ଜଗା ବଳିଆ ଙ୍କ ପାଇଁ ରାକ୍ଷୀ ସଜ୍ଜା, ଶ୍ରୀମନ୍ଦିର ରେ ପାଳନ ହେବ ରାକ୍ଷୀ ପୂର୍ଣ୍ଣିମା l

ପୁରୀ(ବ୍ୟୁରୋ ରିପୋର୍ଟ) :- ଭଉଣୀ ଭାଇର ପବିତ୍ର ସମ୍ପର୍କର ପର୍ବ ହେଉଛି ରକ୍ଷାବନ୍ଧନ। ରାଖୀ ପୂର୍ଣ୍ଣିମାରେ ଭଉଣୀ ଭାଇ ହାତରେ ରାଖୀ ବାନ୍ଧି ତା’ର ଉଜ୍ଜ୍ୱଳ ଭବିଷ୍ୟତ କାମନା କରିବା ସହ ଶୁଭ ମନାସି ଥାଏ। ପ୍ରତିବଦଳରେ ଭାଇ ତା’ର ଭଉଣୀକୁ ଜନ୍ମ ଜନ୍ମ ପାଇଁ ସୁରକ୍ଷା ଦେବାର ସଂକଳ୍ପ ନେଇଥାଏ। ଶ୍ରାବଣ ମାସର ପୂର୍ଣ୍ଣିମା ଦିନ ଏହି ପବିତ୍ର ପର୍ବ ପାଳନ କରାଯାଏ। ଆସନ୍ତା ୨୨ତାରିଖରେ ରାଖୀପୂର୍ଣ୍ଣିମା। ଶ୍ରୀମନ୍ଦିରରେ ଏହି ପର୍ବ ପାଳନ ହେବ। ମହାପ୍ରଭୁଙ୍କ ମାନବୀୟ ଲୀଳା ମଧ୍ୟରେ ରକ୍ଷାବନ୍ଧନ ପର୍ବ ଅନନ୍ୟ। ଶ୍ରୀମନ୍ଦିର ରୀତିନୀତି ଅନୁଯାୟୀ ମହାପ୍ରଭୁ ଶ୍ରୀଜଗନ୍ନାଥ ଏବଂ ବଡ଼ଠାକୁର ପ୍ରଭୁ ବଳଭଦ୍ର ଭଉଣୀ ସୁଭଦ୍ରାଙ୍କ ହାତରୁ ରାଖୀ ପିନ୍ଧିବେ। ଏଥିପାଇଁ ପାଟରା ବିଶୋଇ ସେବକମାନେ ରାଖୀ ପ୍ରସ୍ତୁତିରେ ଲାଗିପଡ଼ିଛନ୍ତି।
 ବାରମାସରେ ତେର ପର୍ବ ପାଳନ ହୋଇଥାଏ। ସେଥିମଧ୍ୟରୁ ଗହ୍ମାପୂର୍ଣ୍ଣିମା ବା ରାକ୍ଷୀ ପୂର୍ଣ୍ଣିମା ଅନ୍ୟତମ। ଏହିଦିନ ଶ୍ରୀମନ୍ଦିରରେ ବିଶେଷ ନୀତି ହୋଇଥାଏ। ବଡଠାକୁର ବଳଭଦ୍ରଙ୍କ ଜନ୍ମ ସହ ରାଖୀ ପୂର୍ଣ୍ଣିମା ନୀତି ପାଳନ କରାଯାଏ। ମହାପ୍ରଭୁ ଶ୍ରୀଜଗନ୍ନାଥ ଏବଂ ବଡଠାକୁର ବଳଭଦ୍ର ୨ଟି ଲେଖାଏ ରାଖୀ ଓ ୨ଟି ଲେଖାଏ ଗୁଆମାଳ ପରିଧାନ କରିଥାନ୍ତି। ପାଟରା ବିଶୋଇ ସେବକ ବାସୁଙ୍ଗା ପାଟରେ ରାଖୀ ଓ ଗୁଆମାନ ପ୍ରସ୍ତୁତ କରିଥାନ୍ତି। ପ୍ରଥମେ ବାସୁଙ୍ଗା ପାଟକୁ ୪ ପ୍ରକାର ରଙ୍ଗ ଯଥା ନାଲି, ନେଳି, ବାଇଗଣି ଓ ହଳଦିଆ ରଙ୍ଗ କରାଯାଏ। ଏହାକୁ ପାନିଆ ସାହାଯ୍ୟରେ ସୂତା ଭଳି କରାଯାଏ। ସୂତା ଓ ଛୁଞ୍ଚତ୍ ଦ୍ୱାରା ଚାରି ରଙ୍ଗର ବାସୁଙ୍ଗା ପାଟରେ ରାଖୀ ଏବଂ ଗୁଆମାଳ ପ୍ରସ୍ତୁତ କରାଯାଇଥାଏ। ଏହି ୪ଟି ରଙ୍ଗର ପାଟରେ ରାଖୀଗୁଡ଼ିକ ଚାରି ପରସ୍ତ ହୋଇ ତିଆରି ହୋଇଥାଏ। ଦୁଇ ଠାକୁର ଦୁଇ ହାତରେ ଦୁଇଟି ଲେଖାଏ ରାଖୀ ପରିଧାନ କରିଥାନ୍ତି। ସେହିପରି ମହାପ୍ରଭୁ ଶ୍ରୀଜଗନ୍ନାଥ ହଳଦିଆ ଓ ନାଲି ରଙ୍ଗର ଗୁଆମାଳ ଏବଂ ବଳଭଦ୍ର ବାଇଗଣି ଓ ନୀଳ ରଙ୍ଗର ଗୁଆମାଳ ପରିଧାନ କରନ୍ତି। ୫୪ଟି ଗୁଆରେ ଗୋଟିଏ ଲେଖାଏ ମାଳ ପ୍ରସ୍ତୁତ କରାଯାଏ। ରାଖୀ ପୂର୍ଣ୍ଣମୀର ୧୦-୧୨ଦିନ ପୂର୍ବରୁ ମହାପ୍ରଭୁଙ୍କ ଲାଗି ରାଖୀ ପ୍ରସ୍ତୁତି ଆରମ୍ଭ ହୋଇଥାଏ। ଏଥିଲାଗି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ବାସୁଙ୍ଗା ପାଟ ଯୋଗାଇ ଦିଆଯାଏ। ଶ୍ରୀଜଗନ୍ନାଥ ଓ ବଳଭଦ୍ରଙ୍କ ନିମନ୍ତେ ୪ଟି ରାଖୀ ଏବଂ ପାଶର୍‌ବ ଦେବତାଙ୍କ ପାଇଁ ୧୦ଟି ଛୋଟ ରାଖୀ ତିଆରି କରାଯାଇଥାଏ। ରାଖୀ ନିର୍ମାଣ ପାଇଁ ୧୦ରୁ ୧୨ ଦିନ ସମୟ ଲାଗେ। ଶୁଦ୍ଧପୂତ ଭାବେ ରହି ନିଷ୍ଠାର ସହ ରାଖୀ ତିଆରି କରିବାକୁ ପଡ଼େ। ରାଖୀ ପୂର୍ଣ୍ଣିମା ପୂର୍ବ ଦିନ ରାଖୀ ତିଆରି ସରିଥାଏ। ଗହ୍ମା ପୂର୍ଣ୍ଣିମା ସକାଳେ ଶ୍ରୀମନ୍ଦିରରୁ ଚର୍ଚ୍ଚା ଆସି ଡାକିଥାନ୍ତି। ଏହାପରେ ଦୁଇଟି ତାଡ଼ରେ ରାଖୀ ଓ ଗୁଆମାଳ ଶ୍ରୀମନ୍ଦିରକୁ ଯାଇଥାଏ।
Rakshi Purnima will be celebrated in the temple, Rakshi Sajja for Jaga Balia. 
Puri(Beuro Report) : - The festival of the sacred relationship of the sister and brother is Rakshabandhan. On the Rakhi full moon, the sister-in-law holds a rakhi in her hand and wishes her a bright future. In return, the brother decides to protect his sister from birth. This holy festival is celebrated on the full moon day of the month of Shravan. Rakhipurnima on the 22nd of this month. The festival will be celebrated at the temple. The Rakshabandhan festival is unique among the Lord’s human pastimes. According to the rituals of the temple, Mahaprabhu Sreejagnath and Lord Badhakura will wear rakhi from the hands of Lord Balabhadra's sister Subhadra. For this, the Patra Bishoi servants are busy preparing the rakhi.
 Thirteen festivals are celebrated every month. One of them is the Ghammapurnima or Rakshi Purnima. On this day, special rituals are performed at the temple. The Rakhi full moon ritual is celebrated with the birth of Badhakur Balabhadra. Mahaprabhu Sreejagnath and Badhakur Balabhadra wear 2 Lekhaye Rakhi and 2 Lekhaye Guamal. The Patra Bishoi servant makes rakhi and guaman in Basunga Pat. At first, Basunga Pat is made of 4 colors, namely red, blue, purple and yellow. It is made of cotton thread. Rakhi and guamal are made in four colored basunga jats by thread and needle. The rakhis are made of four layers in these four colors. The two Thakurs wear two inscribed rakhis with both hands. Similarly, Mahaprabhu Shri Gannath wears yellow and red guamal and a strong purple and blue guamal. In one of the 54 guavas, one writing material is made. Rakhi preparations for the Lord begin 10-12 days before the Rakhi full moon. Basunga Pat is provided by the temple administration for this purpose. 4 rakhis are made for Shri Gannatha and Balabhadra and 10 small rakhis are made for the gods around. It takes 10 to 12 days to build a rakhi. Rakhi has to be made with determination and staying pure. Rakhi is made on the eve of the Rakhi full moon. On the morning of the full moon, the Ghama calls from the temple. Rakhi and Guamal then go to the shrine in two tads.

Comments

Popular posts from this blog

ଯାଜପୁର ଜିଲ୍ଲାରେ ବିଜେପି ର ନୂଆ ମୋଡ଼ l ନୂଆ ମୁହଁ କୁ ଜନସାଧାରଣଙ୍କ ପସନ୍ଦ !

ରାଜଧାନୀରେ ମହିଳାଙ୍କୁ ବିଭତ୍ସ ହତ୍ୟା l

ବିଗତ ବର୍ଷ ପରେ ଖୋଲିଲା ରତ୍ନ ଭଣ୍ଡାର, ଭିତରେ ଅଦ୍ଭୁତ ଓ ଅଲୌକିକ ଦୃଶ୍ୟ !