ସନ୍ଦେହ ଘେରରେ ନବ ବିବାହିତାଙ୍କ ଆତ୍ମହତ୍ୟା l ହତ୍ୟା ଅଭିଯୋଗ କରିଛନ୍ତି ବାପଘର ପକ୍ଷରୁ l

ଯାଜପୁର:- ଜିଲ୍ଲା ର ପାଣିକୋଇଲି ଥାନା ଅନ୍ତର୍ଗତ କୁରୁପଦା ଗ୍ରାମରେ ଘଟିଛି ଏକ ଅଭାବନୀୟ ଘଟଣା l ନବବିବାହିତା ହିରାବତୀ ବେକରେ ରଶି ଲଗାଇ ମୃତ୍ୟୁ ବାରଣ କରିଛନ୍ତି ବୋଲି ଶ୍ୱଶୁର ଘରଲୋକେ କହୁଥିବାବେଳେ ଏହା ଏକ ସଙ୍ଘବଦ୍ଧ ହତ୍ୟା ବୋଲି ଅଭିଯୋଗ ଆଣିଛନ୍ତି ମୃତ ହିରାବତୀଙ୍କ ପରିବାର ଲୋକେ l ଏନେଇ ପାଣିକୋଇଲି ଥାନାରେ ଏକ ଏତଲା ମଧ୍ୟ ଡାଏରୀ କରାଯାଇଛି l ତେବେ ପୁଲିସ୍ ଏତଲା ଆଧାରରେ ମୃତ ମହିଳାଙ୍କ ସ୍ୱାମୀ ଓ ଶଶୂରଙ୍କୁ ଗିରଫ କରିଥିଲା I ଏତଲାରେ ଥିବା ୭ ଜଣଙ୍କ ନାଁ ମଧ୍ୟରୁ ଚାରି ଜଣଙ୍କ ନାଁରେ କେସ ରୁଜୁ କରି ଦୁଇ ଜଣ ସ୍ୱାମୀ ଓ ଶ୍ଵଶୁରଙ୍କୁ ଗିରଫ କରିଛି ଓ ଦୁଇଜଣଙ୍କୁ ଛାଡ଼ିଦେଇ ବାକି ୩ ଜଣଙ୍କ ନାଁ ଏତଲାରୁ କାଟି ଦିଆଯାଇଛି ବୋଲି ଅଭିଯୋଗ ଆଣିଛନ୍ତି ମୃତକ ଙ୍କ ପରିବାର ଲୋକେ l
ଅଭିଯୋଗ ମୁତାବକ, ଯଖପୁର ଥାନା ଅନ୍ତର୍ଗତ ଡାଖରାପଦା ଗ୍ରାମର ସନ୍ତୋଷ କୁମାର ପାଲଙ୍କ ସାନ ଝିଅ ହୀରାବତୀ ଙ୍କର ଗତ ଏପ୍ରିଲ ୧୪ ତାରିଖରେ ପାଣିକୋଇଲି ଥାନା ଅନ୍ତର୍ଗତ କୁରୁପଦା ଗ୍ରାମର ବିଦ୍ୟାଧର ସାମଲଙ୍କ ପୁଅ ପ୍ରଭାତ ସାମଲଙ୍କ ସହ  ବୈଦିକ ରୀତିରେ ବିବାହ ହୋଇଥିଲା । ବିବାହ ପରେ ପ୍ରଭାତଙ୍କ ରୋଜଗାରକୁ ନେଇ ଉଭୟ ସ୍ୱାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ଝଗଡା ହେଉଥିଲା l ଅନେକ ଥର ସାହିପଡିଶାଙ୍କ ଦ୍ୱାରା ମଧ୍ୟ ସମାଧାନ କରାଯାଇଥିଲା । ପରେ ଏହି ଝଗଡା ବାରମ୍ବାର ବଢିଚାଲିଥିଲା ଫଳରେ ହିରାବତୀଙ୍କୁ ମାରିଦେବା ଯୋଜନା କରାଯାଇଛି ବୋଲି ଖୋଦ ହୀରାବତୀ ଚଳିତ ମାସ ୨ ତାରିଖରେ ବାପ ଘରକୁ ଜଣାଇଥିଲେ  l ନଭେମ୍ବର ୪ ତାରିଖ ସଂନ୍ଧ୍ୟା ସମୟରେ ହିରାବତୀ ବେକରେ ରଶି ଲଗାଇ ନିଜ ଶୋଇବା ଘରେ ଆତ୍ମହତ୍ୟା କରିଥିବାର ଶାଶୁଘର ଲୋକେ ଫୋନକରି ହିରାବତୀଙ୍କ ବାପଘର ଲୋକଙ୍କୁ ଜଣାଇଥିଲେ । ଖବର ପାଇ ହିରାବତୀଙ୍କ ଘର ଲୋକେ ଘଟଣା ସ୍ଥଳରେ ପହଞ୍ଚି ବିନା ଚିହ୍ନ ବର୍ଣ୍ଣରେ ଝିଅର ମୃତଦେହ ଖଟ ଉପରେ ପଡ଼ିଥିବା ଦେଖିଥିଲେ l ଏନେଇ ପାଣିକୋଇଲି ଥାନାରେ ମୃତ ହୀରାବତୀଙ୍କ ପରିବାର ତରଫରୁ ଏକ ଏତଲା ଡାଏରୀ କରିଥିଲେ l 
ଏହାର ବିଧିବଦ୍ଧ ଦୃଢ଼ ତଦନ୍ତ ସହ ଝିଅର ଯୌତୁକ  ଜିନିଷ ଫେରାଇବାକୁ ଦାବିକରିଛନ୍ତି ପରିବାର ବର୍ଗ l ନ୍ୟାୟ ନ ମିଳିଲେ ଜିଲ୍ଲା ଏସ.ପି ଙ୍କ କାର୍ଯ୍ୟାଳୟ ଆଗରେ ଆତ୍ମହତ୍ୟା କରିବାକୁ ଚେତାବନୀ ଦେଇଛନ୍ତି ହୀରାଙ୍କ ବାପା ଓ ମା l


Comments

Popular posts from this blog

ଯାଜପୁର ଜିଲ୍ଲାରେ ବିଜେପି ର ନୂଆ ମୋଡ଼ l ନୂଆ ମୁହଁ କୁ ଜନସାଧାରଣଙ୍କ ପସନ୍ଦ !

ରାଜଧାନୀରେ ମହିଳାଙ୍କୁ ବିଭତ୍ସ ହତ୍ୟା l

ବିଗତ ବର୍ଷ ପରେ ଖୋଲିଲା ରତ୍ନ ଭଣ୍ଡାର, ଭିତରେ ଅଦ୍ଭୁତ ଓ ଅଲୌକିକ ଦୃଶ୍ୟ !