ପୁରୀରେ ସ୍ଵଚ୍ଛତା ପାଇଁ ଝାଡୁ ଧରିଲେ ମୁଖ୍ୟମନ୍ତ୍ରୀ l

 ପୁରୀ (ବ୍ୟୁରୋ ରିପୋର୍ଟ) :- ସ୍ଵଚ୍ଚ ଭାରତ ସ୍ଵଚ୍ଛତା କୁ ନେଇ ଜନସାଧାରଣଙ୍କୁ ବାର୍ତ୍ତା ପହଞ୍ଚାଇଲେ ମୁଖ୍ୟମନ୍ତ୍ରୀ l ଶରଧାବାଲିରେ ମୁଖ୍ୟମନ୍ତ୍ରୀଙ୍କ ସଫେଇ କାର୍ଯ୍ୟକ୍ରମ । ଆସନ୍ତାକାଲି ରଥଯାତ୍ରା ପୂର୍ବରୁ ଆଜି ସକାଳେ ପୁରୀରେ ପହଞ୍ଚିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଶରଥବାଲିରେ ପହଂଚିବା ପରେ ହାତରେ ଝାଡୁ ଧରି ସଫେଇ କାର୍ଯ୍ୟ କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ସହ ଦୁଇ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ ଏବଂ ପ୍ରଭାତୀ ପରିଡା ମଧ୍ୟ ସାମିଲ ହୋଇଛନ୍ତି।ସେହିପରି ଆଇନମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ଓ କ୍ରୀଡ଼ା ମନ୍ତ୍ରୀ ସୂର୍ୟ୍ୟବଂଶୀ ସୂରଜଙ୍କ ସହ ବିଧାୟକମାନେ ମଧ୍ୟ ହାତରେ ଝାଡୁ ଧରି ଶରଧାବାଲିରେ ସଫେଇ କରିଥିଲେ। ଏଥିରେ କିଛି ସ୍ୱେଚ୍ଛାସେବୀ ସଂଗଠନ ମଧ୍ୟ ସାମିଲ ହୋଇଛନ୍ତି।ସ୍ବଚ୍ଛ ଭାରତ ଅଭିଯାନରେ ସାମିଲ ହୋଇ ମୁଖ୍ୟମନ୍ତ୍ରୀ ଗୁଣ୍ଡିଚା ମନ୍ଦିର ସମ୍ମୁଖରେ ଝାଡ଼ୁ ମାରି ସଫେଇ କରିଛନ୍ତି। ରଥଯାତ୍ରା ପାଇଁ ଶରଧାବାଲିରେ ସରକାରଙ୍କ ପକ୍ଷରୁ ସ୍ବଚ୍ଛ ଅଭିଯାନ କାର୍ଯ୍ୟକ୍ରମ କରାଯାଇଛି। ଶରଧାବାଲିରେ ସଫେଇ କାର୍ଯ୍ୟକ୍ରମ ପରେ ମୁଖ୍ୟମନ୍ତ୍ରୀଙ୍କ ପ୍ରତିକ୍ରିୟା ମୁଖ୍ୟମନ୍ତ୍ରୀ କହିଛନ୍ତି, ଲକ୍ଷାଧିକ ଲୋକ ଆସିବେ। ଶ୍ରଦ୍ଧାଳୁ ନିଜେ ସଚେତନ ସହ ପ୍ରଶାସନ ସହ ମିଶି ସ୍ବଚ୍ଛତା ରଖିବା ମୂଳ ଲକ୍ଷ୍ୟ। ରଥଯାତ୍ରାରେ ମହାପ୍ରଭୁ ଭକ୍ତଙ୍କୁ ଦର୍ଶନ ଦେଇ ମାଉସୀ ଘର ଆସିବେ। ରଥଯାତ୍ରା ପୂର୍ବରୁ ସଫେଇ କରିବା। ପବିତ୍ରତା ଆଣିବାକୁ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି। ଜନସାଧାରଣଙ୍କୁ ବ୍ୟାପକ ସଚେତନ ପାଇଁ ଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି।

Comments

Popular posts from this blog

ଯାଜପୁର ଜିଲ୍ଲାରେ ବିଜେପି ର ନୂଆ ମୋଡ଼ l ନୂଆ ମୁହଁ କୁ ଜନସାଧାରଣଙ୍କ ପସନ୍ଦ !

ରାଜଧାନୀରେ ମହିଳାଙ୍କୁ ବିଭତ୍ସ ହତ୍ୟା l

ବିଗତ ବର୍ଷ ପରେ ଖୋଲିଲା ରତ୍ନ ଭଣ୍ଡାର, ଭିତରେ ଅଦ୍ଭୁତ ଓ ଅଲୌକିକ ଦୃଶ୍ୟ !