କବି ଦୁର୍ଯ୍ୟୋଧନ ନାୟକଙ୍କ ସ୍ମୃତିଚାରଣ ସଭା


ଯାଜପୁର (ସୁକିନ୍ଦା): - ସୁକିନ୍ଦା ସାହିତ୍ୟ ସମାଜର ପ୍ରତିଷ୍ଠାତା ସଭାପତି କବି ଦୁର୍ଯ୍ୟୋଧନ ନାୟକଙ୍କ ଏକାଦଶାହ ଅବସରରେ ସୁକିନ୍ଦା ସାହିତ୍ୟ ସମାଜ ଆନୁକୂଲ୍ୟରେ ଗୁରୁବାର ଅପରାହ୍ନରେ ତାଙ୍କ ହରିପୁରସ୍ଥ ବାସଭବନରେ କୋଭିଡ ନିୟମ ପାଳନ କରାଯାଇ ଏକ ସ୍ମୃତିଚାରଣ ସଭା ଆୟୋଜିତ ହୋଇଥିଲା l ସୁକିନ୍ଦା ଅବସରପ୍ରାପ୍ତ ଶିକ୍ଷକ କର୍ମଚାରୀ ସଂଘ ସଭାପତି ବାଉରୀବନ୍ଧୁ ରାଉତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସଭାରେ କବି ପ୍ରଫୁଲ୍ଲ କୁମାର ଦାଶ କବୟିତ୍ରୀ ସଂଯୁକ୍ତା ମହାପାତ୍ର, ସାହିତ୍ୟିକ ଶରତ ରାୟ ଅବସରପ୍ରାପ୍ତ ଅଧ୍ୟକ୍ଷ ଅକ୍ଷୟ କୁମାର ଭୂୟାଁ ବରିଷ୍ଠ ସାମ୍ବାଦିକ ଜୟ ନାରାୟଣ ମହାପାତ୍ର ଆଇନଜୀବି ସନାତନ ଗୁରୁ, ସାମ୍ବାଦିକ ପୁର୍ଣ ଚନ୍ଦ୍ର ସାହୁ ଅତିଥିଭାବେ ଯୋଗଦେଇ ସାରସ୍ୱତ ସାଧନlରେ ସ୍ୱର୍ଗତ ନାୟକଙ୍କ ଅବଦାନ ଓ ସୁକିନ୍ଦା ସାହିତ୍ୟ ସମାଜ ଗଠନରେ ତାଙ୍କର ଭୂମିକା ସମ୍ପର୍କରେ ଆଲୋକପାତ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ l 
ଅନ୍ୟମାନଙ୍କ ମଧ୍ୟରେ କବି ଗୋକୁଳ ବିହାରୀ ପୃଷ୍ଟି ରବୀନ୍ଦ୍ର ହୋତା ଅଜୟ କୁମାର ଖୁଣ୍ଟିଆ ଭୁବନ ମୋହନ ମହାନ୍ତି ଡ. ଦୟାନିଧି ଦାଶ ସୁଦାମ ଚରଣ ନାୟକ ଅଲେଖ ପ୍ରସାଦ ପାଗଡ଼ କବୟିତ୍ରୀ ଲବଙ୍ଗଲତା ପରିଡ଼ା ସାମ୍ବାଦିଜ ରାଙ୍ଗବଲ୍ଲଭ ସାହୁ ଓ ଦୟାନିଧି ନାୟକ ଶିକ୍ଷାବିତ କୁଳମଣି ଦତ୍ତ ଆର୍ତ୍ତବନ୍ଧୁ ପ୍ରଧାନ ଶଶଧର ମୁଦୁଲି ନାରାୟଣ ଶତପଥି ମନରଞ୍ଜନ ଦାସ ଅଧ୍ୟାପକ ରଞ୍ଜନ ନାୟକ ଡା. ଶାନ୍ତନୁ କୁମାର ମିଶ୍ର କେଶବ ଚରଣ ରାୟ ପ୍ରମୁଖ ନିଜ ବକ୍ତବ୍ୟରେ ସୁକିନ୍ଦାରେ ସାହିତ୍ୟିକ ବାତାବରଣ ସୃଷ୍ଟି କରିବା ସହ ସାହିତ୍ୟ କ୍ଷେତ୍ରରେ ସୁକିନ୍ଦାର ଏକ ପରିଚୟ ସୃଷ୍ଟି କରିବାରେ ତାଙ୍କର ଅବାରିତ ଉଦ୍ୟମ ସମ୍ପର୍କରେ ଅବତାରଣା କରିଥିଲେ l
 ସାହିତ୍ୟ ସମାଜର ସମ୍ପାଦକ ଅଧ୍ୟାପକ ହିମାଂଶୁ ଶେଖର ଦ୍ବିବେଦୀ ସଭା ପରିଚାଳନା କରିଥିଲେ l ସାହିତ୍ୟ ସମାଜ ପକ୍ଷରୁ ପ୍ରତ୍ୟେକ ବର୍ଷ ସ୍ବର୍ଗତଃ ନାୟକଙ୍କ ତିରୋଧାନ ଦିବସ ଅଁଳା ନବମୀତିଥିରେ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହେବବୋଲି ଘୋଷଣା କରାଯାଇଥିଲା l ତାଙ୍କ ସ୍ମୃତିରେ ପ୍ରକାଶିତ ସ୍ମରଣିକା "ମହାମାନୀଙ୍କ ମହାଯାତ୍ରା"କୂ ଅତିଥିମାନେ ଉନ୍ମୋଚନ କରିଥିଲେ l ଶେଷ ପର୍ଯ୍ୟାୟରେ ବହୁ କବି ତାଙ୍କ ସ୍ମୁତିରେ ସ୍ୱରଚିତ କବିତା ଆବୃତ୍ତି କରିଥିଲେ l ଜ୍ୟେଷ୍ଠ ପୁତ୍ର ସାମ୍ବାଦିକ ମାନସ ନାୟକ ଅତିଥିମାନଙ୍କୁ ସ୍ୱାଗତ କରିଥିଲେ l (ସୁକିନ୍ଦାରୁ ଜୟ ନାରାୟଣ ମହାପାତ୍ରଙ୍କ ରିପୋର୍ଟ ) l

Comments

Popular posts from this blog

ଯାଜପୁର ଜିଲ୍ଲାରେ ବିଜେପି ର ନୂଆ ମୋଡ଼ l ନୂଆ ମୁହଁ କୁ ଜନସାଧାରଣଙ୍କ ପସନ୍ଦ !

ରାଜଧାନୀରେ ମହିଳାଙ୍କୁ ବିଭତ୍ସ ହତ୍ୟା l

ବିଗତ ବର୍ଷ ପରେ ଖୋଲିଲା ରତ୍ନ ଭଣ୍ଡାର, ଭିତରେ ଅଦ୍ଭୁତ ଓ ଅଲୌକିକ ଦୃଶ୍ୟ !