ପଙ୍କପାଳ ଗ୍ରାମର ଦ୍ୱିତୀୟ ଭାଗବତ ପାରାୟଣ ସପ୍ତାହ ପାଳନ ହୋଇଯାଇଛି l

 
    କଳିଙ୍ଗନଗର :- ଯାଜପୁର ଜିଲ୍ଲା ଦାନଗଦି ବ୍ଲକ ଅନ୍ତର୍ଗତ ପଙ୍କପାଳ ଗ୍ରାମ ପଞ୍ଚାୟତର ପଙ୍କପାଳ ଗ୍ରାମରେ ଭାଗବତ ପାରାୟଣ ସପ୍ତାହ ପଙ୍କପାଳ ଗ୍ରାମର ଯୋଗେଶ୍ଵର ମନ୍ଦିର ଠାରେ ଉଦଯାପିତ ହୋଇଯାଇଛି । ଏହି ଭାଗବତ ପାରାୟଣ ସାତଦିନ ଧରି ପାଳିତ ହୋଇଥିଲା । ଏହି ଉପଲକ୍ଷେ ଆୟୋଜିତ ପାରାୟଣରେ ପ୍ରଥମ ଦିନରେ ଶୁଭଅଙ୍କୁରାରୋପଣ, ଶୁଭାଧିବାସ ଓ ସୂର୍ଯ୍ୟପୂଜା ଅନୁଷ୍ଠିତ ହୋଇଥିବାର ଦେଖିବାକୁ ମିଳିଥିଲା । ଭାଗବତ ପାରାୟଣର ଅନ୍ୟ ଦିନ ମାନଙ୍କରେ ଶ୍ରୀକୃଷ୍ଣ ଜନ୍ମ,ନାମକରଣ, ସତ୍ୟନାରାୟଣ ପୂଜା ଓ ମହାଯଜ୍ଞ ବିଧି ଅନୁଯାୟୀ ପାଳନ କରାଯାଇଛି । ସପ୍ତାହ ଧରି ଚାଲୁଥିବା ଭାଗବତ ପାରାୟଣର ଅନ୍ତିମ ଦିନରେ ନନ୍ଦ ଉତ୍ସବ, ରୁକ୍ମଣୀ ବିବାହ ଓ ପୂର୍ଣ୍ଣାହୁତି ଅନୁଷ୍ଟିତ ହୋଇଥିଲା । ପଙ୍କପାଳ ଗ୍ରାମ ବାସୀ ଙ୍କ ସହଯୋଗ ରେ ଏହି ଭାଗବତ ପାରାୟଣ କୁ ପଙ୍କପାଳ ସମେତ ଆଖପାଖ ଗ୍ରାମର ବହୁ ଶ୍ରଦ୍ଧାଳୁ ଭକ୍ତମାନେ ଯୋଗ ଦେଇଥିଲେ । ଏହି ଉପଲକ୍ଷେ ଆୟୋଜିତ ଧର୍ମାନୁଷ୍ଠାନକୁ ଖୁବ ସୁନ୍ଦର ଓ ଶାନ୍ତିଶୃଙ୍ଖଳା ସହିତ ଗ୍ରାମବାସୀ ମାନେ ପାଳନ କରିଛନ୍ତି l               

Comments

Popular posts from this blog

ଯାଜପୁର ଜିଲ୍ଲାରେ ବିଜେପି ର ନୂଆ ମୋଡ଼ l ନୂଆ ମୁହଁ କୁ ଜନସାଧାରଣଙ୍କ ପସନ୍ଦ !

ରାଜଧାନୀରେ ମହିଳାଙ୍କୁ ବିଭତ୍ସ ହତ୍ୟା l

ବିଗତ ବର୍ଷ ପରେ ଖୋଲିଲା ରତ୍ନ ଭଣ୍ଡାର, ଭିତରେ ଅଦ୍ଭୁତ ଓ ଅଲୌକିକ ଦୃଶ୍ୟ !