନ୍ତ ମହାପାତ୍ର, ଉତ୍କଳ ସାମଲ,ଉପେନ୍ଦ୍ର ପାତ୍ର, ଭରତ ରାଉତ , ସୁବ୍ରତ ସାହୁ ଙ୍କ ସମେତ ବହୁ ବରିଷ୍ଠ ସଭ୍ୟ ମାନଙ୍କ ଏକ ପ୍ରତନିଧି ଦଳ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ)ଶୁଭେନ୍ଦ୍ର ସାମଲ ଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ।

Comments

Popular posts from this blog

ଯାଜପୁର ଜିଲ୍ଲାରେ ବିଜେପି ର ନୂଆ ମୋଡ଼ l ନୂଆ ମୁହଁ କୁ ଜନସାଧାରଣଙ୍କ ପସନ୍ଦ !

ରାଜଧାନୀରେ ମହିଳାଙ୍କୁ ବିଭତ୍ସ ହତ୍ୟା l

ବିଗତ ବର୍ଷ ପରେ ଖୋଲିଲା ରତ୍ନ ଭଣ୍ଡାର, ଭିତରେ ଅଦ୍ଭୁତ ଓ ଅଲୌକିକ ଦୃଶ୍ୟ !