ନିଆରା ରୂପରେ ଦୀପାବଳି ଉତ୍ସବ ପାଳନ କଲେ ସଂଗଠନ ର କର୍ମକର୍ତ୍ତା l

ଯାଜପୁର (ବ୍ୟୁରୋ ରିପୋର୍ଟ) :- ଅନାଥଆଶ୍ରମର ଅନ୍ତେବାସୀ ମାନଙ୍କ ସହ ମିଶି ଦୀପାବଳି ପାଳିଲେ" ଆଶା ଅଭିଳାଷା" ସ୍ଵେଚ୍ଛା ସେବୀ ସଂଗଠନ ର କର୍ମକର୍ତ୍ତା l 
ବାଣ ନୁହେଁ ହସ ଫୁଟାଇବାର ଆଶ ରଖି , ଆଶା ଅଭିଳାଷା ଅନୁଷ୍ଠାନର କର୍ମକର୍ତ୍ତା ବ୍ୟାସ ସରୋବର ସ୍ଥିତ ବ୍ୟାସଭୂମି ଅନାଥ ଆଶ୍ରମ ରେ ଆଜି ଦୀପାବଳି ପାଳନ କରିଛନ୍ତି।
ଏହି ଅବସରରେ ଦୀପାବଳି ର ମଜା ନେଇଥିଲେ , କୁନି କୁନି ପିଲାମାନେ l ପିଲାମାନଙ୍କୁ ମିଠା ଖୁଆଇ ମହମବତୀ ଜଳାଇ ଏକ ନିଆରା ଢଙ୍ଗରେ ଆଲୋକ ର ପର୍ବ ଦୀପାବଳି କୁ ପାଳନ କରୁଥିବା ଦେଖିବାକୁ ମିଳିଥିଲା।
ଅନ୍ୟ ପଟେ ଏହି ଦିବସକୁ ସ୍ମରଣୀୟ କରିବା ପାଇଁ ଉପହାର ସ୍ୱରୂପ ପିଲା ମାନଙ୍କୁ ପାଠ୍ଯକ୍ରମ ସ୍ଵରୂପ କଲମ ମଧ୍ୟ ପ୍ରଦାନ କରା ଯାଇଥିଲା l ଏହି କାର୍ଯ୍ୟକ୍ରମରେ ଆଶା ଅଭିଳାଷା ସଂଗଠନ ର ସମସ୍ତେ କର୍ମକର୍ତ୍ତା ଉପସ୍ଥିତ ରହିଥିଲେ।

Comments

Popular posts from this blog

ଯାଜପୁର ଜିଲ୍ଲାରେ ବିଜେପି ର ନୂଆ ମୋଡ଼ l ନୂଆ ମୁହଁ କୁ ଜନସାଧାରଣଙ୍କ ପସନ୍ଦ !

ରାଜଧାନୀରେ ମହିଳାଙ୍କୁ ବିଭତ୍ସ ହତ୍ୟା l

ବିଗତ ବର୍ଷ ପରେ ଖୋଲିଲା ରତ୍ନ ଭଣ୍ଡାର, ଭିତରେ ଅଦ୍ଭୁତ ଓ ଅଲୌକିକ ଦୃଶ୍ୟ !