ଏସ.ପି ନନ୍ଦ ପାଠାଗାର’ର ୨୪ତମ ବାର୍ଷିକୋତ୍ସବ, ଗୁରୁ ଦିବସ ପାଳନ ଓ ସମ୍ବର୍ଦ୍ଧନା ଉତ୍ସବ ପାଳିତ ହୋଇଯାଇଛି l

ଯାଜପୁର (କୁଆଖିଆ ): - ଯାଜପୁର ଜିଲ୍ଲାର ବ୍ୟବସାୟିକ ପ୍ରାଣକେନ୍ଦ୍ର କୁଆଖିଆ ବଜାରର ‘କୀର୍ତି ପ୍ୟାଲେସ’ ଠାରେ ଗତ କାଲି ସନ୍ଧ୍ୟାରେ ବ୍ୟାସନଗର ପୈାର ପରିଷଦ ସ୍ଥିତ ‘ଉଦୟବଟ’ ପରିଚାଳିତ ଏସ. ପି ନନ୍ଦ ପାଠାଗାରର ୨୪ତମ ବାର୍ଷିକୋତ୍ସବ, ଗୁରୁ ଦିବସ ପାଳନ ଓ ସମ୍ବର୍ଦ୍ଧନା ପର୍ବ ‘ଉଦୟବଟ’ର ସଂପାଦକ ଦୁଷ୍ମନ୍ତ କୁମାର ରାଉତଙ୍କ ଅଧ୍ୟକ୍ଷତାରେ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଓଡ଼ିଶା ମୋ’ କଲେଜର ଅଧ୍ୟକ୍ଷ, ପୂର୍ବତନ ବିଧାୟକ ତଥା ବିଶିଷ୍ଟ ସିନେ ତାରକା ଆକାଶଦାସ ନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କାର୍ଯ୍ୟକ୍ରମ ଓ ଆଲୋଚନାଚକ୍ରକୁ ପ୍ରଦୀପ ପ୍ରଜ୍ଜ୍ୱଳନ କରି ଉଦ୍‌ଘାଟନ କରିଥିଲେ । ଅତିଥିମାନେ ଜଗତରନାଥ ପ୍ରଭୂ ଜଗନ୍ନାଥ ଓ ପୂର୍ବତନ ରାଷ୍ଟ୍ରପତି ଡ଼ଃ. ସର୍ବପଲ୍ଲୀ ରାଧାକ୍ରିଷ୍ଣନ୍‌ଙ୍କ ଫଟୋରେ ପ୍ରଥମେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ପରେ ପରେ ଦିବଗଂତ ପୂର୍ବତନ ବାଚସ୍ପତି ତଥା ଓଡ଼ିଶାର ବରିଷ୍ଠ ଜନନେତା ସୂର୍ଯ୍ୟନାରାୟଣ ପାତ୍ରଙ୍କ ପାଇଁ ୦୨ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା । ମୁଖ୍ୟ ଅତିଥି ଶ୍ରୀ ଦାସନାୟକ ତାଙ୍କ ଅବିଭାଷଣରେ କହିଥିଲେ ଯେ, ସୁସ୍ଥ ସମାଜ ଗଠନ ପାଇଁ ଏବଂ କଳୁଷିତ ସମାଜକୁ ସ୍ୱଚ୍ଛ କରିବା ପାଇଁ ସୁସାହିତ୍ୟର ଆବଶ୍ୟକତା ଅପରିହାର୍ଯ୍ୟ । ପାଠକୀୟ ଆଦୃତି ବଢ଼ାଇବା ପାଇଁ ପାଠାଗାର, ସମ୍ବାଦପତ୍ର ଓ ପତ୍ରପତ୍ରିକାମାନେ ନିରନ୍ତର ଉଦ୍ୟମ ଜାରୀ ରଖିଥିବାରୁ ସେମାନେ ଧନ୍ୟବାଦର ପାତ୍ର । ଏହାଛଡ଼ା ଗୁରୁମାନଙ୍କୁ ଓ ପିତାମାତାଙ୍କୁ ଜୀବନରେ କେବେହେଲେ କେହି ଅଣଦେଖା ନ କରିବାକୁ କିମ୍ବା ଭୂଲିଯିବାକୁ ସେ ଅନୁରୋଧ କରିଥିଲେ । ମୁଖ୍ୟ ବକ୍ତା ଭାବେ ଫକିରମୋହନ ବିଶ୍ୱବିଦ୍ୟାଳୟର ପୂର୍ବତନ ଉପ-କୁଳପତି ପ୍ରଫେସର ଡ଼ଃ. କୁମରବର ଦାସ ଯୋଗ ଦେଇ ତାଙ୍କର ମୂଲ୍ୟବୋଧଭିତିକ ଭାଷଣରେ ସାମ୍ପ୍ରତିକ ଶିକ୍ଷା ବ୍ୟବସ୍ଥା, ଅବକ୍ଷୟମୁଖି ସମାଜ, ଶିକ୍ଷକମାନଙ୍କର ଗୁରୁଦାୟିତ୍ୱ ସଂର୍ପକରେ ଆଲୋକପାତ କରିଥିଲେ । ସମସ୍ତେ ନିଜ ପରିବାରକୁ ଓ ଦେଶକୁ ଭଲ ପାଇଲେ ସଂସାର ଆପେ ଆପେ ବଦଳିଯିବ ବୋଲି କହିଥିଲେ । କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ଓଡ଼ିଶା ରାଜ୍ୟ ବାର କାଉନସିଲର ସଭ୍ୟ ସୀତାଂଶୁ ମୋହନ ଦ୍ୱିବେଦୀ ଯୋଗ ଦେଇ କହିଥିଲେ ଯେ, ଗୁରୁମାନଙ୍କୁ ସମ୍ମାନ ଜଣାଇ ଦୀର୍ଘ ୨୪ ବର୍ଷ ଧରି ଏହିଭଳି କାର୍ଯ୍ୟକ୍ରମ ଅତ୍ୟନ୍ତ ସୁନ୍ଦର ଭାବେ କରିଆସୁଥିବାରୁ ‘ଉଦୟବଟ’ ପରିବାର ଧନ୍ୟବାଦର ପାତ୍ର । ଶିଷ୍ୟମାନେ ବଡ ହୋଇ ପ୍ରତିଷ୍ଠିତ ପଦପଦବୀରେ ରହି କିପରି ଗୁରୁମାନଙ୍କୁ ଭୂଲି ଯାଆନ୍ତି ଓ ଏପରିକି ଅସମ୍ମାନ କରିବାକୁ ପଛାନ୍ତି ନାହିଁ ବିଭିନ୍ନ ଉଦାହରଣ ଦେଇ କ୍ଷୋଭର ସହ ସେ ବୁଝାଇଥିଲେ । ଅନ୍ୟତମ ସମ୍ମାନିତ ଅତିଥି ଭାବେ ସ୍ଥାନୀୟ ୩୩ନଂ. ଜୋନ୍ ର ଜିଲ୍ଳାପରିଷଦ ସଭ୍ୟ ତଥା ବରିଷ୍ଠ ସମାଜସେବୀ ଶିଶିର କୁମାର ମହାନ୍ତି ଓ ବ୍ୟାସନଗର ବରିଷ୍ଠ ନାଗରିକ ମଂଚର ସଂପାଦକ ତଥା ବିଶିଷ୍ଟ ଶ୍ରମିକ ନେତା ଚନ୍ଦ୍ରମଣି ସାମଲ ଯୋଗ ଦେଇ ଶିକ୍ଷା ଓ ସୂଚନାର ପ୍ରସାର ଦିଗରେ ଓଡ଼ିଶାର ଖ୍ୟାତନାମା ସାମ୍ବାଦିକ ଶାରଦା ପ୍ରସନ୍ନ ନନ୍ଦଙ୍କ ନାମରେ ନାମିତ ଯାଜପୁରରୋଡ଼ର ‘ଏସ. ପି ନନ୍ଦ ପାଠାଗାର’ ଦୀର୍ଘ ୨୪ ବର୍ଷ ଧରି ତା’ର ପ୍ରୟାସ ଜାରୀ ରଖିବା ସହ ବିଭିନ୍ନ ସାମାଜିକ ସେବାମୂଳକ କାର୍ଯ୍ୟ ଜାରୀ ରଖିବା ପ୍ରଂଶସନୀୟ ବୋଲି କହିଥିଲେ । ବରିଷ୍ଠ ସମାଜସେବୀ ପଣ୍ଡିତ୍ ପ୍ରହଲ୍ଲାଦ ପଣ୍ଡା ବିଭିନ୍ନ ଶ୍ଳୋକ ଓ ଉଦାହରଣ ଜରିଆରେ ସମାଜରେ ଗୁରୁମାନଙ୍କର ଆବଶ୍ୟକତା ଉପରେ ବିସୃତ ଆଲୋଚନା କରିଥିଲେ । ଏଠାରେ ଗୁରୁ ଦିବସ ଦିବସ ପାଳନ କରାଯିବା ସହ ଶିକ୍ଷକ, ସମାଜସେବୀ ଓ ସାମ୍ବାଦିକମାନଙ୍କୁ ଏହି ଉପଲକ୍ଷେ ସମ୍ବର୍ଦ୍ଧିତ କରିଥିଲେ । ଶିକ୍ଷା ଗୁରୁ ତଥା ବରିଷ୍ଠ ଶିକ୍ଷାବିତ୍ ରାଜ୍ୟପାଳ ପୁରସ୍କାରପ୍ରାପ୍ତ କୈଳାସ ଚନ୍ଦ୍ର ନାୟକ, ବ୍ୟାସନଗର ଉଚ୍ଚ ବିଦ୍ୟାଳୟର ଅବସରପ୍ରାପ୍ତ ପ୍ରଧାନ ଶିକ୍ଷୟତ୍ରୀ ତଥା ସମାଜ ସଂସ୍କାରକ ଇନ୍ଦିରା ଦାସ, ଶିକ୍ଷୟତ୍ରୀ ବସନ୍ତ ମଂଜରୀ ପଣ୍ଡା, ବରିଷ୍ଠ ସାମ୍ବାଦିକ କୈଳାସ ଚନ୍ଦ୍ର ରାଉତ, ବରିଷ୍ଠ ସାମ୍ବାଦିକ ଓ ଜାତୀୟ ସ୍ତରର କ୍ରୀଡ଼ାବିତ୍ ନିଗମାନନ୍ଦ ମହାନ୍ତି, ସଂଗୀତଗୁରୁ ପିତବାସ କର, ନାରୀନେତ୍ରୀ ତଥା ବାହାଦଲାପୁର ପଂଚାୟତର ସମିତି ସଭ୍ୟା ମାମି ମହାନ୍ତି, ସାହିତ୍ୟିକା ଓ କବୟତ୍ରୀ ପୁଷ୍ପାଞ୍ଜଳି ମିଶ୍ର, ବରିଷ୍ଠ ସମାଜସେବୀ ପଣ୍ଡିତ ପ୍ରହଲ୍ଲାଦ ପଣ୍ଡା ଓ ସଫଳ ବ୍ୟବସାୟୀ ଓ ବରିଷ୍ଠ ନାଗରିକ ପଂଚାନନ ପାତ୍ର ପ୍ରମୁଖଙ୍କୁ ମାନପତ୍ର, ଉପଢ଼ୈାକନ ଓ ପୁଷ୍ପଗୁଚ୍ଛ ଦେଇ ଅତିଥିମାନେ ସମ୍ବର୍ଦ୍ଧିତ କରିଥିଲେ । ଏହି ସମ୍ବର୍ଦ୍ଧନା ପର୍ବକୁ ବରିଷ୍ଠ ସାମ୍ବାଦିକ ତଥା ‘ଉଦୟବଟ’ର ବାର୍ତା ସଂପାଦକ ଉମାକାନ୍ତ ମହାପାତ୍ର, ଯୁବ ସମାଜସେବୀ ଅକ୍ଷୟ କୁମାର ସାହୁ ଓ ବସନ୍ତ କୁମାର ପାତ୍ର ପ୍ରମୁଖ ସଂଯୋଜନା କରିଥିଲେ । ଯୁବ ସମାଜସେବୀ ଆଲୋକ କୁମାର ଦାଶ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ କୁଆଖିଆ ଅଂଚଳର ବରିଷ୍ଠ ସାମ୍ବାଦିକ କାଳନ୍ଦୀ ଚରଣ କଣ୍ଠ ସ୍ୱାଗତ ଭାଷଣ ଦେଇଥିଲେ । ପଣ୍ଡିତ୍ ସନ୍ତୋଷ କୁମାର ପଣ୍ଡା ଓ ସାଥି ବେଦପାଠ ଓ ଆବାହନ ସଙ୍ଗୀତ ଗାନ କରିଥିଲେ । ଏଥିରେ ଅନ୍ୟମାନଙ୍କ ମଧ୍ୟରେ ଯୁବ ସମାଜସେବୀ ଓ ଶିକ୍ଷାବିତ୍ ଚନ୍ଦ୍ରଶେଖର ନାୟକ, କୋରାଇ ବିଧାୟକ ପ୍ରାର୍ଥୀ ରାମଚନ୍ଦ୍ର ବାରିକ, ସମାଜସେବୀ ସନାତନ ପାତ୍ର, ରଂଜନ କୁମାର ସାହୁ, ସୁନାକର ସାହୁ, ସୁଜିତ କୁମାର ଜେନା, ବିଶମ୍ବର ନାୟକ, ସୁଧାକର ପଲେଇ, କୈଳାସ ପଣ୍ଡା, ପ୍ରଦୀପ କୁମାର ଦଳେଇ, କରଣୀ ଦାସ, ସୁବ୍ରତ ନାୟକ, ଜୟଦେବ ବାଭି, ଜ୍ୟୋତିପ୍ରକାଶ ପଣ୍ଡା, ଅକ୍ଷୟ କୁମାର ମିଶ୍ର, ସଂଜୟ କୁମାର ସାହୁ, ସରୋଜ ଦାସ, ସନ୍ତୋଷ ବାଇ, ଚକ୍ରଧର ମଲ୍ଲିକ, ଅସିତ୍ ଦାସ, ସୁମନ ରାୟ, ସନ୍ତୋଷ କୁମାର ଖୁଂଟିଆ, ନାରୀ ନେତ୍ରୀ ବିଦ୍ୟୁତ୍‌ପ୍ରଭା ରାୟ, ଲିପ୍ସା ବାଇ, ହରଦୟାଲ ସିଂ, ଦାନଗଦି ବ୍ଲକ ମାନଗୋବିନ୍ଦପୁରର ପୂର୍ବତନ ସରପଂଚ ଶଙ୍କର୍ଷଣ ଜେନା, ବୃକ୍ଷପ୍ରେମୀ ପ୍ରକୃତି ମିତ୍ର ପୁରସ୍କାରପ୍ରାପ୍ତ ଅକ୍ଷୟ କୁମାର ଜେନା ପ୍ରମୁଖ ଯୋଗ ଦେଇଥିଲେ । ଶେଷରେ କାର୍ଯ୍ୟକ୍ରମର ଆବାହକ ସାମ୍ବାଦିକ ପଦ୍ମଲୋଚନ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ । ଏଥିସହ ଯାଜପୁରୋଡ଼ର ‘ଉଦୟବଟ’ କାଯ୍ୟାଳୟରେ ସକାଳେ ଗୁରୁଦିବସ ପାଳନ କରାଯାଇଥିଲା । ଏଠାକାର ସେଂଟ ଜାଭିର‌୍ୟସ ହାଇସ୍କୁଲର ବରିଷ୍ଠ ହିନ୍ଦୀ ଶିକ୍ଷକ ବିଦ୍ୟାସାଗର ନାଥ ତିୱାରୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏଥିରେ ‘ଉଦୟବଟ’ର ସଂପାଦକ ଦୁଷ୍ମନ୍ତ କୁମାର ରାଉତ, ସହଯୋଗୀ ସଂପାଦକ ତଥା ସୁସାହିତ୍ୟିକ ଡ଼ଃ. ଅକ୍ଷୟ କୁମାର ପଣ୍ଡା, ପ୍ରଫୁଲ୍ଲ ବାରିକ, ଭାରତ ଭୂଷଣ ରାଉତ, କଳିଙ୍ଗ କେଶରୀ ରାଉତ, ସନ୍ତୋଷ ବାଇ, ଲିପ୍ସା ବାଇ, ସୁମନ ରାୟ ପ୍ରମୁଖ ଯୋଗ ଦେଇଥିଲେ । ସକାଳେ ଅକ୍ଷୟ କୁମାର ଜେନାଙ୍କ ଆବାହକତ୍ୱରେ କୋରେଇର ରଗଡ଼ି ଅଂଚଳରେ ବୃକ୍ଷରୋପଣ କରାଯାଇଥିଲା । ଏ ସମସ୍ତ କାର୍ଯ୍ୟକ୍ରମ ସଫଳତାର ସହ ସଂପାଦିତ ହୋଇଥିବାରୁ ‘ଉଦୟବଟ’ ପରିବାର ସମସ୍ତ କର୍ମକର୍ତା, ପଦ୍ମଲୋଚନ ନାୟକଙ୍କ ସହ ସାମିଲ ହୋଇଥିବା କୁଆଖିଆର ସମସ୍ତ ଯୁବ ବଂନ୍ଧୁ ସର୍ବୋପରି ଉପସ୍ଥିତ ସମସ୍ତ ସାମ୍ବାଦିକ ବନ୍ଧୁ, ମହିଳା, ଶିକ୍ଷାବିତ୍‌, ସାମାଜିକ କର୍ମୀ, ‘ଉଦୟବଟ’ର ଶୁଭେଚ୍ଛୁ ଆଦିମାନଙ୍କୁ ସଂପାଦକ ଦୁଷ୍ମନ୍ତ କୁମାର ରାଉତ ଅଶେଷ ଅଶେଷ ଧନ୍ୟବାଦ ଜଣାଇଛନ୍ତି । ତୁହାକୁ ତୁହା ବର୍ଷା ସତ୍ୱେ କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ବରେଣ୍ୟ ଅତିଥିଗଣ, ସାହିତ୍ୟପ୍ରେମୀ ଦର୍ଶକ ଓ ଗୁରୁଜନମାନଙ୍କୁ ସେ ସାଧୁବାଦ ଜଣାଇଛନ୍ତି ।
 

Comments

Popular posts from this blog

ଯାଜପୁର ଜିଲ୍ଲାରେ ବିଜେପି ର ନୂଆ ମୋଡ଼ l ନୂଆ ମୁହଁ କୁ ଜନସାଧାରଣଙ୍କ ପସନ୍ଦ !

ରାଜଧାନୀରେ ମହିଳାଙ୍କୁ ବିଭତ୍ସ ହତ୍ୟା l

ବିଗତ ବର୍ଷ ପରେ ଖୋଲିଲା ରତ୍ନ ଭଣ୍ଡାର, ଭିତରେ ଅଦ୍ଭୁତ ଓ ଅଲୌକିକ ଦୃଶ୍ୟ !