ସୁକିନ୍ଦା ସାହିତ୍ୟ ସମାଜ ପକ୍ଷରୁ ବିଷୁବ ମିଳନ ସମାବେଶ l

ଯାଜପୁର (ସୁକିନ୍ଦା) : - ପବିତ୍ର ମହା ବିଷୁବ ସଂକ୍ରାନ୍ତୀ ଅବସରରେ ସୁକିନ୍ଦା ସାହିତ୍ୟ ସମାଜ ପକ୍ଷରୁ ସ୍ଥାନୀୟ ଭାରତୀୟ ବିଦ୍ୟା ନିକେତନ ପରିସରରେ କୋଭିଡ କଟକଣା ପାଳନ କରାଯାଇ ବିଷୁବ ମିଳନ ଉତ୍ସବ ପାଳିତ ହୋଇଥିଲା l ଏହି ଉପଲକ୍ଷେ କବିତା ପାଠୋତ୍ସବ, ସାରସ୍ୱତ ସମାରୋହ ଓ ସମ୍ବର୍ଦ୍ଧନା ପର୍ବ ଅନୁଷ୍ଠିତ ହୋଇଥିଲା l ପ୍ରଥମ ପର୍ଯ୍ୟlୟରେ ଅନୁଷ୍ଠିତ କବିତାପାଠୋତ୍ସବକୁ ବରିଷ୍ଠ ସାମ୍ବାଦିକ ଜୟ ନାରାୟଣ ମହାପାତ୍ର ଓ ଗୋବର୍ଦ୍ଧନ ପ୍ରଧାନ ସଂଚାଳନ କରିଥିବା ବେଳେ କlଞ୍ଚନବାଳା ମଲ୍ଲ,ମୀନର୍ଭl ମହାପାତ୍ର ଓ ଶ୍ଵେତାଶ୍ରୀ ମହାରଣା ସଂଯୋଜନା କରିଥିଲେ l ଦ୍ଵିତୀୟ ପର୍ଯ୍ୟାୟରେ ଆୟୋଜିତ ସାରସ୍ୱତ ସମାରୋହରେ ଭାଷାବିତ ଓ ଜଗନ୍ନାଥ ତତ୍ତ୍ୱ ଗବେଷକ ଅନ୍ତର୍ଯ୍ୟାମୀ ମିଶ୍ର ମୁଖ୍ୟ ଅତିଥିଭାବେ ଯୋଗଦେଇ ସାହିତ୍ୟରେ ନିର୍ଭିକତା ଓ ସତ୍ୟାନୁସନ୍ଧlନ ରହିବା ଆବଶ୍ୟକ ବୋଲି ମତ ଦେଇଥିଲେ l ସୁକିନ୍ଦା ଏକ ବହୁ ପୁରାତନ ଗଡଜାତ ରାଜ୍ୟ ଓ ଏହାର ସାହିତ୍ୟ ମଧ୍ୟ ବହୁ ପୁରାତନ, ଯାହାକି ଶ୍ରୀରାମଚନ୍ଦ୍ର ଭବନରେ ଥିବା ଫଟୋଚିତ୍ରରୁ ପ୍ରମାଣିତ ହୁଏ ବୋଲି କହିଥିଲେ l ମୁଖ୍ୟବକ୍ତାଭାବେ ଯୋଗଦେଇ ସାହିତ୍ୟାଚାର୍ଯ୍ୟ ପଣ୍ଡିତ ଭୂପତି ଭୂଷଣ ମିଶ୍ର ସମାଜରେ ସାହିତ୍ୟର ଭୂମିକା ଗୁରୁତ୍ୱପୂର୍ଣ ବୋଲି କହିଥିଲେ l ସମାଜର ଆବଶ୍ୟକତାକୁ ଦୃଷ୍ଟିରେ ରଖି ସାହିତ୍ୟ ସୃଷ୍ଟିହେବା ଉପରେ ସେ ଗୁରୁତ୍ୱ ଆରୋପ କରିଥିଲେ l ମାନବିକତା ପ୍ରଦୂଷଣ ଆଜି ସାହିତ୍ୟକୁ ପଙ୍ଗୁ କରି ଦେଇଥିବା ଦୃଷ୍ଟିରୁ ସାହିତ୍ୟିକମାନେ ସମାଜକୁ ଏ ଦିଗରେ ଦିଗଦର୍ଶନଦେବାର ବେଳ ଏବେ ଆସିଛି ବୋଲି ସେ ଉଲ୍ଲେଖ କରିଥିଲେ l ଓଡିଶା ସାହିତ୍ୟ ଏକାଡେମୀର ପୂର୍ବତନ ସଦସ୍ୟା ସଂଯୁକ୍ତା ମହାପାତ୍ର ଓ ସାହିତ୍ୟ ସମାଜର ମୁଖ୍ୟ ଉପଦେଷ୍ଟା ଜୟ ନାରାୟଣ ମହାପାତ୍ର ସମ୍ମାନିତ ଅତିଥିଭାବେ ମଂଚାସୀନ ଥିଲେ l ସାହିତ୍ୟ ସମାଜର ସଭାପତି ପ୍ରାଧ୍ୟାପକ ଅକ୍ଷୟ କୁମାର ଭୂୟାଁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସମାରୋହରେ ଡ. ଦୟାନିଧି ଦାଶ ଅତିଥିମାନଙ୍କର ପରିଚୟଦେଇ ଥିବାବେଳେ ପ୍ରାଧ୍ୟାପଜ ରାଜକିଶୋର ଆଚାରୀ ସ୍ୱାଗତ ଭାଷଣ ଦେଇଥିଲେ l ସମ୍ପାଦକ ପ୍ରାଧ୍ୟାପକ ହିମାଂଶୁ ଶେଖର ଦ୍ବିବେଦୀ ବିବରଣୀ ପ୍ରଦାନ କରିଥିଲେ l ଏହି ଅବସରରେ ପଣ୍ଡିତ ଭୂପତି ଭୂଷଣ ମିଶ୍ରଙ୍କୁ ସାହିତ୍ୟ ସମାଜ ପକ୍ଷରୁ ଉତ୍ତରୀୟ ଓ ଫଳକ ପ୍ରଦାନ କରାଯାଇ ବିଷୁବ ସମ୍ମାନରେ ସମ୍ବର୍ଦ୍ଧିତ କରାଯାଇଥିଲା lପ୍ରାରମ୍ଭରେ ନିମାଇଁ ଚରଣ ମାଝିଙ୍କ ନିର୍ଦ୍ଦେଶନାରେ ଶ୍ରଦ୍ଧାଞ୍ଜଳି ଦାସ, ମନୋଜିତ ଦାସ ଓ ସାଥିମାନେ ବନ୍ଦେ ଉତ୍କଳ ଜନନୀ ସଂଗୀତ ଗାନ କରିଥିଲେ l କାର୍ଯ୍ୟକ୍ରମର ଅନ୍ତିମ ପର୍ଯ୍ୟାୟରେ କବି ଦୟାନିଧି ନାୟକ ଓ କବି ଭୁବନ ମୋହନ ମହାନ୍ତିଙ୍କ ସଂଚlଳନାରେ, କବୟିତ୍ରୀ ବ୍ରଜେଶ୍ବରୀ ସିଂ, ଦୀପ୍ତି ସାମଲ, କବି ସୁଦାମ ଚରଣ ନାୟକଙ୍କ ସଂଯୋଜନାରେଅନ୍ତିମ ପର୍ଯ୍ୟାୟ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଥିଲା l ଦୁଇଟି ପର୍ଯ୍ୟାୟରଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବହୁ ବରିଷ୍ଠ ଓ ତରୁଣ କବି, କବୟିତ୍ରୀ ସ୍ୱରଚିତ କବିତା ପାଠ କରିଥିଲେ l ସଂଗଠନ ସମ୍ପାଦକ ଅଜୟ କୁମାର ଖୁଣ୍ଟିଆ ଧନ୍ୟବାଦ ଅର୍ପଣ କରିଥିଲେ l ସୁରେନ୍ଦ୍ର କୁମାର ଦାଶ, ମନୋରଞ୍ଜନ ଦାସ, ମାନସ ନାୟକ ପ୍ରମୁଖ ଉତ୍ସଵ ପରିଚାଳନାରେ ସହଯୋଗ କରିଥିଲେ l(ସୁକିନ୍ଦା ରୁ ଜୟନାରାୟଣ ମହାପାତ୍ର ଙ୍କ ରିପୋର୍ଟ) 
Eclipse gathering on behalf of Sukinda Sahitya Samaj. 
Jajpur (Sukinda): - On the occasion of the holy Equinox, the Sukinda Sahitya Samaj celebrated the Equinox Militant by celebrating the Kovid Katkana at the local Bharatiya Vidya Niketan premises on the occasion. Narayan Mohapatra and Govardhan Pradhan conducted the function while Kanchanwala Malla, Minerva l Mohapatra and Svetashree Maharana coordinated the linguistic and Jagannath Theory researcher Antaryami Mishra as the chief guest. And its literature is also very old, as evidenced by the photographs in the Sri Ramchandra Bhavan. Joining him as the keynote speaker, Sahityacharya Pandit Bhupathi Bhushan Mishra said that the role of literature is important in society. "Now is the time for writers to guide the society in this direction," he said, adding that former Odisha Sahitya Akademi member Sanyukta Mohapatra and Sahitya Samaj's chief adviser Jay Narayan Mohapatra were the guests of honor. Dayanidhi Das introduced the guests while Prof. Rajkishore Acharya delivered the welcome address. Editor Prof. Himanshu Shekhar Dwivedi gave the  Pandit Bhupathi Bhushan Mishra on behalf of the Sahitya Samaj. And fellow singers sang Bande Utkal Janani. The final stage of the program was composed by poet Dayanidhi Nayak and poet Bhuvan Mohan Mohanty, with poets Brijeshwari Singh, Deepti Samal, poet Sudam Charan Nayak in the final stage. Poet recited self-written poems. Organizing Secretary Ajay Kumar Khuntia offered thanks. Surendra Kumar Das, Manoranjan Das, Manas Nayak assisted in the management of major festivals (News from Jayanarayana Mahapatra Sukinda) 

Comments

Popular posts from this blog

ଯାଜପୁର ଜିଲ୍ଲାରେ ବିଜେପି ର ନୂଆ ମୋଡ଼ l ନୂଆ ମୁହଁ କୁ ଜନସାଧାରଣଙ୍କ ପସନ୍ଦ !

ରାଜଧାନୀରେ ମହିଳାଙ୍କୁ ବିଭତ୍ସ ହତ୍ୟା l

ବିଗତ ବର୍ଷ ପରେ ଖୋଲିଲା ରତ୍ନ ଭଣ୍ଡାର, ଭିତରେ ଅଦ୍ଭୁତ ଓ ଅଲୌକିକ ଦୃଶ୍ୟ !