ରୋଗ ଯନ୍ତ୍ରଣାରେ ଛଟପଟ ବିଧବା ମହିଳା ସଞୁଲତା, ସରକାରୀ ସହାୟତା ପାଇଁ ଅପେକ୍ଷା l

ଯାଜପୁର (କଳିଙ୍ଗନଗର ) :- ଯାଜପୁର ଜିଲ୍ଲା ଦାନଗଦି ବ୍ଲକ ଦେଉଳକଣ ପଞ୍ଚାୟତ ନୂଆସାହି ବାସିନ୍ଦା ସଞୁଲତା ମହାନ୍ତ । ବଞ୍ଚିବା ପାଇଁ ସଂଘର୍ଷ କରୁଥିବା ସଞୁଲତା ଏବେ ସରକାରୀ ସହାୟତାକୁ ଚାହିଁ ବସିଛନ୍ତି । ଗରିବ ବିଧବା ମହିଳା ସ୍ୱାମୀ ମଲାପରେ ଦିନ ମଜୁରିଆ ଭାବେ କାମ କରି ପରିବାର ଲୋକଙ୍କ ମୁହଁରେ ଦାନା ମୁଠେ ଦେଉଥିଲେ । ହଠାତ ଅଜଣା ଗୋଗ ସଞୁଲତା ଙ୍କୁ ଗ୍ରାସ କରିଥିଲା l ଗରିବୀ, ଅର୍ଥ ଅଭାବରୁ ଚିକିତ୍ସା ହୋଇ ପାରୁନାହାନ୍ତି । ଫଳରେ ଦିର୍ଘ ୮ବର୍ଷରୁ ଉର୍ଦ୍ଧ ସମୟ ହେବ ଖୋଲା ମେଲା ସାଢୀ ଟଙ୍ଗା ଘରେ ଦୀର୍ଘ ଦିନ ହେଲା ପଡ଼ି ରହିଛନ୍ତି। ସେ କୌଣସି କାମ ଧନ୍ଦା କରିପାରୁନାହାନ୍ତି ଖଟିଆରେ ପଡିରହିଛନ୍ତି ଦିନେ ଖାଇଲେ ଦୁଇ ଦିନ ଉପବାସ । ଏଭଳି ଦୁଖଦ ସମୟରେ ପୁଅ ବହୁତ କଷ୍ଟରେ ବାହାରେ ମୂଲ ମଜୁରୀ କରି ପରିବାର ଚଳାଉଛନ୍ତି । ପରିବାର କହିଲେ ସଞୁଲତା ଆଉ ଦୁଇଟି ପୁଅ ଗୋଟିଏ ଝିଅ ସ୍ୱାମୀ ପରିତ୍ୟକତା । ରୋଗରେ ପ୍ରକୋପ କାରଣରୁ ପ୍ରଥମେ ତାଙ୍କର ଗୋଡ ଓ ହାତ ସବୁ ବ୍ୟଥା ହୋଇ ଧିରେ ଧିରେ ଯନ୍ତ୍ରଣା ବଢ଼ିବାକୁ ଲାଗିଲା। ଏବେ ହାତ ଓ ଗୋଡ଼ ମୁଣ୍ଡ ପିଠି ଏକ । ଦେହ ଅସୁସ୍ଥ ହୋଇ ପଡ଼ିବାରୁ ସେ ଆଉ କୌଣସି କାମ କରି ପାରୁନାହାନ୍ତି କି ଠିକ୍ ରେ ଖାଇ ପିଇ ମଧ୍ୟ ପାରୁ ନାହାଁନ୍ତି l ସେହି ବିଞ୍ଚଣାରେ ପଡ଼ି ରହିଥିବା ବେଳେ ପରିବାର ଲୋକ ଖୁଆଇ ଦିଅନ୍ତି । ମୁଣ୍ଡ ଗୁଞ୍ଜିବାକୁ ଘର ଖଣ୍ଡେ ନାହିଁ l ଟଙ୍କା ଅଭାବରୁ ଚିକିତ୍ସା ହୋଇ ପାରୁନାହାନ୍ତି l ସରକାରୀ ସୁବିଧା ତାଙ୍କପାଇଁ ସାତସପନ l ରାଜନେତା, ସମାଜସେବୀ ଏବଂ ବଡ଼ କୁହା ବାବୁମାନଙ୍କ ପାଇଁ ସେ ଏବେ ଅଲୋଡ଼ା I ଭୋଟ୍ ଗ୍ରହଣ ସମୟରେ ଯେନତେନ ପ୍ରକାରେ ପ୍ରତିଶ୍ରୁତି ଦେଇ ଭୋଟ୍ ହାତେଇ ନିଅନ୍ତି l ସହଯୋଗ ଓ ସହାନୁଭୂତି ପାଇଁ ସେମାନଙ୍କ ପାଖରେ ସମୟ ନ ଥାଏ l ରାଜ୍ଯ ସରକାର ବିଭିନ୍ନ ପ୍ରକାର ଯୋଜନା ପ୍ରସ୍ତୁତ କରିଛନ୍ତି ଗରିବ ଓ ଅସହାୟ ଲୋକଙ୍କୁ ସହାୟ ହେବା ପାଇଁ କିନ୍ତୁ ଏଠି ସରକାରୀ ଯୋଜନା ଫେଲ ମାରିଥିବା ଦେଖିବାକୁ ମିଳିଛି l ବିଶେଷ କରି ଯାଜପୁର ଜିଲ୍ଲା ପ୍ରଶାସନ କିମ୍ବା କଳିଙ୍ଗନଗର ଶିଳ୍ପାଞ୍ଚଳ ର ଶିଳ୍ପପତି ମାନେ ଏହି ଅସହାୟ ସଂଯୁଲତା ଉପରେ ଦୃଷ୍ଟି ପକାଇଲେ ପରିବାରର ସୁଖଶାନ୍ତି ଫେରି ଆସିବ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି l ଏଠାରେ ଆମ୍ଭେ କହି ରଖୁଛୁ କେତେକ ଗଣମାଧ୍ୟମରେ କାଲି ଖବର ପ୍ରକାଶ ପରେ ବର୍ତ୍ତମାନ ସଂଯୁଲତା ଡାକ୍ତରଖାନା ରେ ଚିକିତ୍ସିତ l ପ୍ରଶାସନକୁ ଧନ୍ୟବାଦ ଜଣାଉଛୁ I 


Comments

Popular posts from this blog

ଯାଜପୁର ଜିଲ୍ଲାରେ ବିଜେପି ର ନୂଆ ମୋଡ଼ l ନୂଆ ମୁହଁ କୁ ଜନସାଧାରଣଙ୍କ ପସନ୍ଦ !

ରାଜଧାନୀରେ ମହିଳାଙ୍କୁ ବିଭତ୍ସ ହତ୍ୟା l

ବିଗତ ବର୍ଷ ପରେ ଖୋଲିଲା ରତ୍ନ ଭଣ୍ଡାର, ଭିତରେ ଅଦ୍ଭୁତ ଓ ଅଲୌକିକ ଦୃଶ୍ୟ !