ଝାଡ଼େଶ୍ୱର ଜୁନିୟର ମହାବିଦ୍ୟାଳୟ’ର ନୂତନ ଅଧ୍ୟକ୍ଷ ଭାବେ ଅକ୍ଷୟ ପଣ୍ଡାଙ୍କ କାର୍ଯ୍ୟଭାର ଗ୍ରହଣ l

ଯାଜପୁର :- ଜିଲ୍ଲା ର ଦାନଗଦି ବ୍ଲକ ଅର୍ନ୍ତଗତ ଟୋଲକାନୀ ସ୍ଥିତ ‘ଝାଡ଼େଶ୍ୱର ଜୁନିୟର ମହାବିଦ୍ୟାଳୟ’ର ଅଧ୍ୟକ୍ଷ ତଥା ଇତିହାସ ବିଭାଗର ପ୍ରଧ୍ୟାପକ ଡ଼ଃ. ଯୁଗଳ କିଶୋର ହୋତା ପାଇଁ ଅବସରକାଳୀନ ସମ୍ବର୍ଦ୍ଧନା ସଭା କଲେଜର ନୂତନ ଅଧ୍ୟକ୍ଷ ଡ଼ଃ. ଅକ୍ଷୟ କୁମାର ପଣ୍ଡାଙ୍କ ଅଧ୍ୟକ୍ଷତାରେ ଗତ କାଲି ରବିବାର ଅନୁଷ୍ଠିତ ହୋଇଯାଇଛି । ଏଥିରେ ବ୍ୟାସନଗର ସ୍ୱୟଂଶାସିତ ମହାବିଦ୍ୟାଳୟର ଅବସରପ୍ରାପ୍ତ ଅଧ୍ୟକ୍ଷ  ଡ଼ଃ. କୁଶଚନ୍ଦ୍ର ପ୍ରଧାନ ମୁଖ୍ୟଅତିଥି ଭାବେ ଯୋଗ ଦେଇ ପ୍ରଦୀପ ପ୍ରଜ୍ଜ୍ୱଳନ କରି କାର୍ଯ୍ୟକ୍ରମର ଉଦ୍‌ଘାଟନ କରି ଅଧ୍ୟକ୍ଷ ଡ଼ଃ. ହୋତାଙ୍କ ଛାତ୍ରବତ୍ସଳତା, ସରଳତା ଏବଂ କଲେଜ ପରିଚାଳନାରେ ଥିବା ଦକ୍ଷତା ଆଦି ଗୁଣ ଉପରେ ଆଲୋକପାତ କରିବା ସହ ତାଙ୍କ ଅବସର ପରବର୍ତୀ ଜୀବନର ମଂଗଳ କାମନା କରିଥିଲେ । କଲେଜର ପ୍ରତିଷ୍ଠାତା ଦୀନବନ୍ଧୁ ପୃଷ୍ଟି ଏଥିରେ ବିଶିଷ୍ଟ ଅତିଥି ଭାବେ ଯୋଗ ଦେଇ କଲେଜରୁ ବହୁ ଅଧ୍ୟାପକ ଓ ଏବେ ପୁଣି ଅଧ୍ୟକ୍ଷ ଅବସର ଗ୍ରହଣ କରିବା ତାଙ୍କୁ ବ୍ୟଥିତ କରିଛି ବୋଲି କହିବା ସହ ଏମାନେ ସମସ୍ତେ କଲେଜର ବିକାଶକୁ ବହୁ ମାତ୍ରାରେ ଆଗେଇ ଦେଇଥିଲେ ବୋଲି କହିଥିଲେ । ବିଶେଷକରି ଅଧ୍ୟକ୍ଷ ଡ଼ଃ. ହୋତା କଲେଜର ଭଲ ମନ୍ଦ ସବୁଥିରେ ସାମିଲ ହୋଇ ମହାବିଦ୍ୟାଳୟର ବିକାଶରେ ଯେଉଁ ସହାୟକ ଭୂମିକା ନିଭାଇଛନ୍ତି ତାହା ଚୀରକାଳ ପାଇଁ ସ୍ମରଣୀୟ ହୋଇ ରହିବ ବୋଲି କହିଥିଲେ । ରାଜ୍ୟସ୍ତରୀୟ ସାମାଜିକ କର୍ମୀ ତଥା ‘ଉଦୟବଟ’ର ସଂପାଦକ ଦୁଷ୍ମନ୍ତ କୁମାର ରାଉତ ଏଥିରେ ମୁଖ୍ୟବକ୍ତା ଭାବେ ଯୋଗ ଦେଇ ମହାବିଦ୍ୟାଳୟର ଅଧ୍ୟକ୍ଷ, ଅଧ୍ୟାପକ/ଅଧ୍ୟାପିକା, କର୍ମଚାରୀ ଓ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଥିବା ଉତମ ସମନ୍ୱୟର ଭୂୟସୀ ପ୍ରଶଂସା କରିଥିଲେ । ବିଦାୟୀ ଅଧ୍ୟକ୍ଷ ଡ଼ଃ. ହୋତାଙ୍କ ବହୁମୁଖି ପ୍ରତିଭା ଓ ସେବା ମନୋବୃତି ବଳରେ ସମସ୍ତଙ୍କୁ ଆପଣାର କରିପାରିଥିଲେ, ତେଣୁ ତାଙ୍କର ଅବସର ସମସ୍ତଙ୍କ ମନରେ ବିଶାଦ ଆଣି ଦେଇଛି ବୋଲି କହିଥିଲେ । ରାଜନୀତି ବିଜ୍ଞାନ ବିଭାଗର ମୁଖ୍ୟ ତଥା ରାଜ୍ୟର ବିଶିଷ୍ଟ ସାହିତ୍ୟିତ ଡ଼ଃ. ଅକ୍ଷୟ କୁମାର ପଣ୍ଡା ନୂତନ ଭାବେ ଅଧ୍ୟକ୍ଷ ପଦବୀ ଅଳଙ୍କୃତ କରି କହିଥିଲେ ଯେ ସେ ଆଜି ତାଙ୍କ ବନ୍ଧୁଙ୍କ ଅବସର ପାଇଁ ବେଶ ମର୍ମାହତ । କଲେଜର ଉନ୍ନତି ପାଇଁ ସେ ଦୀର୍ଘ ୩୮ ବର୍ଷ କାଳ ସମୟକୁ ଏକାକାର କରି ନିଜ କର୍ତବ୍ୟନିଷ୍ଠାର ଅନନ୍ୟ ଉଦାହରଣ ସୃଷ୍ଟି କରିଛନ୍ତି । ଅନ୍ୟତମ ଅତିଥି ସ୍ଥାନୀୟ ଗୋବର୍ଦ୍ଧନପୁର ମେଡିକାଲ ଅଫିସର ସଂଜୀବ କୁମାର ବେହେରା କହିଥିଲେ ଯେ ଚାକିରୀରେ ଯୋଗ ଦେବା ଓ ଅବସର ନେବା ଏକ ଚିରାଚରିତ ପ୍ରକିୟା; ହେଲେ ଅଧ୍ୟକ୍ଷ ଡ଼ଃ. ହୋତା ସାରଙ୍କ କାର୍ଯ୍ୟ ଆଜି ସମସ୍ତଙ୍କ ହୃଦୟରେ ରହିଯାଇଛିି । କଲେଜର ଛାତ୍ରୀମାନେ ଅଧ୍ୟାପକ ରଂଜନ ଖଣ୍ଡା ଓ ପ୍ରସନ୍ନ ସେନାପତିଙ୍କ ପରିଚାଳନାରେ ଆବାହନ ସଂଗୀତ ଗାନ କରିଥିବା ବେଳେ ଅଧ୍ୟାପକ ଗୋବର୍ଦ୍ଧନ ସାହୁ ସ୍ୱାଗତ ସମ୍ଭାଷଣ ପ୍ରଦାନ କରିଥିଲେ । କଲେଜର ନୂତନ ଅଧ୍ୟକ୍ଷ ଡ଼ଃ. ପଣ୍ଡାକୁ ଉତ୍ସସ୍ୱିତ ସମ୍ବର୍ଦ୍ଧନାପୂର୍ବକ ସ୍ୱାଗତ ପ୍ରଦାନ କରିବା ସହ ବିଦାୟୀ ଅଧ୍ୟକ୍ଷ ଡ଼ଃ. ହୋତାଙ୍କୁ ମାନପତ୍ର, ଉପଢ଼ୈାକନ ଓ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା ।କଲେଜର ଅଧ୍ୟାପିକା ମୀରାମ୍ବିକା ସାହୁ, ପାରିଜାତ ମହାନ୍ତି, ଇତିଶ୍ରୀ ମଲ୍ଲିକ, ସିଲନପ୍ରଭା ନାୟକ, କୃଷ୍ଣଚନ୍ଦ୍ର ସାହୁ, ପ୍ରାକ୍ତନ ଅଧ୍ୟାପକ ଦିଲୀପ କୁମାର ଜେନା, କାଶୀନାଥ ସ୍ୱାଇଁ, କଲେଜ ପରିଚାଳନା କମିଟିର ପୂର୍ବତନ ଏବଂ ବର୍ତମାନର ବହୁ କର୍ମକର୍ତା ଯଥା: ନାରାୟଣ ଚନ୍ଦ୍ର ନାୟକ, ଗୋକୂଳ ବିହାରୀ ପୃଷ୍ଟି, ଶୁକଦେବ ସାହୁ, କୁଳମଣି ଦତ, ମୋହନ ସାହୁ, ପୁରାତନ ଛାତ୍ର କୃପାସିନ୍ଧୁ ମିଶ୍ର, ଅଣଶିକ୍ଷକ କର୍ମଚାରୀ ସତ୍ୟଭାମା ସାହୁ, ଅବନି ମହାରଣା, ସୁଶାନ୍ତ ପଣ୍ଡା, ସୁକାନ୍ତ କୁମାର ସାହୁ, ନାରାୟଣ ଚନ୍ଦ୍ର ସାହୁ, ସନ୍ତୋଷ କୁମାର ସାହୁ, ସତ୍ୟଭାମା ମୁଖି, ସାମ୍ବାଦିକ ଉମାକାନ୍ତ ମହାପାତ୍ର, ସମାଜସେବୀ ଅରୁଣ କୁମାର ଦାସ ପ୍ରମୁଖ ଅଧ୍ୟକ୍ଷ ଡ଼ଃ. ହୋତାଙ୍କ ଗୁଣାବଳୀର ଅବତାରଣା କରି ତାହା କିପରି କଲେଜ ଓ ଛାତ୍ରଛାତ୍ରୀଙ୍କ ଉନ୍ନତିରେ ସହାୟକ ହେଉଥିଲା ସେ ବିଷୟରେ କହିଥିଲେ । ଛାତ୍ରଛାତ୍ରୀମାନେ ମଧ୍ୟ ବିଦାୟୀ ଅଧ୍ୟକ୍ଷ ଡ଼ଃ. ହୋତାଙ୍କ ବହୁମୁଖି ପ୍ରତିଭାର ଗୁଣଗାନ କରିଥିଲେ । ବିଦାୟୀ ଅଧ୍ୟକ୍ଷ ଡ଼ଃ. ହୋତା ତାଙ୍କ ଭାଷଣରେ କହିଥିଲେ ଯେ ସେ କଲେଜ ପାଇଁ ସବୁକିଛି ଯଥା: ଅନୁଭୂତି, ସମ୍ମାନ, ଅର୍ଥ, ସାମାଜିକ ପ୍ରତିଷ୍ଠା ଆଦି ପାଇ ଧନ୍ୟ ହୋଇଛନ୍ତି । ତେଣୁ ସେ କଲେଜକୁ ବଂଚିଥିବା ଯାଏ ଭୂଲି ପାରିବେ ନାହିଁ । ବାହାରେ ଥାଇ ମଧ୍ୟ କଲେଜର ମଂଗଳ ପାଇଁ କାର୍ଯ୍ୟ କରିବି ବୋଲି କହିଥିଲେ । କଲେଜର ଛାତ୍ରଛାତ୍ରୀ, ଅଧ୍ୟାପକ ଓ ଅଧ୍ୟାପିକାଙ୍କ ତରଫରୁ ଅଧ୍ୟକ୍ଷ ଡ଼ଃ. ହୋତାଙ୍କ ପାଇଁ ବିଦାୟ ସଂଗୀତ ଗାନ କରାଯିବା ସହ ବିଭିନ୍ନ ଉପହାର ପ୍ରଦାନ କରାଯାଇଥିଲା । କାର୍ଯ୍ୟକ୍ରମର ପ୍ରାରମ୍ଭରେ କଲେଜ ସମ୍ମୁଖ ଗଣେଶ ମନ୍ଦିରରେ ପୂଜାର୍ଚ୍ଚନା କରାଯାଇଥିଲା । ଶେଷରେ ଅଧ୍ୟାପିକା ଇତିଶ୍ରୀ ମଲ୍ଲିକ ଧନ୍ୟବାଦ ଅର୍ପଣ କରିଥିଲେ ।

Comments

Popular posts from this blog

ଯାଜପୁର ଜିଲ୍ଲାରେ ବିଜେପି ର ନୂଆ ମୋଡ଼ l ନୂଆ ମୁହଁ କୁ ଜନସାଧାରଣଙ୍କ ପସନ୍ଦ !

ରାଜଧାନୀରେ ମହିଳାଙ୍କୁ ବିଭତ୍ସ ହତ୍ୟା l

ବିଗତ ବର୍ଷ ପରେ ଖୋଲିଲା ରତ୍ନ ଭଣ୍ଡାର, ଭିତରେ ଅଦ୍ଭୁତ ଓ ଅଲୌକିକ ଦୃଶ୍ୟ !