ବଜରଙ୍ଗ ଦଳ କର୍ମୀଙ୍କ ଦ୍ୱାରା ସାଇକେଲ ବୋଝେଇ ୫୦ କେଜି ରୁ ଉର୍ଦ୍ଧ ଗୋମାଂସ ଜବଦ I

 ଯାଜପୁର - ଜିଲ୍ଲା ର ଯାଜପୁର ରୋଡ ଥାନା ଅଧିନସ୍ଥ ରୟାଲ କଳିଙ୍ଗ ହୋଟେଲ ସାମ୍ନାରୁ ପ୍ରାୟ ୫୦ କେଜି ରୁ ଉର୍ଦ୍ଧ ଗୋମାଂସ ଜବତ କରିଛି ବିଶ୍ୱହିନ୍ଦୁ ପରିଷଦ ବଜରଙ୍ଗ ଦଳ l ଏହି ଗୋମାଂସ କୋରାଇ ଅଞ୍ଚଳରୁ ଆଣି ଯାଜପୁର ରୋଡ ଅହମ୍ମଦ ନଗରରେ ଯୋଗାଇଦେବାକୁ ଆସିଥିବା ଚାଲାଣକାରୀ ଏସ.କେ ଗାନ୍ଧୀ କହିଛନ୍ତି I 

ସୂଚନା ମୁତାବକ ଏହି ଗୋମାଂସ ଦୀର୍ଘଦିନରୁ କାର ଦ୍ୱାରା ଚାଲାଣ ହୋଇ ବଜରଙ୍ଗ ଦଳ କର୍ମୀଙ୍କ ଦ୍ୱାରା ଧାରାପଡୁଥିଲା I ତେଣୁ ଏଥିରୁ ବଞ୍ଚିବାକୁ ଯାଇ ଆଜି ସାଇକେଲ ଦ୍ୱାରା ଅଭିନୟ ଉପାୟରେ ଏହି ଗୋମାଂସ ଚାଲାଣ କରାଯାଉଥିଲା I ବିଶେଷ ସୁତ୍ରରୁ ଆଜି ସକାଳୁ ଏହି ଖବରପାଇ  ବଜରଙ୍ଗ ଦଳ କର୍ମୀମାନେ ଅଟକ ରଖିଥିଲେ l ଗୋମାଂସ ଚାଲାଣ କାରୀ ଏସ୍ କେ ଗାନ୍ଧୀ କୁ ଯାଜପୁର ରୋଡ ପୋଲିସ କୁ ହସ୍ତାନ୍ତର କରିଥିଲେ ବଜରଙ୍ଗ ଦଳର କାର୍ଯ୍ୟକର୍ତ୍ତା I 

ଏନେଇ ବଜରଙ୍ଗ ଦଳ ସଂଯୋଜକ ସୁଶୀଲ କୁମାର ମଲିକଙ୍କ ସହ ସଂଗଠନର କର୍ମକର୍ତ୍ତାମାନଙ୍କ ପକ୍ଷରୁ ଏକ ଏତଲା ଯାଜପୁର ରୋଡ଼ ଥାନା ରେ ଦିଆଯାଇଛି I ଏହି ଗୋମାଂସ ଚାଲାଣ କାରୀ ବ୍ୟକ୍ତି ଜଣଙ୍କ କୋରାଇ ଅଞ୍ଚଳର କଂସେଇ ସାହିର ଏସ.କେ ଗାନ୍ଧୀ ବୋଲି ଜଣାପଡିଛି l ସେପଟେ ଏତଲା ଆଧାରରେ ଯାଜପୁର ରୋଡ ପୋଲିସ ଅଭିଯୁକ୍ତକୁ ଅଟକ ରଖି ଘଟଣାର ତଦନ୍ତ ଜାରି ରଖିଛି। ଏହି କାର୍ଯ୍ୟକ୍ରମରେ କୋରେଇ ଓ ବ୍ୟାସନଗର ଅଂଚଳର ଶତାଧିକ ବଜରଙ୍ଗ ଦଳର କାର୍ଯ୍ୟକର୍ତାମାନେ ଯୋଗ ଦେଇଥିଲେ।


Comments

Popular posts from this blog

ଯାଜପୁର ଜିଲ୍ଲାରେ ବିଜେପି ର ନୂଆ ମୋଡ଼ l ନୂଆ ମୁହଁ କୁ ଜନସାଧାରଣଙ୍କ ପସନ୍ଦ !

ରାଜଧାନୀରେ ମହିଳାଙ୍କୁ ବିଭତ୍ସ ହତ୍ୟା l

ବିଗତ ବର୍ଷ ପରେ ଖୋଲିଲା ରତ୍ନ ଭଣ୍ଡାର, ଭିତରେ ଅଦ୍ଭୁତ ଓ ଅଲୌକିକ ଦୃଶ୍ୟ !